ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ବିଶିଷ୍ଟ ଫୁଟ୍ବଲ୍ କୋଚ୍ ନନ୍ଦ କିଶୋର ପଟ୍ଟନାୟକଙ୍କର ପରଲୋକ ହୋଇଯାଇଛି। ତାଙ୍କ ସାନ ଭାଇ ଏହି ସୂଚନା ଦେଇଛନ୍ତି।
ସେ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିବା ବେଳେ ଗତକାଲି ରାତି ପ୍ରାୟ ୩ଟା ବେଳେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।
ନନ୍ଦ କିଶୋର ଅନେକ ଅନ୍ତର୍ଜାତୀୟ ମହିଳା ଫୁଟ୍ବଲ୍ ଖେଳାଳି ସୃଷ୍ଟି କରିଥିଲେ। ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ରଞ୍ଜିତା ମହାନ୍ତି, ମମତା ସାମନ୍ତ, ଜୟନ୍ତୀ ବେହେରା, ସୁଦୀପ୍ତ ସାହୁ, ମାମାଲି ଦାସ ଓ ରୁନୁ ନାୟକଙ୍କ ଭଳି ଅନେକ ଜୁନିୟର ଓ ସିନିୟର ସ୍ତରର ଅନ୍ତର୍ଜାତୀୟ ଖେଳାଳି ସେ ସୃଷ୍ଟି କରିଥିଲେ।
ଭୁବନେଶ୍ୱରରେ ରାଜ୍ୟର ଗରିବ ଓ ପ୍ରତିଭାବାନ ମହିଳା ଫୁଟବଲ ଖେଳାଳିଙ୍କୁ ମାଗଣାରେ ଖାଇବା ପିଇବା ଓ ଉପକରଣ ଦେଇ ନିତା ଆମ୍ବାନୀ ଫୁଟବଲ ଏକାଡେମୀ ଚଳାଇ ଆସୁଥିଲେ ନନ୍ଦ କିଶୋର।
The post ଫୁଟ୍ବଲ୍ କୋଚ୍ ନନ୍ଦ କିଶୋର ପଟ୍ଟନାୟକଙ୍କ ପରଲୋକ appeared first on Odisha Reporter.
from Odisha Reporter https://ift.tt/3uxRudS
No comments:
Post a Comment