ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୨୧ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୩୭୮କୁ ବୃଦ୍ଧି ପାଇଛି।
୧୪ଟି ଜିଲ୍ଲାରୁ ଏହି ୨୧ ଜଣଙ୍କ ମୃତ୍ୟୁ ଘଟିଛି। କଳାହାଣ୍ଡି ଜିଲ୍ଲାରୁ ସର୍ବାଧିକ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ସେହିପରି ବରଗଡ଼, ବଲାଙ୍ଗୀର, କଟକ, କନ୍ଧମାଳ, କେନ୍ଦୁଝର, ନୟାଗଡ଼, ନୂଆପଡ଼ା ଓ ପୁରୀର ଜଣେ ଲେଖାଏଁ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି।
ଆଉ ୩ ଜଣଙ୍କ ଜୀବନ ଯିବା ସହିତ କଳାହାଣ୍ଡି ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୨କୁ ବୃଦ୍ଧି ପାଇଛି। ଖୋର୍ଦ୍ଧାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୧୬ରେ ପହଞ୍ଚି ଯାଇଛି, ଯାହା ରାଜ୍ୟରେ ସର୍ବାଧିକ। କୋରାପୁଟରେ ଏହି ସଂଖ୍ୟା ୨୮ ହୋଇଥିବା ବେଳେ ମୟୂରଭଞ୍ଜରେ ୯୩, ସମ୍ବଲପୁରରେ ୮୭ ଓ ସୁନ୍ଦରଗଡ଼ରେ ୨୩୧କୁ ବୃଦ୍ଧି ପାଇଛି।
ବରଗଡ଼ ଜିଲ୍ଲାରେ ଏଯାବତ୍ ୪୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବଲାଙ୍ଗୀରରେ ୫୭, କଟକରେ ୧୫୨, କନ୍ଧମାଳରେ ୩୮, କେନ୍ଦୁଝରରେ ୪୭, ନୟାଗଡ଼ରେ ୪୮, ନୂଆପଡ଼ାରେ ୪୭ ଓ ପୁରୀରେ ୧୪୪ ଜଣ ପ୍ରାଣ ହରାଇଲେଣି।
ସୂଚନାଯୋଗ୍ୟ, ରାଜ୍ୟରେ ମେ’ ୫ ତାରିଖରୁ ଜାରି ହୋଇଥିବା ଲକ୍ଡାଉନ୍ ଆଜି ଶେଷ ହେଉଥିବା ବେଳେ ଏହାକୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।
The post ରାଜ୍ୟରେ କରୋନା ନେଲା ଆଉ ୨୧ ଜୀବନ, କଳାହାଣ୍ଡିରୁ ସର୍ବାଧିକ appeared first on Odisha Reporter.
from Odisha Reporter https://ift.tt/3ftd8dQ
No comments:
Post a Comment