ପୁଣି ୪ହଜାରରୁ ଅଧିକ ଜୀବନ ନେଲା କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 8, 2021

ପୁଣି ୪ହଜାରରୁ ଅଧିକ ଜୀବନ ନେଲା କରୋନା

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ପୂରା ଦେଶକୁ ଦୋହଲାଇ ଦେଇଛି । ଭାରତରେ କରୋନା ମାମଲା ଲଗାତର ବଢ଼ିବା ପୂରା ଦୁନିଆକୁ ଡରାଇବାରେ ଲାଗିଛି । ଦେଶରେ ଗତ ତିନିଦିନ ଧରି କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତର ୪ଲକ୍ଷ ଟପୁଛି । ଗତ ୨୪ ଘଣ୍ଟାରେ ଦେଶରେ ୪ଲକ୍ଷ ୩ହଜାର ୭୩୮ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ କ୍ରମାଗତ ଦ୍ୱିତୀୟ ଦିନରେ ମୃତ୍ୟୁ ସଂଖ୍ୟା ୪ହଜାର ଅତିକ୍ରମ କରିଛି ।

ଦିନକ ଭିତରେ କରୋନାରେ ୪୦୯୨ ଲୋକ ପ୍ରାଣ ହରାଇଛନ୍ତି । ଏହା ପୂର୍ବରୁ ଶୁକ୍ରବାର ପ୍ରଥମଥର ଦେଶରେ ୪୧୮୭ ଲୋକଙ୍କର କରୋନାରେ ମୃତ୍ୟୁ ହୋଇଥିଲା । ତେବେ ଏହାରି ଭିତରେ ଆଶ୍ୱସ୍ତିକର ଖବର ହେଉଛି ଯେ କରୋନାରୁ ସୁସ୍ଥ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଛି । ପ୍ରଥମଥର କରୋନାରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ସଂଖ୍ୟା ୩ ଲକ୍ଷ ୮୬ହଜାର ଅତିକ୍ରମ କରିଛି ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ମୁତାବକ, ଦେଶରେ ଏବେ ୨କୋଟି ୨୨ ଲକ୍ଷ ୯୬ହଜାର ୪୧୪ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏଥିମଧ୍ୟରୁ ୧କୋଟି ୮୩ଲକ୍ଷ ୧୭ହଜାର ୪୦୪ ଜଣ ରୋଗୀ କରୋନାକୁ ହରାଇବାରେ ସଫଳ ହୋଇଛନ୍ତି । ତେବେ ଏହି ମହାମାରୀ ଏପର୍ଯ୍ୟନ୍ତ ୨ଲକ୍ଷ ୪୨ହଜାର ୩୬୨ଜଣଙ୍କର ଜୀବନ ନେଇସାରିଲାଣି । ବର୍ତ୍ତମାନ ଦେଶରେ କରୋନା ଆକ୍ଟିଭ୍ କେସ୍ ୩୭ ଲକ୍ଷ ୩୬ହଜାର ୬୪୮ ରହିଛି । ସେହିପରି ଦେଶରେ ଟିକାକରଣ ମଧ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଏପର୍ଯ୍ୟନ୍ତ ଦେଶରେ ୧୬କୋଟି ୯୪ଲକ୍ଷ ୩୯ହଜାର ୬୬୯ ଡୋଜ୍ ଲଗା ଯାଇଛି ।

ସୂଚନାଯୋଗ୍ୟ, ଶୁକ୍ରବାର ରାଜ୍ୟରେ ୪,୦୧,୯୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୧୮୭ ଜଣଙ୍କର ମୃତ୍ୟୁ ହୋଇଥିଲା

The post ପୁଣି ୪ହଜାରରୁ ଅଧିକ ଜୀବନ ନେଲା କରୋନା appeared first on Odisha Reporter.



from Odisha Reporter https://ift.tt/3tw1wfc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages