‘ଇଣ୍ଡିଆନ ଆଇଡଲ-୧୨’ ପ୍ରତିଯୋଗୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 24, 2021

‘ଇଣ୍ଡିଆନ ଆଇଡଲ-୧୨’ ପ୍ରତିଯୋଗୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ

ମୁମ୍ବାଇ: ପୁଣି ବିବାଦରେ ଲୋକପ୍ରିୟ ସିଙ୍ଗିଙ୍ଗ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ-୧୨’ । ଏହି ଶୋ’ର ଜଣେ ପ୍ରତିଯୋଗୀଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ପ୍ରତିଯୋଗୀ ସନମୁଖପ୍ରିୟା କ୍ଲାସିକ ଗୀତର ଅପମାନ ଏବଂ ତାକୁ ଭୁଳ ରୂପେ ଗାଇବା ସହ ତାକୁ ବର୍ବାଦ କରିଥିବା ନେଇ ଜଣେ ୟୁଜର୍ସ ଅଭିଯୋଗ ଆଣିଛନ୍ତି ।

ପ୍ରକୃତରେ ଇଣ୍ଡିଆନ ଆଇଡଲର ଗତ ସପ୍ତାହର ଏପିସୋଡଟି ଦିଗଜ ଗୀତିକାର ଶ୍ରବଣ ରାଠୋରଙ୍କ ପାଇଁ ସମର୍ପିତ ଥିଲା । ଏହି ୱିକଣ୍ଡେ ସ୍ପେଶାଲ ଏପିସୋଡରେ ସନମୁଖପ୍ରିୟା ‘ହମ୍‌କୋ ସିର୍ଫ ତୁମସେ ପ୍ୟାର ହୈ’ ଗୀତ ଗାଇଥିଲେ । ତେବେ ତାଙ୍କ ଗୀତ ଗାଇବା ଶୈଳୀକୁ ନେଇ କେତେକ ୟୁଜର୍ସ ନାପସନ୍ଦ କରିଛନ୍ତି । ଏପରିକି ଜଣେ ୟୁଜର୍ସ ରାଗିଯାଇ ତାଙ୍କୁ ଶୋ’ରୁ ବାହାର କରିବା ପାଇଁ ମଧ୍ୟ ଦାବି କରିଛନ୍ତି ।

ଶନିବାର ରାତିରେ ଶୋ’ ଅନ୍ ଏୟାର ହେବା ପରେ ଏହାକୁ ନେଇ ସୋଶାଲ ମିଡିଆରେ ଆଲୋଚନା ଜୋର ଧରିଛି । ଶୋ’ର କେତେକ ନିୟମିତ ଦର୍ଶକ ନିଜ ରାଗକୁ ଟିଇଟ୍ ଜରିଆରେ ପ୍ରକାଶ କରିଛନ୍ତି ।

ଜଣେ ୟୁଜର୍ସ ଲେଖିଛନ୍ତି, ସନମୁଖପ୍ରିୟା ଜଣେ ବେକାର ସିଙ୍ଗର । ତୁମେ ଶୋ’ରୁ ବାହାରିଯାଅ । ଇଣ୍ଡିଆନ ଆଇଡଲ-୧୨କୁ ବନ୍ଦ କରାଯାଉ ।

ଆଉ ଜଣେ ୟୁଜର୍ସ ଲେଖିଛନ୍ତି, “ସନମୁଖପ୍ରିୟା କେବଳ ଚିଲ୍ଲଉଛନ୍ତି । ତାଙ୍କୁ ଗୀତ ଗାଇ ଆସେନି, ସେ ଜଣେ କପି କ୍ୟାଟ୍ । ସେ ମେଲଡି ଗୀତ ଗାଇ ପାରନ୍ତି ନାହିଁ । ସେ କେବଳ ପାଟି କରିବା ଜାଣିଛନ୍ତି ଏବଂ ଗୀତର ମଜାକ ଉଡାଇବା ଜାଣିଛନ୍ତି । ସନମୁଖପ୍ରିୟା ଯୋଗୁଁ ସେ ଏବେ ଇଣ୍ଡିଆନ ଆଇଡଲ ଶୋ’କୁ ଘ୍ରୁଣା କରୁଛନ୍ତି ।

ସୂଚନା ମୁତାବକ ଗତ କିଛି ଦିନ ତଳେ ମଧ୍ୟ ଇଣ୍ଡିଆ ଆଇଡଲ-୧୨ ଶୋ’ ବିବାଦ ଘେରକୁ ଆସିଥିଲା । ଲିଜେଣ୍ଡରୀ ଗୀତିକାର କିଶୋର କୁମାର ସ୍ପେଶାଲ ଏପିସୋଡରେ ତାଙ୍କ ପୁଅ ଅମିତ କୁମାର ଗେଷ୍ଟ ରୂପେ ଶୋ’ରେ ଭାଗ ନେଇଥିଲେ। ଶୋ’ ସରିବା ପରେ ତାଙ୍କୁ ଏହା ପସନ୍ଦ ଆସିନଥିଲା ବୋଲି କହିଥିଲେ । କେବଳ ସେତିକି ନୁହେଁ ମେକର୍ସମାନେ ତାଙ୍କୁ ପ୍ରତିଯୋଗୀମାନଙ୍କ ପ୍ରଶଂସା କରିବା ପାଇଁ ବାଧ୍ୟ କରିଥିଲେ ବୋଲି ସେ କହିଥିଲେ ।

The post ‘ଇଣ୍ଡିଆନ ଆଇଡଲ-୧୨’ ପ୍ରତିଯୋଗୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ appeared first on Odisha Reporter.



from Odisha Reporter https://ift.tt/2QORM2i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages