ନୂଆଦିଲ୍ଲୀ: ଭାରତରେ କୋଭିଡ ସ୍ଥିତି ‘ଅତ୍ୟନ୍ତ ଚିନ୍ତାଜନକ’ ଏବଂ ‘ଜରୁରୀ’। ହସ୍ପିଟାଲରେ ବେଡ୍ ନାହିଁ, ଆବଶ୍ୟକ ଚିକିତ୍ସା ଉପକରଣ ନାହିଁ। ଅନ୍ୟପଟେ କରୋନା ସଂକ୍ରମିତଙ୍କ ସଂଖ୍ୟା ଜୋରଦାର ବଢ଼ୁଛି। ତେଣୁ କରୋନା ସଂକ୍ରମଣ ଚେନକୁ ରୋକିବାକୁ ହେଲେ ଭାରତକୁ ଏକ ବଡ଼ ଲକଡାଉନ୍ କରିବାକୁ ହେବ। ଏଥିସହ ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରିବାକୁ ହେବ। ଆମେରିକା ସରକାରର କୋଭିଡ୍ ଏକ୍ସପୋର୍ଟ ଟିମର ମୁଖ୍ୟ ତଥା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା ଡାକ୍ତର ଆନ୍ଥୋନୀ ଫାଉସି ସିଏନ୍ଏନ୍ ନ୍ୟୁଜ୍ -18କୁ ସାକ୍ଷାତକାର ଦେଇ ଏହା କହିଛନ୍ତି।
ସେ କହିଛନ୍ତି, ଭାରତକୁ ଲକଡାଉନ କରିବାକୁ ହେବ। ତିନି ଚାରି ସପ୍ତାହ ଲକଡାଉନ୍ ହେଲେ ଏହି ସଂକ୍ରମଣକୁ ରୋକି ହେବ। ଆଉ କୋଭିଡ ସଂକ୍ରମିତଙ୍କ ସଂଖ୍ୟା କମିବା ପରେ ଟିକାକରଣକୁ ଜୋରଦାର କରିବାକୁ ହେବ ବୋଲି ଫାଉସି କହିଛନ୍ତି। ଏହି ଅବସରରେ ଫାଉସି ଭାରତର ଅନେକ କାମକୁ ପ୍ରଶଂସା କରିଛନ୍ତି। ଯେତେବେଳେ ଭାରତରେ ସଂକ୍ରିମତ ସଂଖ୍ୟା ବଢ଼ି ନଥିଲା ସେତେବେଳେ ଅନେକ ଦେଶକୁ ଭାରତ ସହଯୋଗ କରିଛି। ଏହାକୁ କେବେ ଭୁଲି ହେବ ନାହିଁ ବୋଲି ଫାଉସି କହିଛନ୍ତି। ଭାରତରେ ବଢୁଥିବା ସଂକ୍ରମଣକୁ ନେଇ ଆମେରିକା ଚିନ୍ତିତ।
ଆଗକୁ ସଂକ୍ରମିତ ସଂଖ୍ୟା ବଢ଼ିବାର ଆଶଙ୍କା ଅଧିକ ରହିଥିବାରୁ ଭାରତ ସରକାର ସମସ୍ତ ସମ୍ବଳ ଉପଯୋଗ କରି ଯଥାଶୀଘ୍ର ହସ୍ପିଟାଲ ତିଆରି କରିବା ଦରକାର ବୋଲି ସେ କହିଛନ୍ତି।
ଲକଡାଉନ୍ ଏବଂ ଏହାଦ୍ୱାରା ପ୍ରଭାବିତ ହେବାକୁ ଥିବା ଅର୍ଥନୀତି ବାବଦରେ ଫାଉସି କହିଛନ୍ତି, ଭାରତରେ ଜାତୀୟ ସ୍ତରରେ ଲକଡାଉନ ହେଲେ ଅର୍ଥନୀତି ପ୍ରଭାବିତ ହେବ। ହେଲେ ସଂକ୍ରମଣ କମିଲେ ଧୀରେ ଧୀରେ ଲକଡାଉନ ହଟିବ ଆଉ ଅର୍ଥନୀତିରେ ମଧ୍ୟ ଧୀରେ ଧୀରେ ସୁଧାର ଆସିବ। ଏହା କହିବା ପରେ ସେ ଆମେରିକାର ଅର୍ଥନୀତିର ଉଦାହରଣ ଦେଇଛନ୍ତି। ଆମେରିକାରେ ମଧ୍ୟ ଲକଡାଉନ୍ ଲାଗୁ ହୋଇଥିଲା। ଏବେ ସଂକ୍ରମଣ କମିବା ପରେ ଧୀରେ ଧୀରେ ବଜାର ଖୋଲୁଛି ଆଉ ଅର୍ଥନୀତିରେ ସୁଧାର ଆସୁଛି ବୋଲି କହିଛନ୍ତି। ଯଦି ଦୀର୍ଘ ସମୟ ପାଇଁ ଏହି ଲକଡାଉନ ହେବ ତାହେଲେ ଅର୍ଥନୀତିର ଚିତ୍ର ବଦଳିବା ସ୍ୱାଭାବିକ। ହେଲେ ତିନି-ଚାରି ସପ୍ତାହ ପାଇଁ ଲକଡାଉନ କଲେ ବିଶେଷ କିଛି ପ୍ରଭାବିତ ହେବ ନାହିଁ ବୋଲି ସେ କହିଛନ୍ତି। ତେଣୁ ସମୟ ଥାଉ ଥାଉ ଭାରତରେ ଲକଡାଉନ୍ ଲାଗୁ ହେବା ଦରକାର ବୋଲି କହିଛନ୍ତି।
“ମୁଁ ଭାବୁଛି ଆପଣ ଅନ୍ୟ ଦେଶଗୁଡିକର ଅସୁବିଧାରୁ ଶିଖିପାରିବେ। ଯୁକ୍ତରାଷ୍ଟ୍ର ଆମେରିକାରେ ଯେତେବେଳେ ଆମେ ବହୁତ କଠିନ ସମୟ ଦେଇ ଗତି କରିଥିଲୁ ହେଲେ ଆମେ ଏପର୍ଯ୍ୟନ୍ତ ଏଥିରୁ ସମ୍ପୂର୍ଣ୍ଣରୂପେ ବାହାରି ନାହୁଁ। ତେଣୁ ପ୍ରଥମେ ସାରା ଦେଶକୁ ଏକାଠି କରିବାକୁ ହେବ ଏହି ମହାମାରୀ ବିରୋଧରେ ଲଢ଼େଇ କରିବାକୁ ଯାଇ ଲକଡାଉନ୍ କରିବାକୁ ହେଲେ। ମତ ଭିନ୍ନ ରହିପାରେ ହେଲେ ସମସ୍ତଙ୍କର ଶତ୍ରୁ ହେଉଛି କରୋନା ଭାଇରସ। ତେଣୁ ସମସ୍ତ ରାଜନୀତିକ ମତଭେଦ, ଆଦର୍ଶଗତ ପାର୍ଥକ୍ୟକୁ ଏଡ଼ାଇବାକୁ ପଡିବ ଏବଂ ଗୋଟିଏ ଜିନିଷ ଭାଇରସ ଉପରେ ଧ୍ୟାନ ଦେବାକୁ ହେବ”।
ଭାରତରେ କରୋନାକୁ ରୋକିବାର ଫର୍ମୁଲା କହିଲେ ଆମେରିକାର ସ୍ୱାସ୍ଥ୍ୟ ବିଶେଷଜ୍ଞ
The post ‘କରୋନାକୁ ରୋକିବାକୁ ହେଲେ ସାରା ଭାରତ ଲକଡାଉନ ହେବା ଦରକାର’ appeared first on Odisha Reporter.
from Odisha Reporter https://ift.tt/3b6L8uY
No comments:
Post a Comment