ଲୁଚି ଲୁଚି ବାହା ହୋଇଗଲେ ଗୀତା ମା’! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 17, 2021

ଲୁଚି ଲୁଚି ବାହା ହୋଇଗଲେ ଗୀତା ମା’!

ମୁମ୍ବାଇ: ବଲିଉଡ଼ର ଆଗଧାଡିର କୋରିଓଗ୍ରାଫର ହେଉଛନ୍ତି ଗୀତା କପୁର। ନୃତ୍ୟ ଭିତ୍ତିକ ରିଆଲିଟି ଶୋ‘ ଗୁଡ଼ିକରେ ତାଙ୍କୁ ଜଜ୍‌ ରୂପେ ମଧ୍ୟ ଦେଖିବାକୁ ମିଳେ। ତେବେ ଗୀତା ମା’ ଭାବେ ଜଣାଶୁଣା ଏହି ପ୍ରସିଦ୍ଧ କୋରିଓଗ୍ରାଫରଙ୍କ ଏକ ଫଟୋ ଏବେ ଖୁବ୍ ଭାଇରାଲ ହେଉଛି। କାରଣ ଏଯାଏଁ ବାହା ହୋଇ ନଥିବା ଗୀତା ମଥାରେ ଲଗାଇଛନ୍ତି ସିନ୍ଦୂର।

୪ ଦିନ ତଳେ ଗୀତା ଏହି ଫଟୋକୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଫଟୋଟିକୁ ପୋଷ୍ଟ କରି ସେ ଲେଖିଥିଲେ, ସୁପର ଡ୍ୟାନ୍ସର ଚାପଟର ୪ର ଶୁଟିଂ ପାଇଁ ପ୍ରସ୍ତୁତ। ଫଟୋରେ ସେ ଅନାରକଲି ଡ୍ରେସ୍ ପିନ୍ଧିଥିବା ବେଳେ ତାକୁ ମ୍ୟାଚ କରି ଆଣ୍ଟିକ ଜୁଏଲାରୀ ପିନ୍ଧିଛନ୍ତି। ଏଥିରେ ସେ ବେଶ୍ ସୁନ୍ଦର ମଧ୍ୟ ଦେଖାଯାଉଛନ୍ତି। କିନ୍ତୁ ଏହି ଫଟୋରେ ସବୁଠୁ ଖାସ ହେଉଛି ଗୀତା ମା’ଙ୍କ ମଥାରେ ଝଲସୁଥିବା ସିନ୍ଦୂର। ତାଙ୍କ ମଥାରେ ସିନ୍ଦୂର ଦେଖି ଫ୍ୟାନ୍‌ମାନେ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ସେ ବାହା ହୋଇଗଲେ କି ବୋଲି ପ୍ରଶ୍ନ କରିଛନ୍ତି।

ଏହା ସହିତ ଫ୍ୟାନ୍‌ମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ଲେଖିଛନ୍ତି, ମା’ଙ୍କ ସିନ୍ଥିରେ ସିନ୍ଦୂର, କେବେ ବାହା ହେଲେ ମା’।

ଗୀତା ମା’ଙ୍କ ମଥାରେ ସିନ୍ଦୂର ଦେଖି ସମସ୍ତେ କରିଛନ୍ତି ପ୍ରଶ୍ନ

କେବଳ ଫ୍ୟାନ୍ ନୁହନ୍ତି, ଟିଭି ସିରିଏଲ କଳାକାର ରଶ୍ମୀ ଦେଶାଇ ଓ ଯଶବୀର କୌର ମଧ୍ୟ ଗୀତାଙ୍କ ଏହି ଫଟୋ ଦେଖି ହାର୍ଟ ଇମୋଜୀ ପୋଷ୍ଟ କରିଛନ୍ତି। ତେବେ ଗୀତା ସିନ୍ଦୂର ପଛର ରହସ୍ୟ ଖୋଲି ନାହାନ୍ତି। ତାଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ।

ୱର୍କ ଫ୍ରଣ୍ଟ କଥା କହିଲେ ଗୀତା ଏବେ super dancer 4 ଶୁଟିଂରେ ବ୍ୟସ୍ତ ଅଛନ୍ତି। ବାୟୋ ବବଲ ଭିତରେ ଡାମନରେ ଏହାର ଶୁଟିଂ ଚାଲିଛି। ଗୀତାଙ୍କ ଆଉ ଏକ ଡ଼୍ୟାନ୍ସ ଶୋ’ ‘ଇଣ୍ଡିଆସ ବେଷ୍ଟ ଡ୍ୟାନ୍ସର’ର ଦ୍ୱିତୀୟ ସିଜିନ୍ ବି ଆଗକୁ ଆସିବ। ଏଥିରେ ଜଜ୍ ଆସନରେ ତାଙ୍କ ସହିତ ରହିବେ ମଲାଇକା ଅରୋରା ଓ ଟେରେନ୍ସ ଲୁଇସ।

 

View this post on Instagram

 

A post shared by Geetakapur (@geeta_kapurofficial)

The post ଲୁଚି ଲୁଚି ବାହା ହୋଇଗଲେ ଗୀତା ମା’! appeared first on Odisha Reporter.



from Odisha Reporter https://ift.tt/3eXvYuF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages