ସମ୍ମୁଖ ଯୋଦ୍ଧାଙ୍କୁ ଅବହେଳା ଅଭିଯୋଗ, ରାତି ସାରା ଡାକ୍ତରଖାନା ପରିସରରେ ଗଛ ତଳେ ବସିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 20, 2021

ସମ୍ମୁଖ ଯୋଦ୍ଧାଙ୍କୁ ଅବହେଳା ଅଭିଯୋଗ, ରାତି ସାରା ଡାକ୍ତରଖାନା ପରିସରରେ ଗଛ ତଳେ ବସିଲେ

ପଦ୍ମପୁର (ସୋମେଶ ଚନ୍ଦ୍ର ମହାନ୍ତି): ଯିଏ କରୋନା ମୁକାବିଲାର ସମ୍ମୁଖ ଯୋଦ୍ଧା ସେ କରୋନା ପଜିଟିଭ ହେବା ପରେ ଅବହେଳାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ନା ତାଙ୍କୁ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଗଲା ନା ଅନ୍ୟ କିଛି ପରାମର୍ଶ ଦିଆଗଲା। ସେଥିପାଇଁ ସେ ସାରା ରାତି ହସ୍ପିଟାଲ ପରିସରରେ ଏକ ଗଛ ତଳେ ବସି ରହିଲେ। ଏମିତି ଏକ ଅଭିଯୋଗ ଆସିଛି ବରଗଡ଼ ଜିଲ୍ଲା ପଦ୍ମପୁରରୁ।

ଅଏଁଲାଭଟା ଗାଁର ଅଙ୍ଗନୱାଡି କର୍ମୀ ଗତକାଲି ଅସୁସ୍ଥ ଅନୁଭବ କରିବାରୁ ତାଙ୍କ ସ୍ୱାମୀଙ୍କ ସହିତ ପଦ୍ମପୁର ଡାକ୍ତରଖାନାକୁ ଆସିଥିଲେ। ଟେଷ୍ଟ ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। କିନ୍ତୁ ତାଙ୍କୁ କୋଭିଡ୍ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇ ନଥିଲା କି ହୋମ୍‌ ଆଇସୋଲେସନ୍‌ରେ ରହିବାକୁ କୁହାଯାଇ ନଥିଲା। ଏହା ବଦଳରେ ଡାକ୍ତର ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କୁହାଯାଇଥିଲା। ଫଳରେ ସେ ରାତି ସାରା ସ୍ୱାମୀଙ୍କ ସହିତ ଡାକ୍ତରଖାନା ପରିସରରେ ଥିବା ଏକ ଗଛ ତଳେ ବସି ରହିଥିଲେ। ତାଙ୍କ ଭଳି ଜଣେ ଅଙ୍ଗନଓ୍ୱାଡ଼ି କର୍ମୀ ତଥା କରୋନା ଲଢ଼େଇର ସମ୍ମୁଖ ଯୋଦ୍ଧାଙ୍କୁ ଯଦି ଏତେ ଅବହେଳା କରାଯାଉଛି, ତା’ହେଲେ ସାଧାରଣ ଲୋକଙ୍କ ଅବସ୍ଥା କିପରି ହେଉଥିବ ବୋଲି ସେ ପ୍ରଶ୍ନ କରିଛନ୍ତି।

ଅନ୍ୟପକ୍ଷରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଧୀକାରୀ ତହସିଲ ସାହୁ କହିଛନ୍ତି, ସଂପୃକ୍ତ ଅଙ୍ଗନଓ୍ୱାଡ଼ି କର୍ମୀ ଜଣଙ୍କ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି ହୋଇପାରିବେ। ନ ହେଲେ ଯେଉଁ ମେଡିସିନ ଦିଆହୋଇଛି, ତାକୁ ନେଇ ହୋମ୍ ଆଇସୋଲେସନରେ ମଧ୍ୟ ରହିପାରିବେ।

The post ସମ୍ମୁଖ ଯୋଦ୍ଧାଙ୍କୁ ଅବହେଳା ଅଭିଯୋଗ, ରାତି ସାରା ଡାକ୍ତରଖାନା ପରିସରରେ ଗଛ ତଳେ ବସିଲେ appeared first on Odisha Reporter.



from Odisha Reporter https://ift.tt/3u5cDvA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages