ମାଇକ୍ରୋସଫ୍ଟରେ ଚାକିରି ପାଇଲେ ହାଇଦ୍ରାବାଦର ଯୁବତୀ, ଦରମା ୨ କୋଟି ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 20, 2021

ମାଇକ୍ରୋସଫ୍ଟରେ ଚାକିରି ପାଇଲେ ହାଇଦ୍ରାବାଦର ଯୁବତୀ, ଦରମା ୨ କୋଟି ଟଙ୍କା

ହାଇଦ୍ରାବାଦ: ମଲଟି ନ୍ୟାଶନାଲ ଟେକନିକ ଜିଆଣ୍ଟ ମାଇକ୍ରୋସଫ୍ଟରେ ଚାକିରି ପାଇଛନ୍ତି ହାଇଦ୍ରାବାଦର ଜଣେ ଯୁବ ଇଞ୍ଜିନିୟର। ତାଙ୍କ ବାର୍ଷିକ ଦରମା ହେଉଛି ୨ କୋଟି ଟଙ୍କା। ଦୀପ୍ତି ନାରକୁଟି ମାଇକ୍ରୋସଫ୍ଟର ଗ୍ରେଡ-୨ ଗ୍ରୁପରେ ସଫ୍ଟୱେର ଡେଭଲପମେଣ୍ଟ ଇଞ୍ଜିନିୟର ଭାବେ କାମ କରିବାକୁ ମନୋନୀତ ହୋଇଛନ୍ତି।

ଦି ହାନ୍ସ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ଦୀପ୍ତି ଆମେରିକାର ସିଟ୍ଟଲେରେ ଥିବା କମ୍ପାନୀର ମୁଖ୍ୟାଳୟରେ କାମ କରିବେ। ଫ୍ଲରିଡା ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର୍‌ରେ ଏମଏସ୍‌ ହାସଲ କରିଥିବା ଦୀପ୍ତିଙ୍କ ସହ ଆଉ ୩୦୦ ମେଧାବୀଙ୍କୁ ମାଇକ୍ରୋସଫ୍ଟ ପକ୍ଷରୁ ଚାକିରି ପ୍ରସ୍ତାବ ଦିଆଯାଇଥିଲା।

ସେ କମ୍ପାନୀ ତରଫରୁ ନିଯୁକ୍ତି ପାଇଥିବା ଅନ୍ୟ ସମସ୍ତଙ୍କ ତୁଳନାରେ ସବୁଠାରୁ ଅଧିକ ଦରମାରେ ଚାକିରି ପାଇଛନ୍ତି। ଦିପ୍ତୀଙ୍କ ସହ ହାଇଦ୍ରାବାଦ ପୁଲିସ୍‌ କମିଶନର ଅଞ୍ଜନୀ କୁମାର କଥା ହୋଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହାର ଭିଡିଓକୁ ସେ ଟ୍ୱିଟରରେ ମଧ୍ୟ ପୋଷ୍ଟ କରିଛନ୍ତି।

ସେ କହିଛନ୍ତି, “ଯେତେବେଳେ ପୂରା ବିଶ୍ୱ କରୋନା ସହ ଲଢ଼େଇ କରୁଛି ଆମ ଅଫିସର ଡା ଭେନକାନ୍ନାଙ୍କ ଝିଅ ଦୀପ୍ତି ଆମେରିକାରେ ୨ କୋଟି ଟଙ୍କା ଦରମାରେ ଚାକିରି ପାଇଛନ୍ତି। ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ଓ ପ୍ରେରଣାର ବିଷୟ।”


ଦୀପ୍ତିଙ୍କ ଦକ୍ଷତା ପାଇଁ ତାଙ୍କୁ ବିଭିନ୍ନ AAA ରାଙ୍କର କମ୍ପାନୀ ଚାକିରି ଅଫର କରିଥିଲେ। ପୋଷ୍ଟ ଗ୍ରାଜ୍ୟୁଏସନ ଶେଷ କରିବା ପୂର୍ବରୁ ହିଁ ତାଙ୍କ ପାଖକୁ ଚାକିରି ଅଫର ଆସିବାକୁ ଲାଗିଥିଲା। ବିଶ୍ୱବିଦ୍ୟାଳୟକୁ ପ୍ଲେସମେଣ୍ଟ ଦେବାକୁ ଆସିଥିବା ଏକାଧିକ କମ୍ପାନୀଙ୍କ ମଧ୍ୟରେ ଆମଜନ ଓ ଗୋଲ୍ଡମ୍ୟାନ ସଚସ୍ ମଧ୍ୟ ରହିଥିଲେ। ସେମାନେ ମଧ୍ୟ ନିଜ କମ୍ପାନୀରେ ଦୀପ୍ତିଙ୍କୁ ଚାକିରି ଦେବାକୁ ଅଫର କରିଥିଲେ।

ମେ’ ୧୭ରୁ ମାଇକ୍ରୋସଫ୍ଟରେ କାମ ଆରମ୍ଭ କରିଥିବା ଦୀପ୍ତି ପୂର୍ବରୁ ଜେପି ମୋର୍ଗାନରେ ଜଣେ ସଫ୍ଟୱେର ଇଞ୍ଜିନିୟର ଭାବେ କାମ କରୁଥିଲେ। ଟେକ୍ନୋଲଜିରେ ବ୍ୟାଚଲର ଡିଗ୍ରୀ ଶେଷ କରିବା ପରେ ସେ ଆମେରିକାନ ଇନଭେଷ୍ଟମେଣ୍ଟ ବ୍ୟାଙ୍କରେ କାମ ଆରମ୍ଭ କରିଥିଲେ। ସେ ତାଙ୍କ ଗ୍ରାଜ୍ୟୁଏଟ ଡିଗ୍ରୀ ହାଇଦ୍ରାବାଦର ଓସମାନିଆ କଲେଜ ଅଫ ଇଞ୍ଜିନିୟରିଂରୁ ହାସଲ କରିଛନ୍ତି। ତାଙ୍କ ବାପା ହାଇଦ୍ରାବାଦ ପୁଲିସ୍‌ କମିଶନରେଟ୍‌ରେ ଫରେନ୍ସିକ ଏକ୍ସପର୍ଟ ଭାବେ କାମ କରୁଛନ୍ତି।

ଜେପି ମୋର୍ଗାନରେ ୩ ବର୍ଷ କାମ କରିବା ପରେ ଦୀପ୍ତି ଉଚ୍ଚଶିକ୍ଷା ପାଇଁ କମ୍ପାନୀରୁ ଇସ୍ତଫା ଦେଇଥିଲେ। ମାଷ୍ଟର ଡିଗ୍ରୀ କରିବା ପାଇଁ ଫ୍ଲରିଡା ବିଶ୍ୱବିଦ୍ୟାଳୟ ତାଙ୍କୁ ସ୍କଲରାଶିପ୍‌ ଅଫର କରିଥିଲା।

The post ମାଇକ୍ରୋସଫ୍ଟରେ ଚାକିରି ପାଇଲେ ହାଇଦ୍ରାବାଦର ଯୁବତୀ, ଦରମା ୨ କୋଟି ଟଙ୍କା appeared first on Odisha Reporter.



from Odisha Reporter https://ift.tt/3ozcjnG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages