ଏଣିକି ଗୁରୁତର କରୋନା ରୋଗୀଙ୍କୁ ଦିଆଯିବ ‘ଟୋସଲିଜୁମାବ୍’ ଇଂଜେକସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 6, 2021

ଏଣିକି ଗୁରୁତର କରୋନା ରୋଗୀଙ୍କୁ ଦିଆଯିବ ‘ଟୋସଲିଜୁମାବ୍’ ଇଂଜେକସନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଏବେ ଦିନକୁ ଦିନ ଲମ୍ବ ଡିଆଁ ମାରୁଥିବା ବେଳେ ଘାତକ ସାଜିଲାଣି ମେ’।  ଚଳିତ ମାସରେ  ରାଜ୍ୟରେ କରୋନା ପିକ୍‌ରେ ପହଞ୍ଚିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଆକଳନ କରୁଥିବା ବେଳେ ଗୁରୁତରଙ୍କ ସଂଖ୍ୟା ମଧ୍ୟ ବଢ଼ିଯିବ।  ଏପରି ସ୍ଥିତିରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା କରୋନା ରୋଗୀ ତଥା ଭେଣ୍ଟିଲେଟରରେ ଥିବା ରୋଗୀଙ୍କୁ ଦିଆଯିବ ଟୋସଲିଜୁମାବ୍ ଇଂଜେକସନ୍। ଏହାଦ୍ୱାରା ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ ବୋଲି ଆକଳନ କରାଯାଉଥିବା ବେଳେ ଏହାକୁ କିନ୍ତୁ ତୁରନ୍ତ ଅନୁମୋଦନ ମିଳିବା ଆବଶ୍ୟକ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।

କରୋନା ଆକ୍ରାନ୍ତଙ୍କୁ ଟୋସଲିଜୁମାବ୍ ଇଂଜେକସନ୍ ଦିଆଯିବା ନିମନ୍ତେ ଏସ୍ଓପି ଜାରି କରିଛନ୍ତି ରାଜ୍ୟ ସରକାର।  ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି।  ଭେଣ୍ଟିଲେଟରରେ ଥିବା ତଥା ଗୁରୁତର ଆକ୍ରାନ୍ତ ଥିବା ରୋଗୀଙ୍କ କ୍ଷେତ୍ରରେ ଟୋସଲିଜୁମାବ୍ ଇଂଜେକସନ୍ ବ୍ୟବହାର କରିବାକୁ କୁହାଯାଇଛି ।

ବିଶେଷ ଭାବେ ଅକ୍ସିଜେନ ଲେବଲ କମ୍ ଥିବା  ଆକ୍ରାନ୍ତଙ୍କ କ୍ଷେତ୍ରରେ ଏହାର ପ୍ରୟୋଗ କରାଯିବ । ଟୋସଲିଜୁମାବ୍ ଇଂଜେକସନ୍‌କୁ DCGI ବ୍ୟବହାର ପାଇଁ ଅନୁମତି ମିଳିଛି ।  ଏହାସହ ବିଶେଷଜ୍ଞ ଟିମ୍ ବି ଏହାର ବ୍ୟବହାରକୁ ନେଇ ସହମତି ପ୍ରକାଶ କରିଛି । ବହୁ ମାତ୍ରାରେ ହସ୍ପିଟାଲ ପକ୍ଷରୁ ଏହାର ବ୍ୟବହାର ପାଇଁ ନିବେଦନ କରାଯାଉଥିବା ବେଳେ ଏହା କେତେ ପରିମାଣରେ ଆବଶ୍ୟକ ସେ ନେଇ ସବିଶେଷ ତଥ୍ୟ ମଗାଯାଇଛି ।

ଇଞ୍ଜେକ୍ସନ ଦେବା ପୂର୍ବରୁ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରାଯାଇ ଏହାକୁ ପ୍ରୟୋଗ କରାଯିବ। ତାସହ କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ପ୍ରୟୋଗ ହେଉଥିବା ଅନ୍ୟ ଔଷଧ  ବି ଏସ୍ଓପିରେ ଉଲ୍ଲେଖ କରାଯାଇଛି । ହସ୍ପିଟାଲ୍ କର୍ତ୍ତୃପକ୍ଷ ଏସମ୍ପର୍କରେ ସିଡିଏମ୍ଓକୁ ସମ୍ପୂର୍ଣ୍ଣ ତଥ୍ୟ ଦେବେ ।  ଜିଲ୍ଲାପାଳଙ୍କ ସମେତ ସମସ୍ତ ସିଡିଏମ୍ଓ, ଏମ୍ସ ନିର୍ଦ୍ଦେଶକ ଓ ରାଜ୍ୟର ପ୍ରମୁଖ୍ୟ ଡାକ୍ତରଖାନାର ମୁଖ୍ୟଙ୍କୁ ବି ଏହି ଚିଠି ଜାରି ହୋଇଛି ।

ତେବେ ଅନୁମତିପ୍ରାପ୍ତ ନୂଆ ଡ୍ରଗ୍ସ୍ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହୋଇ ପାରୁ ନ ଥିବାରୁ ଲୋକେ ଏହାଦ୍ୱାରା କିପରି ଉପକୃତ ହେବେ ତାକୁ ନେଇ ଆରମ୍ଭ ହେଲାଣି ପ୍ରଶ୍ନବାଚୀ।

The post ଏଣିକି ଗୁରୁତର କରୋନା ରୋଗୀଙ୍କୁ ଦିଆଯିବ ‘ଟୋସଲିଜୁମାବ୍’ ଇଂଜେକସନ appeared first on Odisha Reporter.



from Odisha Reporter https://ift.tt/3ts0hxe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages