ବିବାହ ଓ ଅନ୍ତ୍ୟେଷ୍ଟି ପାଇଁ ଏଣିକି ମିଳିବ ଇ-ଲାଇସେନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 17, 2021

ବିବାହ ଓ ଅନ୍ତ୍ୟେଷ୍ଟି ପାଇଁ ଏଣିକି ମିଳିବ ଇ-ଲାଇସେନ୍ସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିବାହ ଓ ଅନ୍ତ୍ୟେଷ୍ଟି ପାଇଁ ଅନୁମତି ନିମନ୍ତେ ଆଉ ଥାନାକୁ ଦୌଡ଼ିବାକୁ ପଡ଼ିବନି। କରୋନା ମହାମାରୀ ସମୟରେ ଗହଳି ରୋକିବାକୁ ଭୁବନେଶ୍ୱର-କଟକ କମିଶନରେଟ ପୁଲିସ ଆଜିଠୁ ଲାଗୁ କରିଛି ଇ-ଲାଇସେନ୍ସ ବ୍ୟବସ୍ଥା।

ଭୁବନେଶ୍ୱରରେ ବିବାହ, ଅନ୍ତ୍ୟେଷ୍ଟି ଆଦି  କାର୍ଯ୍ୟ ସମ୍ପାଦାନ ନିମନ୍ତେ ଜନସାଧାରଣଙ୍କୁ ଏଣିକି ଅନଲାଇନରେ ମିଳିବ ଅନୁମତି। କମିଶନରେଟ୍ ପୁଲିସ ପକ୍ଷରୁ ଏନେଇ ଆଜି ଆରମ୍ଭ କରାଯାଇଛି ଇ-ଲାଇସେନ୍ସ ବ୍ୟବସ୍ଥା।

କମିଶନରେଟ୍‌ ପୁଲିସ୍‌ର ଅଫିସିଆଲ୍ ୱେବସାଇଟରେ ଏନେଇ ଆବେଦନ କରିବାକୁ ପଡ଼ିବ। ୭୨ ଘଣ୍ଟା ପୂର୍ବରୁ ଏଥିପାଇଁ ଆବେଦନ କରି ଆବଶ୍ୟକ ସୂଚନା ପୂରଣ କରିବାକୁ ପଡ଼ିବ। ଆବେଦନ ମଞ୍ଜୁର ହେବା ପରେ ମୋବାଇଲକୁ ଆସିବ SMS। ଏହାକୁ ଇ-ପରମିସନ୍ ଭାବେ ବ୍ୟବହାର କରାଯାଇପାରିବ।

ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ଭୁବନେଶ୍ୱରରେ ଲାଗୁୁ ହୋଇଥିବାବେଳେ ପରବର୍ତ୍ତୀ ସମୟରେ କଟକ ପାଇଁ ଏହି ବ୍ୟବସ୍ଥା ଲାଗୁ ହେବ ବୋଲି କମିଶନରେଟ ପୁଲିସ ପକ୍ଷରୁ କୁହାଯାଇଛି।

The post ବିବାହ ଓ ଅନ୍ତ୍ୟେଷ୍ଟି ପାଇଁ ଏଣିକି ମିଳିବ ଇ-ଲାଇସେନ୍ସ appeared first on Odisha Reporter.



from Odisha Reporter https://ift.tt/33UvuPn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages