ଭୟଙ୍କର ହେଉଛି ବ୍ଲାକ ଫଙ୍ଗସ: ନେଲାଣି ୧୨୬ ଜଣଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 20, 2021

ଭୟଙ୍କର ହେଉଛି ବ୍ଲାକ ଫଙ୍ଗସ: ନେଲାଣି ୧୨୬ ଜଣଙ୍କ ଜୀବନ

ନୂଆଦିଲ୍ଲୀ: ମହାମାରୀ କରୋନା ଭିତରେ ବ୍ଲାକ ଫଙ୍ଗସ ବା ମ୍ୟୁକ୍ରୋମାଇକୋସିସ ଧୀରେଧୀରେ ଭୟଙ୍କର ରୂପ ଧାରଣ କଲାଣି। ଓଡ଼ିଶା ସମସ୍ତେ ଏକାଧିକ ରାଜ୍ୟ ଏହି ବ୍ଲାକ ଫଙ୍ଗସକୁ ମହାମାରୀ ତାଲିକାରେ ସ୍ଥାନ ଦେଇଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ଏଥିପ୍ରତି ତତ୍ପରତା ପ୍ରକାଶ କରିଛନ୍ତି।

ସାଧାରଣତଃ କରୋନାରୁ ସୁସ୍ଥ ଓ ମଧୁମେହ ରୋଗୀଙ୍କ କ୍ଷେତ୍ରରେ ଦେଖା ଯାଉଥିବା ଏହି ରୋଗ ଇତି ମଧ୍ୟରେ ୧୨୬ ଜଣଙ୍କ ଜୀବନ ନେଇ ସାରିଲାଣି। କେବଳ ମହାରାଷ୍ଟ୍ରରେ ବ୍ଲାକ ଫଙ୍ଗସ ୯୦ ଜଣଙ୍କ ଜୀବନ ନେଇଛି। କରୋନା ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ମହାରାଷ୍ଟ୍ରରେ ଏବେ ବ୍ଲାକ ଫଙ୍ଗସ ମାଡ଼ିବା ନୂଆ ବିପଦ ସୃଷ୍ଟି କରିଛି।

ବ୍ଲାକ ଫଙ୍ଗସ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଏକାଧିକ ରାଜ୍ୟରେ ଏହାର ଚିକିତ୍ସା ପାଇଁ ଆବଶ୍ୟକ ଆଣ୍ଟି ଫଙ୍ଗସ ଇଞ୍ଜେକସନ liposomal amphotericin B ଅଭାବ ଦେଖିବାକୁ ମିଳିଛି। ଏହାର ଯୋଗାଣ ତ୍ୱାରାନ୍ୱିତ କରିବାକୁ ରାଜ୍ୟଗୁଡ଼ିକ କେନ୍ଦ୍ର ଠାରୁ ସହାୟତା ମାଗିଛନ୍ତି। ତୁରନ୍ତ ଆବଶ୍ୟକ ଭିଆଲ ଔଷଧ ପଠାଇବାକୁ ସେମାନେ ଦାବି କରିଛନ୍ତି।

ମହାରାଷ୍ଟ୍ରରେ ଏପ୍ରିଲ ମାସରୁ ହିଁ liposomal amphotericin Bର ଅଭାବ ଦେଖିବାକୁ ମିଳୁଥିବା ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।  ଓଡ଼ିଶାରେ ମଧ୍ୟ ଏହି liposomal amphotericin B ଔଷଧ ନଥିବା ଜଣାପଡ଼ିଛି।

ମହାରାଷ୍ଟ୍ର ପଛକୁ ବ୍ଲାକ ଫଙ୍ଗସ ଦ୍ୱାରା ୧୪ ଜଣ ଲୋକ ହରିଆଣାରେ ପ୍ରାଣ ହରାଇଛନ୍ତି। ଉତ୍ତର ପ୍ରଦେଶରେ ଏଯାଏ ୮ ଜଣ ଲୋକଙ୍କ ଜୀବନ ଯାଇଛି। ସମସ୍ତ ମୃତକ ରାଜଧାନୀ ଲକ୍ଷ୍ନୌର। ଝାରଖଣ୍ଡରେ ୪ ଜଣ, ମଧ୍ୟପ୍ରଦେଶରେ ୨, ଛତିଶଗଡ଼ରେ ୨ ଜଣ ପ୍ରାଣ ହରାଇଥିବା ବେଳେ ଉତ୍ତରାଖଣ୍ଡ, ବିହାର, ଆସାମ, ଓଡ଼ିଶା ଓ ଗୋଆରେ ଜଣେ ଲେଖାଏ ଲୋକ ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। କିଛି ରାଜ୍ୟ ବ୍ଲାକ ଫଙ୍ଗସ ଜନିତ ରୋଗୀ ଓ ମୃତକଙ୍କ ସଂଖ୍ୟାର ହିସାବ ରଖି ନଥିବା କହିଛନ୍ତି।

ଅନ୍ୟପକ୍ଷରେ ଆମେ ଯଦି ବ୍ଲାକ ଫଙ୍ଗସ ରୋଗୀଙ୍କ ସଂଖ୍ୟା ଦେଖିବା, ତା’ହେଲେ ଏଯାଏ ୫,୫୦୦ ଜଣ ଲୋକ ଏଥିରେ ଆକ୍ରାନ୍ତ ହୋଇସାରିଲେଣି। ମୃତକଙ୍କ ଭଳି ଆକ୍ରାନ୍ତଙ୍କ ସଂଖ୍ୟାରେ ମଧ୍ୟ ମହାରାଷ୍ଟ୍ର ୧ନଂ ସ୍ଥାନରେ ରହିଛି। ମହାରାଷ୍ଟ୍ର ଓ ଗୁଜରାଟରେ ୧୫ଶହ ଲେଖାଏ ଲୋକ ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହୋଇଥିବା ବେଳେ ତେଲେଙ୍ଗାନାରେ ୭୦୦, ମଧ୍ୟପ୍ରଦେଶରେ ୫୭୩, କର୍ଣ୍ଣାଟକାରେ ୨୫୦, ଦିଲ୍ଲୀରେ ୨୦୦, ହରିଆଣାରେ ୧୯୦, ୟୁପିରେ ୧୬୦, ରାଜସ୍ଥାନରେ ୧୦୦, ଛିତିଶଗଡ଼ରେ ୭୭, ବିହାରରେ ୫୬, ଉତ୍ତରାଖଣ୍ଡରେ ୪୬, କର୍ଣ୍ଣାଟକାରେ ୪୦, ଝାରଖଣ୍ଡରେ ୩୦, ଓଡ଼ିଶା ୧୦, ତାମିଲନାଡୁ ୯, କେରଳ ୯, ଗୋଆ ୮, ପଶ୍ଚିମବଙ୍ଗ ୨, ପଞ୍ଜାବ ୨, ଆସାମ ୧ ଓ ହିମାଚଳ ପ୍ରଦେଶରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

The post ଭୟଙ୍କର ହେଉଛି ବ୍ଲାକ ଫଙ୍ଗସ: ନେଲାଣି ୧୨୬ ଜଣଙ୍କ ଜୀବନ appeared first on Odisha Reporter.



from Odisha Reporter https://ift.tt/3fDl0cP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages