ଖାଉଟିଙ୍କ ଉପରେ ମହଙ୍ଗା ମାଡ଼: ଆକାଶ ଛୁଆଁ ହେଲାଣି ଖାଇବା ତେଲ ଓ ଏଲପିଜି ଦର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 12, 2021

ଖାଉଟିଙ୍କ ଉପରେ ମହଙ୍ଗା ମାଡ଼: ଆକାଶ ଛୁଆଁ ହେଲାଣି ଖାଇବା ତେଲ ଓ ଏଲପିଜି ଦର

ନୂଆଦିଲ୍ଲୀ: ବିଭିନ୍ନ ସାମଗ୍ରୀର ଦର କ୍ରମାଗତ ଭାବେ ବୃଦ୍ଧି ପାଇବା ଖାଉଟିଙ୍କୁ କଷ୍ଟ ଦେବାରେ ଲାଗିଛି। ବିଶେଷ କରି ଜରୁରୀ ସାମଗ୍ରୀଗୁଡ଼ିକର ଦାମ ବଢ଼ିବା ଯୋଗୁ ସାଧାରଣ ଲୋକ ବହୁ ହଇରାଣ ହେଉଛନ୍ତି। ଖାଇବା ତେଲ ଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ ଓ ଏଲପିଜିର ଦର ବୃଦ୍ଧି ବିଗତ ୨ ବର୍ଷ ମଧ୍ୟରେ ଆକାଶ ଛୁଆଁ ହେଲାଣି। ଏହାକୁ ନେଇ ଜନଅସନ୍ତୋଷ ତେଜିବା ଆରମ୍ଭ ହୋଇଥିଲେ ହେଁ ସରକାରଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ୁନି।

ଉଦାହରଣ ଭାବେ ଆମେ କୋଲକାତାକୁ ନେଇ ପାରିବା। ଏଠାରେ ଖାଇବ ତେଲ ୨ ବର୍ଷ ମଧ୍ୟରେ ଦୁଇ ଗୁଣରୁ ଅଧିକ ବଢ଼ିଛି। ୨୦୧୯ ମେ’ ମାସରେ ସୋରିଷ ତେଲର ଲିଟର ପିଛା ଦର ୮୦ ଟଙ୍କା ଥିବା ବେଳେ ଏବେ ଏହା ୧୯୦ ଟଙ୍କାରେ ବିକ୍ରି ହେଉଛି। ରାଇସ ବ୍ରାନ ତେଲ ୮୦ ଟଙ୍କାରୁ ବୃଦ୍ଧି ପାଇ ୧୫୦ ଟଙ୍କାରେ ପହଞ୍ଚି ଯାଇଛି। ଗ୍ରାଉଣ୍ଡଣ୍ଟ ତେଲ ଲିଟର ପିଛା ୨୦୧୯ ମେ’ ମାସରେ ୧୫୬ ଟଙ୍କା ଥିବା ବେଳେ ଏବେ ୨୦୦ ଟଙ୍କା ଛୁଇଁଛି।

ସୋୟାବିନ ତେଲ ୯୫ ଟଙ୍କାରୁ ବୃଦ୍ଧି ପାଇ ୧୪୦ ଟଙ୍କା ଓ ସନଫ୍ଲାୱର ତେଲ କୋଲକାତାରେ ୧୦୨ ଟଙ୍କାରୁ ବୃଦ୍ଧି ପାଇ ଏବେ ୧୮୦ ଟଙ୍କାରେ ବିକ୍ରି ହେଉଛି। କେବଳ କୋଲକାତା ନୁହେଁ, ଓଡ଼ିଶା ଠାରୁ ଆରମ୍ଭ କରି ଦିଲ୍ଲୀ ଯାଏ ସବୁଆଡ଼େ ଖାଇବ ତେଲର ଦର ବୃଦ୍ଧି ଖାଉଟିଙ୍କୁ ଚିନ୍ତା ବଢ଼ାଇ ଦେଇଛି।

୨ ବର୍ଷ ଭିତରେ କେବଳ ଖାଇବା ତେଲ ନୁହେଁ, ରାନ୍ଧିବା ପାଇଁ ବ୍ୟବହାର ଏଲପିଜି ସିଲିଣ୍ଡରର ଦାମ ମଧ୍ୟ ବଢ଼ିଛି। ୨୦୧୯ ଫେବୃଆରୀ ମାସରେ କୋଲକାତାରେ ୧୪.୨ କେଜି ଏଲପିଜିର ଦର ୪୯୬ ଟଙ୍କା ରହିଥିଲା। ଏବେ ଏହାର ଦାମ ୮୩୫ ଟଙ୍କା ଛୁଇଁଛି।

୨୦୧୯ ମେ’ ମାସରେ ଏଲପିଜି ଦର ୪୯୯, ୨୦୨୦ ଅଗଷ୍ଟରେ ୬୨୦, ୨୦୨୧ ଜାନୁଆରୀରେ ୭୨୦ ଟଙ୍କା ଓ ୨୦୨୧ ମେ’ ମାସରେ ୮୩୫ ଟଙ୍କା ହୋଇ ଯାଇଛି।

ଅନ୍ୟପକ୍ଷରେ ପେଟ୍ରୋଲ ଓ ଡିଜେଲର ଲିଟର ପିଛା ଦର ମଧ୍ୟ କେବଳ ନିର୍ବାଚନ ସମୟକୁ ଛାଡ଼ି ଦେଲେ ଆଉ ସବୁ ଦିନ ବଢ଼ିବାରେ ଲାଗିଛି। ଏଭଳି ମହଙ୍ଗା ମାଡ଼ ସମସ୍ତଙ୍କୁ ଚିନ୍ତାରେ ପକାଇଛି।

The post ଖାଉଟିଙ୍କ ଉପରେ ମହଙ୍ଗା ମାଡ଼: ଆକାଶ ଛୁଆଁ ହେଲାଣି ଖାଇବା ତେଲ ଓ ଏଲପିଜି ଦର appeared first on Odisha Reporter.



from Odisha Reporter https://ift.tt/3faCxbX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages