କୋଲକାତା: ନାରଦା ଷ୍ଟିଙ୍ଗ ଅପରେସେନ ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦୁଇ ଦୁଇ ମନ୍ତ୍ରୀ ସମେତ ମୋଟ୍ ୪ ଜଣଙ୍କୁ ଅନ୍ତରୀଣ ଜାମିନ୍ ମିଳିଛି। କୋଲକାତା ହାଇକୋର୍ଟ ଆଜି ଏହି ଜାମିନ୍ ପ୍ରଦାନ କରିଛନ୍ତି। ଗତ ସପ୍ତାହରେ ସିବିଆଇ ଏହି ଚାରି ଜଣଙ୍କୁ ଗିରଫ କରିଥିଲା। ଏହି ତିନି ଟିଏମସି ନେତା ହେଲେ ସୁବ୍ରତ ମୁଖାର୍ଜୀ, ମନ୍ତ୍ରୀ ଫିରହାଦ୍ ହାକିମ, ବିଧାୟକ ମଦନ ମିତ୍ର ଏବଂ ପୂର୍ବତନ ମେୟର ଶୋଭନ ଚାଟାର୍ଜୀ। ସିବିଆଇ ଏହି ଚାରି ଜଣଙ୍କୁ ଗିରଫ କରିବା ପରେ ମମତା ବାନାର୍ଜୀ ବିରୋଧ କରିଥିଲେ। କେନ୍ଦ୍ର ସିବିଆଇ ଜରିଆରେ ଟିଏମସି ନେତାଙ୍କୁ ଗିରଫ କରୁଛି ବୋଲି କହିଥିଲେ।
ଜାମିନ ପ୍ରଦାନ ବେଳେ ଦୁଇ ଟିଏମସି ମନ୍ତ୍ରୀଙ୍କ ସମେତ ଏହି ଚାରି ନେତାଙ୍କୁ ଦୁଇ ଜଣ ଜାମିନଦାର ସହ ୨ ଲକ୍ଷ ଟଙ୍କାର ବଣ୍ଡ ଜମା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସିବିଆଇ କିନ୍ତୁ ଏହି ମାମଲାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଚାରି ନେତାଙ୍କୁ ଜେରା କରିପାରିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ନେତାମାନଙ୍କୁ ନାରଦା ମାମଲା ସମ୍ପର୍କରେ ଗଣମାଧ୍ୟମରେ ବିବୃତ୍ତି ଦେବାକୁ ବାରଣ କରାଯାଇଛି। ଏହା ବ୍ୟତୀତ କୌଣସି ସାକ୍ଷାତକାରରେ ଗଣମାଧ୍ୟମ ଏହି ମାମଲା ବିଷୟରେ ସମୀକ୍ଷା କରିପାରିବ ନାହିଁ।
Calcutta High Court has asked them to submit personal bond of Rs 2 lakh each with two sureties. They will join the investigation by video conferencing. They will not give press interviews on pending trial on the Narada case.
— ANI (@ANI) May 28, 2021
ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ଚାରି ଟିଏମସି ନେତାଙ୍କୁ ସିବିଆଇର ସ୍ୱତନ୍ତ୍ର କୋର୍ଟ ପ୍ରଥମେ ଜାମିନ୍ ପ୍ରଦାନ କରିଥିଲେ। ପରେ ସିବିଆଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଏହାପରେ ଜାମିନ୍ ଉପରେ ରୋକ୍ ଲାଗିଥିଲା।
The post ମମତାଙ୍କ ଦୁଇ ମନ୍ତ୍ରୀ ସମେତ ୪ ନେତାଙ୍କୁ ଜାମିନ୍, କୋର୍ଟ ରଖିଲେ ସର୍ତ୍ତ appeared first on Odisha Reporter.
from Odisha Reporter https://ift.tt/3yK8u3W
No comments:
Post a Comment