ଦେଶରେ କମୁଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା: ସର୍ଭେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 18, 2021

ଦେଶରେ କମୁଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା: ସର୍ଭେ

ନୂଆଦିଲ୍ଲୀ: ମହାମାରୀ କରୋନା ସହ ଦେଶବାସୀ ଗୋଟିଏ ପଟେ ଲଢ଼େଇ କରୁଥିବା ବେଳେ ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ହ୍ରାସ ପାଇବାରେ ଲାଗିଛି। ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ଧରୁ ନଥିବା ବେଳେ ନୂଆ ସର୍ଭେରୁ ଜଣାପଡ଼ିଛି ଯେ ଦେଶବାସୀଙ୍କ ଆଗରେ ପ୍ରଧାନମନ୍ତ୍ରୀ ମୋଦି ନିଜର ଆସ୍ଥା ହରାଇବାକୁ ଲାଗିଲେଣି।

୨୦୧୪ରେ ପ୍ରଥମଥର ପ୍ରଧାନମନ୍ତ୍ରୀ ହୋଇଥିବା ମୋଦି ୨୦୧୯ରେ ପ୍ରଚଣ୍ଡ ଜନମତ ସହ ଦ୍ୱିତୀୟ ଥର କ୍ଷମତା ଦଖଲ କରିଥିଲେ। ଦୀର୍ଘ ୩ ଦଶନ୍ଧି ମଧ୍ୟରେ ସର୍ବାଧିକ ଆସନ ଜିତି ମୋଦି ନୂଆ ଇତିହାସ ସୃଷ୍ଟି କରିଥିଲେ। କିନ୍ତୁ ଏବେ ମହାମାରୀ କରୋନା ତାଙ୍କ ଛବିକୁ ମଳିନ କରିବାରେ ଲାଗିଛି।

ଭାରତରେ କରୋନା ସଂକ୍ରମଣ ୨୫ ମିଲିୟନ ପାର୍‌ କରି ଯାଇଥିବାରୁ ଭାଇରସକୁ ମୁକାବିଲା କରିବାରେ ସରକାର ବିଫଳ ବୋଲି କୁହାଯାଉଛି। ଏହାର ପ୍ରଭାବ ମଧ୍ୟ ମୋଦିଙ୍କ ଛବି ଉପରେ ପଡ଼ିଛି। ଏହା ତାଙ୍କ ଲୋକପ୍ରିୟତାକୁ ହ୍ରାସ କରିଛି ବୋଲି ଆମେରିକାର ମର୍ଣ୍ଣିଂ କନସଲ୍ଟ ପକ୍ଷରୁ ଜାରି ‘ଗ୍ଲୋବାର ଆପ୍ରୁଭାଲ ରେଟିଂ’ରେ କୁହାଯାଇଛି। ଏହି କମ୍ପାନୀ ବିଭିନ୍ନ ଦେଶର ନେତାଙ୍କ ଲୋକପ୍ରିୟତା ଓ ଅନ୍ୟାନ୍ୟ ବିଷୟବସ୍ତୁ ଉପରେ ସର୍ଭେ କରି ରିପୋର୍ଟ ଦେଇଥାଏ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଟିଂ ଏବେ ୬୩% ରହିଛି। ୨୦୧୯ ଅଗଷ୍ଟରୁ ହିଁ ଏହି ଆମେରିକା କମ୍ପାନୀ ତାଙ୍କ ଲୋକପ୍ରିୟତାକୁ ଟ୍ରାକ୍‌ କରୁଥିଲା। ହେଲେ ପ୍ରଥମଥର ପାଇଁ ତାଙ୍କ ରେଟିଂ ପଏଣ୍ଟ ଏତେ ତଳକୁ ଖସିଥିବା ଜାଣିବାକୁ ପାଇଛି। ମୋଦିଙ୍କ ରେଟିଂ ପଏଣ୍ଟ ଏପ୍ରିଲ ମାସରେ ହିଁ ସର୍ବାଧିକ ହ୍ରାସ ପାଇଥିବା ଦେଖିବାକୁ ମିଳିଛି।

ଏପ୍ରିଲ ୧ରୁ ମେ’ ୧୧ ମଧ୍ୟରେ ତାଙ୍କ ଆପ୍ରୁଭାଲ ରେଟିଂ ୧୦% ହ୍ରାସ ଘଟିଛି। ପୂର୍ବରୁ ଗ୍ଲୋବାଲ ଆପ୍ରୁଭାଲ ରେଟିଂରେ ମୋଦିଙ୍କ ପଏଣ୍ଟ ୭୩% ଥିବା ବେଳେ ଏବେ ଏହା ୬୩%କୁ ଖସି ଆସିଛି। ତାଙ୍କ ଡିସଆପ୍ରୁଭାଲ ପଏଣ୍ଟ ୨୧%ରୁ ୩୧%କୁ ବୃଦ୍ଧି ପାଇଛି।

ମହାମାରୀ କରୋନାକୁ ମୁକିବିଲା କରିବାରେ ମୋଦି ସରକାର ଫେଲ ହୋଇଥିବା ଲୋକମାନେ କହୁଛନ୍ତି। କରୋନା ବ୍ୟାପିଥିଲେ ହେଁ ବିଭନ୍ନ ସ୍ଥାନରେ ହସ୍ପିଟାଲରେ ବେଡ୍‌ ଓ ଅକ୍ସିଜେନର ଅଭାବ ଦେଖିବାକୁ ମିଳୁଛି। ଏହବାଦ୍‌ ନଦୀରେ ଶହଶହ ଶବ ଭାସି ଘଟଣାର କୁପ୍ରଭାବ ମଧ୍ୟ ମୋଦିଙ୍କ ଲୋକପ୍ରିୟତା ଉପରେ ପଡ଼ିଛି।

ଏହାପୂର୍ବରୁ YouGov ପକ୍ଷରୁ ସହରାଞ୍ଚଳରେ ମୋଦିଙ୍କ ଲୋକପ୍ରିୟତା ଜାଣିବାକୁ ସର୍ଭେ କରାଯାଥିଲା। ସର୍ଭେରୁ ଜଣାପଡ଼ିଥିଲା ଯେ ମହାମାରୀକୁ ମୁକାବିଲା କରିବାରେ ସରକାର ସଂପୂର୍ଣ୍ଣ ବିଫଳ ହୋଇଥିବା ଲୋକମାନେ କହିଛନ୍ତି। ବିଶେଷ କରି ଫେବୃଆରୀ ମାସ ଠାରୁ ମୋଦି ସରକାର ଉପରେ ଲୋକମାନେ ନିଜର ଆସ୍ଥା ହରାଇବା ଆରମ୍ଭ କରିଛନ୍ତି।

ଏପ୍ରିଲ ଶେଷ ସୁଦ୍ଧା କେବଳ ୫୯% ଲୋକ ସରକାର ମହାମାରୀ କରୋନାକୁ ଠିକ ଭାବେ ମୁକାବିଲା କରିବାକୁ ସକ୍ଷମ ହେଉଥିବା କହିଛନ୍ତି। ପ୍ରଥମ ୱେଭ ବେଳେ ୮୯% ଲୋକ ସରକାରଙ୍କ ବିଭିନ୍ନ ପଦକ୍ଷେପକୁ ସମର୍ଥନ କରିଥିଲେ। ତେଣୁ କରୋନା ମାମଲା ବଢ଼ିବା ସହ ମୋଦିଙ୍କ ଲୋକପ୍ରିୟତା କମିବା ଆରମ୍ଭ ହୋଇଛି।

The post ଦେଶରେ କମୁଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା: ସର୍ଭେ appeared first on Odisha Reporter.



from Odisha Reporter https://ift.tt/3fy9pMd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages