ନୂଆଦିଲ୍ଲୀ: ଇଂଲଣ୍ଡ ଯିବାକୁ ଥିବା ଭାରତୀୟ ମହିଳା କ୍ରିକେଟ ସ୍କ୍ୱାଡରେ ଥିବା ପ୍ରିୟା ପୁନିଆଙ୍କ ମା’ କରୋନାରେ ପ୍ରାଣ ହରାଇଛନ୍ତି। ଦୀର୍ଘ ଦିନ ହେଲା ତାଙ୍କ ମା’ କରୋନାରେ ଆକ୍ରାନ୍ତ ଥିଲେ। ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ନିଜେ ପ୍ରିୟା ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି।
୨୪ ବର୍ଷୀୟ ପ୍ରିୟା ନିଜ ଇନଷ୍ଟାଗ୍ରାମରେ ମା’ଙ୍କ ସହ ଉଠାଇଥିବା ଫଟୋ ପୋଷ୍ଟ କରି ଭାବବିହ୍ୱଳ କଥା ଲେଖିଛନ୍ତି। ସେ ଲେଖିଛନ୍ତି ଯେ “ଆଜି ମୁଁ ଜାଣୁଛି ତୁମେ ମୋତେ କାହିଁକି ସବୁବେଳେ ଧୈର୍ଯ୍ୟ ରଖିବାକୁ କୁହ। ତୁମେ ଜାଣିଥିଲ ଦିନେ ମୋତେ ତୁମ ଅନୁପସ୍ଥିତକୁ ଧୈର୍ଯ୍ୟର ସହ ସହିବାକୁ ପଡ଼ିବ।
ମୁଁ ତୁମକୁ ବହୁତ ମିସ୍ କରୁଛି ମମ। ତୁମେ ଯେତେ ଦୂରରେ ଥିଲେ କ’ଣ ଅଛି, ମୁଁ ଜାଣିଛି ତୁମେ ସବୁବେଳେ ମୋ ସହ ରହିଥିବ। ମୋ ଗାଇଡିଂ ଷ୍ଟାର, ମୋ ମମ୍। ଲଭୟୁ ଅଲୱେଜ।”
ସେ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ କହିବା ସହ ସାମାଜିକ ଦୂରତା ଅବଲମ୍ବନ କରିବାକୁ ମଧ୍ୟ କହିଛନ୍ତି। କରୋନା ଭାଇରସ ଅତ୍ୟନ୍ତ ଭୟଙ୍କର ବୋଲି ପ୍ରିୟା ସମସ୍ତଙ୍କୁ ପୁଣିଥରେ ଅବଗତ କରାଇଛନ୍ତି।
View this post on Instagram
ଆଜି ହିଁ ଇଂଲଣ୍ଡ ଗସ୍ତରେ ଯିବାକୁ ଥିବା ଭାରତୀୟ ମହିଳା ଦଳର ଖେଳାଳିମାନେ ଏକାଠି ହେବେ। ଏହାପରେ ସମସ୍ତେ କଠୋର କ୍ୱାରେଣ୍ଟାଇନରେ ରହିବେ। ଜୁନ୍ ପ୍ରଥମ ସପ୍ତାହରେ ପୁରୁଷ ଭାରତୀୟ ଦଳ ସହ ମହିଳା ସଦ୍ୟସମାନେ ମଧ୍ୟ ଇଂଲଣ୍ଡ ଗସ୍ତରେ ଯିବେ।
ସେଠାରେ ଭାରତୀୟ ମହିଳା ଦଳ ୭ ବର୍ଷ ପରେ ପ୍ରଥମଥର ଟେଷ୍ଟ ମ୍ୟାଚ୍ ଖେଳିବ। ଏହାବାଦ ୩ଟି ଦିନିକିଆ ଓ ସମାନ ସଂଖ୍ୟକ ଟି-୨୦ ମ୍ୟାଚ୍ ଖେଳିବ।
ପ୍ରିୟାଙ୍କ ପୂର୍ବରୁ ଇଂଲଣ୍ଡ ଗସ୍ତରେ ଯିବାକୁ ଥିବା ଅନ୍ୟତମ ଭାରତୀୟ ମହିଳା କ୍ରିକେଟର ବେଦା କ୍ରିଷ୍ଣମୂର୍ତ୍ତି କରୋନାରେ ତାଙ୍କ ମା’ ଓ ଭଉଣୀଙ୍କୁ ହରାଇଥିଲେ।
The post କରୋନାରେ ଚାଲିଗଲେ କ୍ରିକେଟର ପ୍ରିୟା ପୁନିଆଙ୍କ ମା’ appeared first on Odisha Reporter.
from Odisha Reporter https://ift.tt/3hBYGTj
No comments:
Post a Comment