‘ୟାସ୍‌’ ଆସିଲେ କେଉଁଠି ହେବ କେତେ ପବନ; ଜାଣନ୍ତୁ, କ’ଣ କହିଛନ୍ତି ଆଇଏମ୍‌ଡି ଡିଜି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 24, 2021

‘ୟାସ୍‌’ ଆସିଲେ କେଉଁଠି ହେବ କେତେ ପବନ; ଜାଣନ୍ତୁ, କ’ଣ କହିଛନ୍ତି ଆଇଏମ୍‌ଡି ଡିଜି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ୟାସ୍‌’ ଏବେ ପାରାଦୀପ ଠାରୁ ୫୦୦ କିଲୋମିଟର ଦୂରରେ ଅଛି। ଆଜି ଏହା ଭୀଷଣ ବାତ୍ୟାର ରୂପ ନେବ। ତା’ପରେ କାଲି ଅତି ଭୀଷଣ ବାତ୍ୟାରେ ପରିଣତ ହେବ। ୨୬ ତାରିଖ ଦ୍ୱିପ୍ରହରରେ ଏହା ପାରାଦୀପ ଓ ସାଗର ଦୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟା ପ୍ରତି ୧୫୫ ରୁ ୧୮୫ କିମି ପର୍ଯ୍ୟନ୍ତ ରହିବ। ଆଜି ଏହି ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

ସେ କହିଛନ୍ତି, ବାତ୍ୟା ଯୋଗୁ ଏବେ ସମୁଦ୍ରରେ ପବନର ବେଗ ଘଣ୍ଟା ପ୍ରତି ୬୫ରୁ ୮୫ କିମି ଭିତରେ ରହିଛି। ଆଜି ଅପରାହ୍ନରୁ ଉପକୂଳ ଅଞ୍ଚଳରେ ଘଣ୍ଟାପ୍ରତି ୪୦ରୁ୫୦ କିମି ବେଗରେ ପବନ ହେବ। ୨୫ ତାରିଖ ମଧ୍ୟରାତ୍ର ପରେ ପବନ ବଢ଼ିବ ଏବଂ ଏହା ଘଣ୍ଟା ପ୍ରତି ୮୦ କିମି ଛୁଇଁପାରେ। ୨୬ ତାରିଖ ସକାଳୁ ପବନର ବେଗ ବଢ଼ି ଘଣ୍ଟାପ୍ରତି ୧୨୦ରୁ ୧୩୦ କିମି ହେବ। ଉପକୂଳ ଛୁଇଁଲା ବେଳକୁ ପବନ ବେଗ ଘଣ୍ଟାପ୍ରତି ସର୍ବାଧିକ ୧୫୫ରୁ ୧୮୫ କିମି ହେବ।

ବାତ୍ୟା ୟାସ୍‌ ସମ୍ବନ୍ଧୀୟ ଲାଇଭ୍‌ ଅପଡେଟ୍ ପାଇଁ କ୍ଲିକ କରନ୍ତୁ

 

ଆଇଏମ୍‌ଡି ଡିଜି କହିଛନ୍ତି, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ବାତ୍ୟାର ବେଶି ପ୍ରଭାବ ପଡ଼ିବ। ଏହା ବାଲେଶ୍ୱର ଦେଇ ଅତିକ୍ରମ କରିବାର ସମ୍ଭାବନା ଅଧିକ ରହିଛି। ସଂପୃକ୍ତ ୪ ଜିଲ୍ଲାରେ ଘଣ୍ଟାପ୍ରତି ୧୨୦ରୁ ୧୬୦ କିମି ବେଗରେ ପବନ ବହିପାରେ। ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଘଣ୍ଟାପ୍ରତି ୯୦ରୁ ୧୨୦ କିମି ବେଗରେ ପବନ ହେବ। ସେହିଭଳି ଗଂଜାମ ଓ ଗଜପତି ଜିଲ୍ଲାରେ ୬୦ରୁ ୮୦ କିମି ବେଗରେ ପବନ ବହିବ।

ସେ କହିଛନ୍ତି, ଆସନ୍ତାକାଲି ଓ ୨୬ ତାରିଖରେ ଉତ୍ତର ଓଡ଼ିଶାରେ ଅତି ପ୍ରବଳ ବର୍ଷା ହେବ। ବାତ୍ୟା ପ୍ରଭାବରେ ସମୁଦ୍ରରୁ ୨ରୁ୪ ମିଟର ଉଚ୍ଚ ଜୁଆର ଆସିବା ସମ୍ଭାବନା ରହିଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଉଚ୍ଚ ଜୁଆର ଆସିବାର ସମ୍ଭାବନା ରହିଛି। ଆଗକୁ ପୂର୍ଣ୍ଣିମା ଥିବାରୁ ଓ ସଂପୃକ୍ତ ଅଞ୍ଚଳ ସମତଳ ଥିବାରୁ ଜୁଆର ଆସିପାରେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

The post ‘ୟାସ୍‌’ ଆସିଲେ କେଉଁଠି ହେବ କେତେ ପବନ; ଜାଣନ୍ତୁ, କ’ଣ କହିଛନ୍ତି ଆଇଏମ୍‌ଡି ଡିଜି appeared first on Odisha Reporter.



from Odisha Reporter https://ift.tt/2QQm98A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages