ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ସଂକ୍ରମଣ ପାଇଁ ନିର୍ବାଚନ କମିଶନଙ୍କୁ ଦାୟୀ କରି ମାଡ୍ରାସ ହାଇକୋର୍ଟ କଡ଼ା ଟିପ୍ପଣୀ ଦେଇଥିଲେ। ସଂକ୍ରମଣ ବୃଦ୍ଧି ଓ କରୋନା ମୃତ୍ୟୁ ପାଇଁ ନିର୍ବାଚନ କମିଶନଙ୍କ ଉପରେ ସମ୍ଭବତଃ ହତ୍ୟା ମାମଲା ଚାଲୁ କରିବା ଦରକାର ବୋଲି ମାଡ୍ରାସ ହାଇକୋର୍ଟ ଶୁଣାଣି ବେଳେ କହିଥିଲେ।
ଏହାକୁ ନିର୍ବାଚନ କମିଶନ ବିରୋଧ କରିବା ସହ ଏ ସଂକ୍ରାନ୍ତରେ ରିପୋର୍ଟ ପରିବେଷଣ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ କଥାବାର୍ତ୍ତାର ରିପୋର୍ଟିଂ କରିବାକୁ କେବେ ହେଲେ ମିଡିଆକୁ ବାରଣ କରାଯାଇପାରିବ ନାହିଁ ବୋଲି କହିଛନ୍ତି।
ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, କୋର୍ଟରେ ହେଉଥିବା ଆଲୋଚନାକୁ ମିଡିଆ ରିପୋର୍ଟିଂ ନ କରୁ ବୋଲି ଆପଣ(ଇସି) ଆଦୌ କହିପାରିବେ ନାହିଁ। ଲୋକଙ୍କ ସ୍ୱାର୍ଥ ପାଇଁ ଚୂଡ଼ାନ୍ତ ରାୟ ପୂର୍ବରୁ କୋର୍ଟରେ ସବୁ କିଛି ଆଲୋଚନା ହୋଇଥାଏ।
କୋର୍ଟରେ ହେଉଥିବା ଆଲୋଚନା ବାର୍ ଓ ବେଞ୍ଚ ମଧ୍ୟରେ ଡାଏଲଗ। ଏହି ପବିତ୍ର ପ୍ରକ୍ରିୟାର ସୁରକ୍ଷା ଦିଗରେ ମିଡିଆ ଶକ୍ତିଶାଳୀ ଭୂମିକା ନିର୍ବାହ କରିଥାଏ। ତେଣୁ ଆଲୋଚନାର ରିପୋର୍ଟିଂ ଉପରେ ରୋକ ଲାଗିପାରିବ ନାହିଁ। ମିଡିଆ ସବୁ କିଛି ରିପୋର୍ଟିଂ କରିପାରିବ ବୋଲି ଖଣ୍ଡପୀଠ କହିଛନ୍ତି।
ଏଥିସହ ମାଡ୍ରାସ ହାଇକୋର୍ଟ କରିଥିବା ଟିପ୍ପଣୀକୁ ନେଇ କୌଣସି ରାୟ ଦେବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି। ସୁପ୍ରିମକୋର୍ଟ ଇସିଙ୍କୁ କହିଛନ୍ତି, ହାଇକୋର୍ଟ କହିଥିବା କଥାକୁ ଆପଣ ପିତା ଔଷଧର ବଟିକା ଭାବେ ବିବେଚନା କରନ୍ତୁ। ଆପଣ କୋର୍ଟଙ୍କ ଟିପ୍ପଣୀକୁ ସକାରାତ୍ମକ ଭାବେ ଗ୍ରହଣ କରନ୍ତୁ। ଆମକୁ ହାଇକୋର୍ଟଙ୍କୁ ସ୍ୱାଧୀନତା ଦେବାକୁ ପଡ଼ିବ। ତାଙ୍କୁ ହତାଶ କରିବା ଆମର କର୍ତ୍ତବ୍ୟ ନୁହେଁ। ଆପଣ ସମ୍ବିଧାନିକ ସଂସ୍ଥା। କିନ୍ତୁ ଆପଣ ମଧ୍ୟ ନ୍ୟାୟିକ ବିଚାର ବ୍ୟବସ୍ଥା ବାହାରେ ନୁହନ୍ତି।
କୋର୍ଟରେ ଯାହା ହେଲା, ତା’କୁ ମିଡିଆ ପୂର୍ଣ୍ଣ ମାତ୍ରାରେ ରିପୋର୍ଟିଂ କରିବା ଦରକାର। ଆମେ ଇସିଙ୍କ ଚିନ୍ତା ଦୂର କରିବାକୁ ଗୋଟିଏ ଛୋଟିଆ ଆଦେଶ ଦେବୁ। ଆମକୁ ନ୍ୟାୟିକ ପ୍ରକ୍ରିୟାର ପବିତ୍ରତାକୁ ରକ୍ଷା କରିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି।
The post ମିଡିଆକୁ ରିପୋର୍ଟିଂରୁ ବାରଣ କରାଯାଇପାରିବନି: ଇସିଙ୍କୁ କହିଲେ ସୁପ୍ରିମକୋର୍ଟ appeared first on Odisha Reporter.
from Odisha Reporter https://ift.tt/3ecfZbC
No comments:
Post a Comment