ଆଉ କାହାକୁ ଦିଲ୍ ଦେଲେ ସ୍ତ୍ରୀ, ପ୍ରେମିକ ସହ ବିବାହ କରାଇଲେ ସ୍ୱାମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 28, 2021

ଆଉ କାହାକୁ ଦିଲ୍ ଦେଲେ ସ୍ତ୍ରୀ, ପ୍ରେମିକ ସହ ବିବାହ କରାଇଲେ ସ୍ୱାମୀ

ପାଟନା: ଅଢେଇ ଅକ୍ଷର ଶବ୍ଦ ପ୍ରେମ । କେତେବେଳେ, କାହାକୁ, କେମିତି ଓ କାହା ସହ ହୋଇଯିବ ସେକଥା କେହି କହି ପାରିବେ ନାହିଁ । ବିବାହ ପରେ ଗୋଟିଏ ଝିଅର ମାଆ ହୋଇ ବି ମହିଳାଙ୍କୁ ପ୍ରେମ ହୋଇଗଲା । ସ୍ୱାମୀ ଥାଉ ଥାଉ ଆଉ କାହାକୁ ଦିଲ୍ ଦେଇ ବସିଲେ । ସ୍ୱାମୀ ଜାଣିଲେ ଏକଥା। ଖୁସି ଖୁସିରେ ନିଜ ପତ୍ନୀଙ୍କୁ ତାଙ୍କ ପ୍ରେମିକ ହାତରେ ଛନ୍ଦିଦେଲେ । ହିନ୍ଦି ଫିଲ୍ମ ହମ୍ ଦିଲ୍ ଦେ ଚୁକେ ସମନ୍ ଭଳି କାହାଣୀ ଲାଗୁଛି । କିନ୍ତୁ ଏମିତି ଘଟଣା ସାମନାକୁ ଆସିଛି ବିହାର ଛାପରା ଅଞ୍ଚଳରୁ । ସୋସିଆଲ୍ ମିଡିଆରେ ବେଶ ଭାଇରାଲ୍ ହେଉଛି ।

ମହିଳା ଜଣଙ୍କ ପ୍ରଥମେ ଲଭ୍ ମ୍ୟାରେଜ୍ କରିଥିଲେ । ସେମାନଙ୍କର ଗୋଟିଏ ଝିଅ ଅଛି । ତାପରେ ବଦଳିଗଲା ମହିଳାଙ୍କ ପସନ୍ଦ । ଆଉ ଜଣେ ପୁରୁଷଙ୍କ ହୃଦୟ ଦେଇଥିଲେ । ନୂଆ ପ୍ରେମିକଙ୍କୁ ନେଇ ସୁନେଲୀ ସ୍ୱପ୍ନ ଦେଖୁଥିଲେ ମହିଳା । ଶେଷରେ ପତ୍ନୀଙ୍କ ଇଚ୍ଛା ପୂରଣ କଲେ ସ୍ୱାମୀ । ଖୁସି ଖୁସିରେ ପ୍ରେମିକ ସହ ପତ୍ନୀଙ୍କୁ ବିବାହ କରାଇଦେଲେ।

ସେପଟେ ପୁର୍ବ ପ୍ରେମିକଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି ମହିଳା । କହିଛନ୍ତି, ପ୍ରଥମ ବିବାହ ପରେ ସ୍ୱାମୀ ତାଙ୍କୁ ମାରପିଟ କରୁଥିଲେ । ଏବେ ନିଜ ଇଚ୍ଛାରେ ଦ୍ୱିତୀୟ ଲଭ୍ ମ୍ୟାରେଜ କରିଛନ୍ତି । ସେହିପରି ମହିଳାଙ୍କ ଦ୍ୱିତୀୟ ସ୍ୱାମୀ ବି ନିର୍ଯାତନା ଅଭିଯୋଗ ଆଣିଛନ୍ତି ।

ବିବାହ ବେଳେ ପ୍ରଥମ ସ୍ୱାମୀଙ୍କ ସହ ସାତ ଜନ୍ମକୁ ସାଥି ହେବାକୁ କଥା ଦେଇଥିଲେ ମହିଳା । କିନ୍ତୁ ଗୋଟିଏ ଜନ୍ମ ବି ସ୍ୱାମୀ-ସ୍ତ୍ରୀ ହୋଇ ରହି ପାରିଲେ ନାହିଁ । ପ୍ରେମ ସେମାନଙ୍କୁ ଏକାଠି କରିଥିଲା । ଆଉ କାହା ସହ ପ୍ରେମ ବିବାହରେ ବିଚ୍ଛେଦ ଟାଣିଲା ।

The post ଆଉ କାହାକୁ ଦିଲ୍ ଦେଲେ ସ୍ତ୍ରୀ, ପ୍ରେମିକ ସହ ବିବାହ କରାଇଲେ ସ୍ୱାମୀ appeared first on Odisha Reporter.



from Odisha Reporter https://ift.tt/3vx0CAJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages