ବିବାହ ଲଗ୍ନ ବେଳେ କୋଭିଡ୍ ଗାଇଡଲାଇନ୍‌ ଉଲ୍ଲଂଘନରୁ ପିଟାମରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 12, 2021

ବିବାହ ଲଗ୍ନ ବେଳେ କୋଭିଡ୍ ଗାଇଡଲାଇନ୍‌ ଉଲ୍ଲଂଘନରୁ ପିଟାମରା

ଭଦ୍ରକ(ଓଡ଼ିଶା ରିପୋର୍ଟର): ଏକ ବିବାହ ଲଗ୍ନ ସମୟରେ ପୂର୍ବ ଶତୃତାକୁ କେନ୍ଦ୍ର କରି ତିନି ଭାଇଙ୍କ ସମେତ ଜଣେ ମହିଳାଙ୍କୁ ମାରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଛି । ୪ଜଣ ବର୍ତ୍ତମାନ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଏନେଇ ଧୁଷୁରୀ ଥାନାରେ ଅଭିଯୋଗ ପରେ ଧୁଷୁରୀ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଧୁଷୁରୀ ଥାନା ଅଧିନ ନିଧିବିନ୍ଧା ଗାଁରେ ଲକ୍ଷ୍ମୀଧିର ବାରିକଙ୍କର ପରିବାର ପକ୍ଷରୁ ଏକ ବିବାହ ଲଗ୍ନ ପୁଲିସ କାର୍ଯ୍ୟ ଚାଲୁଥିଲା ।

ଏହି ପୁଲିସ ସମୟରେ କୋଭିଡ ଗାଇଡ ଲାଇନ ଅନୁଯାୟୀ ୫୦ ଜଣରୁ ଅଧିକ ଲୋକ ଗହଳି ହେଉଥିବାରୁ ମଙ୍ଗରାଜ ସାହୁଙ୍କ ପରିବାର ଲୋକ ଓ ସ୍ଥାନୀୟ ଲୋକେ ବିରୋଧ କରିଥିଲେ । ଏହାକୁ ନେଇ ଯୁକ୍ତିତର୍କ ମଧ୍ୟ ହୋଇଥିଲା ।

ଏହାକୁ ବିରୋଧ କରିବାରୁ କିଛି ଲୋକମାନେ ମଙ୍ଗରାଜଙ୍କ ପରିବାର ଲୋକଙ୍କ ଉପରକୁ ଆକ୍ରମଣ କରିବା ସହ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ । ସେମାନଙ୍କୁ ତରନ୍ତ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମଙ୍ଗରାଜ ସାହୁ, ତାଙ୍କ ଦୁଇ ଭାଇ ଓ ଜଣେ ମହିଳା ଏଥିରେ ଗୁରୁତର ହୋଇଛନ୍ତି । ଧୁଷୁରୀ ପୁଲିସ ୮ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

The post ବିବାହ ଲଗ୍ନ ବେଳେ କୋଭିଡ୍ ଗାଇଡଲାଇନ୍‌ ଉଲ୍ଲଂଘନରୁ ପିଟାମରା appeared first on Odisha Reporter.



from Odisha Reporter https://ift.tt/33zL3Mr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages