କ୍ରାଶ ହେଲା ବାୟୁସେନାର ଯୁଦ୍ଧ ବିମାନ ମିଗ-୨୧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 20, 2021

କ୍ରାଶ ହେଲା ବାୟୁସେନାର ଯୁଦ୍ଧ ବିମାନ ମିଗ-୨୧

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ମିଗ-୨୧ ଗୁରୁବାର ବିଳମ୍ବିତ ରାତିରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ପଞ୍ଜାବର ମୋଗା ଅଞ୍ଚଳରେ ରୁଟିନ କାମରେ ନିୟୋଜିତ ଥିବା ବିମାନଟି ହଠାତ୍‌ କ୍ରାଶ ହୋଇଯାଇଥିବା ଜଣାପଡ଼ିଛି। ଏନେଇ ଏଏନ୍‌ଆଇ ଖବର ପ୍ରକାଶ କରିଛି।

ତେବେ ଦୁର୍ଘଟଣା ସମୟରେ ଏହା ମଧ୍ୟରେ କେତେ ଜଣ ପାଇଲଟ ଥିଲେ ଓ ସେମାନଙ୍କ ଅବସ୍ଥା ଏବେ କେମିତି ଅଛି, ସେକଥା ଜଣାପଡ଼ିନି। ବାୟୁସେନା କେବଳ ରୁଟିନ୍‌ ପ୍ରଶିକ୍ଷଣ କରୁଥିବା ବେଳେ ମିଗ୍‌ -୨୧ ଯୁଦ୍ଧ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିବା କହଛି।

ସୂଚନା ଅନୁସାରେ ପଞ୍ଜାବରେ ଥିବା ଏୟାରବେସ୍‌ରୁ ମିଗ୍-୨୧ ବିମାନ ରୁଟିନ ପ୍ରଶିକ୍ଷଣରେ ବାହାରିଥିଲା। ଉଡ଼ାଣର କିଛି ସମୟ ପରେ ହଠାତ୍‌ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା। ଏହି କାରଣରୁ ପାଲଇଟ ବିମାନକୁ ଅବତରଣ କରିବାକୁ ଚାହିଁଥିଲେ। କିନ୍ତୁ ସୁରକ୍ଷିତ ଅବତରଣ ପୂର୍ବରୁ ହିଁ ବିମାନଟି ମୋଗା ନିକଟସ୍ଥ ଗୋଟିଏ ଗାଁ ନିକଟରେ ଖସି ପଡ଼ିଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଯୁଦ୍ଧ ବିମାନରେ ନିଆଁ ଲାଗି ଯାଇଥିବା କୁହାଯାଉଛି। ହେଲେ ଏ ସମ୍ପର୍କରେ ବାୟୁସେନା ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।

The post କ୍ରାଶ ହେଲା ବାୟୁସେନାର ଯୁଦ୍ଧ ବିମାନ ମିଗ-୨୧ appeared first on Odisha Reporter.



from Odisha Reporter https://ift.tt/3hUWXsL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages