ମୁମ୍ବାଇ: ବଲିଉଡର ସୁପରଷ୍ଟାର ଅଭିନେତା ସଞ୍ଜୟ ଦତ୍ତ ତଥା ସଞ୍ଜୁ ବାବାଙ୍କ ହାତରେ ଲାଗିଲା ଗୋଲ୍ଡେନ୍ ଭିସା । ସଂଯୁକ୍ତ ଆରବ ଅମିରାତ ତରଫରୁ ତାଙ୍କୁ ଏହି ଭିସା ମିଳିଛି । ଏନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି ।
ସଞ୍ଜୁ ବାବା ନିଜ ଟୁଇଟର ଆକାଉଣ୍ଟରେ ଦୁଇଟି ଫଟୋ ସେଆର କରିଛନ୍ତି । ପ୍ରଥମ ଫଟୋରେ ପାସ୍ପୋର୍ଟ ଦେଖାଉଛନ୍ତି । ଦ୍ୱିତୀୟ ଫଟୋରେ ସେ ମେଜର ଜନରାଲ ମୋହମ୍ମଦ ଅଲ ମାରିଙ୍କ ସହ ନଜର ଆସିଛନ୍ତି ।
ଏହି ଫଟୋକୁ ସେଆର କରି ସଞ୍ଜୟ ଦତ୍ତ ଗୋଲ୍ଡେନ ଭିସା ପାଇଥିବାରୁ ୟୁଏଇ ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗୋଲ୍ଡେନ ଭିସା ପାଇବାର ଖୁସି ପ୍ରକାଶ କରି ସଞ୍ଜୟ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ‘ମେଜର ଜେନେରାଲ ମହମ୍ମଦ ଅଲ ମାରିଙ୍କ ଉପସ୍ଥିତିରେ ୟୁଏଇର ଗୋଲ୍ଡେନ ଭିସା ପାଇ ମୁଁ ଗୌରବାନ୍ୱିତ। ଏହି ସମ୍ମାନ ପାଇଁ ୟୁଏଇ ସରକାରଙ୍କୁ ଧନ୍ୟବାଦ।’ ସେପଟେ ସଞ୍ଜୟ ଗୋଲ୍ଡେନ ଭିସା ପାଇବା ପରେ ଝିଅ ତ୍ରିଶାଲା ମଧ୍ୟ ସଞ୍ଜୟଙ୍କ ଫଟୋରେ କମେଣ୍ଟ କରି ଖୁସି ପ୍ରକାଶ କରିଛନ୍ତି ।
ସୂଚନା ମୁତାବକ ସଞ୍ଜୟ ଦତ୍ତ ତାଙ୍କ ପରିବାର ସହ ଅଧିକାଂଶ ସମୟ ଦୁବାଇରେ ହିଁ ରୁହନ୍ତି । ତାଙ୍କାର ଦୁଇ ପୁଅ ଝିଅ ଦୁବାଇରେ ପାଠ ପଢ଼ନ୍ତି । ତେଣୁ ସେ ବାରମ୍ବାର ଦୁବାଇ ଯାଆନ୍ତି । ଦୁବାଇରେ ତାଙ୍କର ଏକ ଘର ମଧ୍ୟ ରହିଛି । ତେବେ ବର୍ତ୍ତମାନ ସଞ୍ଜୟଙ୍କୁ ଗୋଲ୍ଡେନ ଭିସା ମିଳିବା ପରେ ଏବେ ତାଙ୍କୁ ଆଉ ବାରମ୍ବାର ଭିସା ନେବାକୁ ପଡିବ ନାହିଁ, କାରଣ ଏହି ଗୋଲ୍ଡେନ ଭିସା ପାଇବା ପରେ ସଞ୍ଜୟ ୟୁଏଇରେ ୧୦ ବର୍ଷ ରହିପାରିବେ ।
ୟୁଏଇର ଗୋଲ୍ଡେନ ଭିସା ପାଇବାରେ ସଞ୍ଜୟ ଦତ୍ତ ହେଉଛନ୍ତି ପ୍ରଥମ ଭାରତୀୟ ଅଭିନେତା । ୨୦୧୯ରେ ୟଏଇ ସରକାର ଦୀର୍ଘ ଅବଧି ନିବାସ ପାଇଁ ନୂଆ ନିୟମ ଲାଗୁ କରି ଗୋଲ୍ଡେନ ଭିସା ଆରମ୍ଭ କରିଥିଲେ । ନିୟମ ପରିବର୍ତ୍ତନ ପରେ ବୈଜ୍ଞାନିକ ଏବଂ ପ୍ରଫେସନାଲ୍ସଙ୍କ ସମେତ କିଛି ଖାସ୍ ଲୋକଙ୍କ ପାଇଁ ଏହି ଭିସା ଜାରି କରାଯାଇଛି ।
View this post on Instagram
The post ସଞ୍ଜୁ ବାବାଙ୍କ ହାତରେ ଲାଗିଲା ଗୋଲ୍ଡେନ୍ ଭିସା appeared first on Odisha Reporter.
from Odisha Reporter https://ift.tt/3vq1uas
No comments:
Post a Comment