ଅକ୍ସିଜେନ ଅଭାବର ବିକଳ ଚିତ୍ର: ୨ ଘଣ୍ଟାରେ ଗଲା ୨୪ ଜଣଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 3, 2021

ଅକ୍ସିଜେନ ଅଭାବର ବିକଳ ଚିତ୍ର: ୨ ଘଣ୍ଟାରେ ଗଲା ୨୪ ଜଣଙ୍କ ଜୀବନ

ବେଙ୍ଗାଲୁରୁ: ମହାମାରୀ କରୋନାର ଦ୍ରୁତ ସଂକ୍ରମଣ ଭିତରେ ଅକ୍ସିଜେନ ସଙ୍କଟର ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। କର୍ଣ୍ଣାଟକାର ଛାମରାଜନଗର ଜିଲ୍ଲା ହସ୍ପିଟାଲରେ ୨ ଘଣ୍ଟା ପାଇଁ ଅକ୍ସିଜେନ ସଙ୍କଟ ଦେଖାଯିବାରୁ ୨୪ ଜଣ ରୋଗୀଙ୍କ ଜୀବନ ଚାଲି ଯାଇଛି। ରାତି ୧୨ରୁ ୨ଟା ମଧ୍ୟରେ ଅକ୍ସିଜେନ ସପ୍ଲାଏ ହ୍ରାସ ପାଇବାରୁ ଏଭଳି ଘଟଣା ଘଟିଥିବା ସରକାରୀ ଅଧିକାରୀ ସ୍ୱୀକାର କରିଛନ୍ତି।

ଏହି ହସ୍ପିଟାଲରେ ମୋଟ ୧୪୪ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି। ହଠାତ୍‌ ରାତି ୧୨ଟାରୁ ୨ଟା ଯାଏ ଅମ୍ଳଜାନ ପାଇପ୍‌ରେ ସମସ୍ୟା ହେବାରୁ ଯୋଗାଣ ହ୍ରାସ ପାଇଥିଲା। ଏହି କାରଣରୁ ଅକ୍ସିଜେନ ସର୍ପୋଟରେ ଥିବା ୨୪ ଜଣ ରୋଗୀ ୨ ଘଣ୍ଟା ଭିତରେ ମୃତ୍ୟୁ ବରଣ କରିଛନ୍ତି।

ତେବେ କେମିତି ଅକ୍ସିଜେନ ଯୋଗାଣ ହ୍ରାସ ପାଇଲା, ସେକଥା ଜଣାପଡ଼ିନି। ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପା ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି। ସେ ଏହାର ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ଗୃହମନ୍ତ୍ରୀ ବସଭରାଜ ବୋମାନି ମଧ୍ୟ ଡିଜିପି-ଆଇଜିପି ପ୍ରବୀଣ ସୁଦଙ୍କୁ ଘଟଣାର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।

ମହୀଶୂର ସାଂସଦ ପ୍ରତାପ ସୀମା କହିଛନ୍ତି, ଛାମରାଜନଗର ଜିଲ୍ଲାରେ ଅକ୍ସିଜେନ ସଙ୍କଟ କଥା ମୁଁ ମିଡିଆରୁ ଜାଣିବାକୁ ପାଇଥିଲି ଏହାପରେ ତୁରନ୍ତ ଡିସି ରବିଙ୍କୁ ଫୋନ କଲି ଓ ଅକ୍ସିଜେନ ଯୋଗାଣ ଦାୟିତ୍ୱରେ ଥିବା ଏଡିସିଙ୍କୁ କନଫରେନ୍ସରେ ନେଇଥିଲି। ରାତିରେ ହିଁ ୧୫ଟି ସିଲିଣ୍ଡରର ବ୍ୟବସ୍ଥା କରାଯାଇଥିଲା। ତଥାପି ସବୁ ପ୍ରକାରର ଚେଷ୍ଟା ସତ୍ତ୍ୱେ ଏମିତି ଘଟଣା ଘଟିଲା। ଛାମରାଜନଗର ଆମ ଠାରୁ ବହୁ ଦୂରସ୍ଥାନ ନୁହେଁ। ଆମେ ସବୁ ବେଳେ ଏହାକୁ ଆମର ଅଞ୍ଚଳ ବୋଲି ଭାବୁ। ସେମାନଙ୍କ ଦୁଃଖରେ ଆମେ ମଧ୍ୟ ଦୁଃଖିତ ବୋଲି ସେ କହିଛନ୍ତି।


କଂଗ୍ରେସ ନେତା ରାହୁଲ ଗାନ୍ଧି ମହାମାରୀକୁ ମୁକାବିଲା କରିବାରେ ସରକାର ଫେଲ ମାରିଥିବାରୁ ତୀବ୍ର ସମାଲୋଚନା କରିଛନ୍ତି।

The post ଅକ୍ସିଜେନ ଅଭାବର ବିକଳ ଚିତ୍ର: ୨ ଘଣ୍ଟାରେ ଗଲା ୨୪ ଜଣଙ୍କ ଜୀବନ appeared first on Odisha Reporter.



from Odisha Reporter https://ift.tt/2PHVzOb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages