ଶୁଭେନ୍ଦୁଙ୍କ ନାଁ ଦେଖି ଚିହିଁକି ଉଠିଲେ ଦିଦି, ବିନା ମମତାରେ ହେବ ବଙ୍ଗର ବାତ୍ୟା ସମୀକ୍ଷା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 28, 2021

ଶୁଭେନ୍ଦୁଙ୍କ ନାଁ ଦେଖି ଚିହିଁକି ଉଠିଲେ ଦିଦି, ବିନା ମମତାରେ ହେବ ବଙ୍ଗର ବାତ୍ୟା ସମୀକ୍ଷା !

କୋଲକାତା: ବାତ୍ୟା ୟାସରେ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବାକୁ ପଶ୍ଚିମବଙ୍ଗ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଶାସନ ସଚିବ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସହିତ ରାଜ୍ୟପାଳ ଜଗଦୀପ ଧନଖେର ଉପସ୍ଥିତ ରହିବେ ବୋଲି ଜଣାପଡ଼ିଥିଲା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ହାରିବା ପରେ ପ୍ରଥମ ଥର ପାଇଁ ମୋଦି ଏବଂ ମମତା ମୁହାଁମୁହିଁ ହେବାର ଥିଲା।

କିନ୍ତୁ ବୈଠକକୁ ବିରୋଧୀ ଦଳ ନେତା ତଥା ବିଜେପି ନେତା ଶୁଭେନ୍ଦୁ ଅଧିକାରୀ, ବିଜେପି ସାଂସଦ ଦବୋଶ୍ରୀ ଚୌଧୁରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଡକାଯାଇଥିବା ଜଣାପଡ଼ିଛି। ତେଣୁ ମମତା ଏହି ବୈଠକରେ ଅନୁପସ୍ଥିତ ରହିବେ ବୋଲି ଜଣାପଡ଼ିଛି।

ଏହି ବୈଠକକୁ ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆପତ୍ତି ଉଠାଇଛନ୍ତି। ବନ୍ଧୁର ବଇରୀ ସାଜିଥିବା ଶୁଭେନ୍ଦୁଙ୍କୁ ନେଇ ସେ ପ୍ରଶ୍ନ କରିଛନ୍ତି। ବିରୋଧୀ ଦଳର ନେତା କାହିଁକି ସରକାରୀ ସମୀକ୍ଷା ବୈଠକରେ ଉପସ୍ଥିତ ରହିବେ ବୋଲି ମମତା ପ୍ରଶ୍ନ କରିଛନ୍ତି। ଏହି ବୈଠକରେ ସେ, ପ୍ରଧାନମନ୍ତ୍ରୀ, ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ରାଜ୍ୟପାଳ ଉପସ୍ଥିତ ରହିବେ ବୋଲି ସ୍ଥିର ହୋଇଥିଲା। ହେଲେ ବୈଠକ ତାଲିକାରେ ଶୁଭେନ୍ଦୁଙ୍କୁ ଦେଖି ଚିହିଁକି ଉଠିଛନ୍ତି ମମତା। ତେଣୁ ସେ କାଲାଇକୁଣ୍ଡା ଠାରେ ହେବାକୁ ଥିବା ବୈଠକରେ ଯୋଗଦେବେ ନାହିଁ ବୋଲି କହିଛନ୍ତି। ତେବେ ମୋଦି ଆକାଶ ମାର୍ଗରେ ଓଡ଼ିଶାରେ ବାତ୍ୟାର ସମୀକ୍ଷା କରୁଥିବା ବେଳେ ମମତା ବାନାର୍ଜୀ ଦକ୍ଷିଣ ୨୪ ପାରଗାନାର ବାତ୍ୟା ଅଞ୍ଚଳକୁ ଆକାଶମାର୍ଗରୁ ବୁଲି ଦେଖିଛନ୍ତି ମମତା।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ଗସ୍ତରେ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ୱର ବିମାନ ବନ୍ଦରରେ ବିମାନ ଯୋଗେ ଅବତରଣ କରିଥିଲେ। ଏହାପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ମୋଦି। ଏହାପରେ ହେଲିକପ୍ଟର ଯୋଗେ ଭଦ୍ରକ ଓ ବାଲେଶ୍ୱରର ବାତ୍ୟା ସମୀକ୍ଷା କରି ପଶ୍ଚିମବଙ୍ଗ ଯିବାର କାର୍ଯ୍ୟକ୍ରମ ରହିଛି।

ବାତ୍ୟା ମୁକାବିଲା ପାଇଁ ୨ଟି ଦୀର୍ଘସୂତ୍ରୀ ବ୍ୟବସ୍ଥା ଦାବି କଲେ ମୁଖ୍ୟମନ୍ତ୍ରୀ

The post ଶୁଭେନ୍ଦୁଙ୍କ ନାଁ ଦେଖି ଚିହିଁକି ଉଠିଲେ ଦିଦି, ବିନା ମମତାରେ ହେବ ବଙ୍ଗର ବାତ୍ୟା ସମୀକ୍ଷା ! appeared first on Odisha Reporter.



from Odisha Reporter https://ift.tt/3utyFbG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages