ନୂଆଦିଲ୍ଲୀ: ଇଂରାଜୀରେ ଦକ୍ଷତା ନଥିଲେ ବି ଏବେ ଜଣେ ଇଞ୍ଜିନିୟରିଂରେ ନାମ ଲେଖାଇପାରିବ। ଅନେକ ସମୟରେ ଗ୍ରାମାଞ୍ଚଳର ବିଦ୍ୟାର୍ଥୀ ଇଂରାଜୀ ଭାଷାରେ ଦକ୍ଷତା ରଖିନଥିବାରୁ ଇଂଞ୍ଜିନିୟରିଂ ପାଠ ପ୍ରତି ପଛଘୁଞ୍ଚା ଦିଅନ୍ତି। କେବଳ ଇଂରାଜୀ ପାଇଁ ନିଜର ସ୍ୱପ ପୂରଣ ନକରି ଅନ୍ୟ ପାଠ ପଢ଼ବିକୁ ବାଧ୍ୟରେ ମନ ବୋଳାଇଥାନ୍ତି। ଏବେ କିନ୍ତୁ ଏଆଇସିଟିଇ ଏହି ନିୟମରେ ପରିବର୍ତ୍ତନ କରିଛି। ଏଆଇସିଟିଇ କହିଛି ଯେ ଏବେ ହିନ୍ଦୀ, ମରାଠୀ ସହିତ ମୋଟ୍ ୭ଟି ଆଞ୍ଚଳିକ ଭାଷାରେ ଏହି ଇଞ୍ଜିନିୟରିଂ ପାଠ ପଢ଼ାହେବ। ଏହି ୭ଟି ଭାଷା ହେଲା ହିନ୍ଦୀ, ବେଙ୍ଗଲୀ, ତେଲୁଗୁ, ତାମିଲ, ଗୁଜରାଟ, କନ୍ନଡ ଏବଂ ମାଲାୟଲମ। ଏହା ମଧ୍ୟରେ କିନ୍ତୁ ଓଡ଼ିଆ ଭାଷା ନାହିଁ। ସବୁଠୁ ବଡ଼କଥା ହେଲା ଯେତେବେଳେ ଅଧିକାଂଶ ରାଜ୍ୟରେ ଥିବା ଇଞ୍ଜିନିୟରିଂ କଲେଜରେ ସିଟ୍ ଖାଲି ପଡ଼ୁଛି ସେତେବେଳେ ଆଞ୍ଚଳିକ ଭାଷାରେ ପାଠ ପଢ଼ାକୁ ଅନୁମତି ଦେଇଛି ଏଆଇସିଟିଇ।
ତେବେ ଭାରତ ତୁଳନାରେ ଅଧିକ ବିକଶିତ ଦେଶ କୁହାଯାଉଥିବା ଚାଇନା, ରୁଷିଆ, ଜାପାନ ଏବଂ ଜର୍ମାନୀ ଭଳି ଦେଶ ମଧ୍ୟ ନିଜର ଶିକ୍ଷା ବ୍ୟବସ୍ଥାକୁ ନିଜ ନିଜର ଆଞ୍ଚଳିକ ଭାଷାରେ ରଖିଛନ୍ତି।
ଏଆଇସିଟିଇ କହିଛି ମାତୃଭାଷାରେ ଇଂଞ୍ଜିନିୟରିଂ ପାଠ୍ୟକ୍ରମକୁ ଅନୁମତି ଦେବାର ଉଦ୍ଦେଶ୍ୟ କିଭଳି ଅଧିକରୁ ଅଧିକ ବିଦ୍ୟାର୍ଥୀ ଏହି ଭାଷାରେ ପାଠ ପଢ଼ିପାରିବେ। ଏହାଦ୍ୱାରା ଅଧିକରୁ ଅଧିକ ଏହି ପାଠ୍ୟକ୍ରମରେ ନିଜକୁ ସାମିଲ କରିବା ପାଇଁ ଆଗ୍ରହ ପ୍ରକାଶ କରିବେ। ଏଆଇସିଟିଇର ଅଧ୍ୟକ୍ଷ ଅନୀଲ ସହସ୍ରବୁଦ୍ଧେ କହିଛନ୍ତି, ତାଙ୍କ ପାଖକୁ ୫୦୦ଟି ଆବେଦନ ଆସିଥିଲା ଯେଉଁଥିରେ ମାତୃଭାଷାରେ ଇଞ୍ଜିନିଂୟରିଂ ପାଠ୍ୟକ୍ରମ ପାଇଁ ପ୍ରସ୍ତାବ ରହିଥିଲା। ଏବେ ପ୍ରାଥମିକ ପର୍ଯ୍ୟାୟରେ ୭ଟି ଆଞ୍ଚଳିକ ଭାଷାରେ ପାଠପଢ଼ା ପାଇଁ ଏଆଇସିଟିଇ ଅନୁମୋଦନ ଦେଇଛି। ଆଗାମୀ ଦିନରେ ଆଉ ଅତିରିକ୍ତ ୧୧ଟି ଆଞ୍ଚଳିକ ଭାଷାରେ ଇଞ୍ଜନିୟରିଂ ପାଠ ପଢ଼ା ହେବ ବୋଲି ସେ କହିଛନ୍ତି। ଏବେ ଏଆଇସିଟିଇ ତାର ସମସ୍ତ ପାଠ୍ୟ ପୁସ୍ତକକୁ ମଧ୍ୟ ଏହି ଆଞ୍ଚଳିକ ଭାଷାରେ ଅନୁବାଦ କରିବାକୁ ପ୍ରାୟସ ଆରମ୍ଭ କରିଥିବା ସୂଚନା ରହିଛି।
ଯଦିଓ ଭାରତର ମାତୃଭାଷା ହିନ୍ଦୀ ଏବଂ ଅନ୍ୟାନ୍ୟ ରାଜ୍ୟର ମାତୃଭାଷା ଅଲଗା ଅଲଗା ରହିଛି। ହେଲେ ଏଯାବତ ଇଂରାଜୀ ଭାଷାରେ ହିଁ ଦେଶର ଶିକ୍ଷା ବ୍ୟବସ୍ଥା ରହିଛି। ଅନେକ ସମୟରେ ଦେଶର ଶିକ୍ଷା ବ୍ୟବସ୍ଥା ମାତୃଭାଷାରେ ହେଲେ ଶିକ୍ଷାରେ ସୁଧାର ସହିତ ସାକ୍ଷରତା ହାର ଆହୁରି ବଢ଼ିବ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରନ୍ତି।
The post ଏଣିକି ୭ଟି ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ ପାଠ ପଢ଼ି ହେବ appeared first on Odisha Reporter.
from Odisha Reporter https://ift.tt/3oVfV3H
No comments:
Post a Comment