୫ ମେ’, ବୁଧବାର: ତରବରିଆ ଭାବେ କୌଣସି କାମ କଲେ କ୍ଷତିରେ ପଡ଼ିପାରନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 4, 2021

୫ ମେ’, ବୁଧବାର: ତରବରିଆ ଭାବେ କୌଣସି କାମ କଲେ କ୍ଷତିରେ ପଡ଼ିପାରନ୍ତି

ମେଷ: ଆପଣଙ୍କ କଥା ଓ କାର୍ଯ୍ୟ ଅନ୍ୟମାନଙ୍କୁ ଆକୃଷ୍ଟ କରିବ। ମହିଳା ମାନଙ୍କ କାର୍ଯ୍ୟ ପ୍ରଶଂସନୀୟ ହେବ।

ବୃଷ: ପାରିବାରିକ କ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। କର୍ମ କ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ। କୌଣସି ଅସହାୟ ବ୍ୟକ୍ତିକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।

ମିଥୁନ: ଅପ୍ରିୟ ସତ୍ୟ କଥା କହି କାହା ସହ କଳି କରନ୍ତୁ ନାହିଁ। ବ୍ୟୟ ବଢ଼ିବ। ତରବରିଆ ଭାବେ କୌଣସି କାମ କଲେ କ୍ଷତିରେ ପଡ଼ିପାରନ୍ତି।

କର୍କଟ: ଆର୍ଥିକ ଅଭିବୃଦ୍ଧି ସହ ବନ୍ଧୁମାନଙ୍କ ସାହାଯ୍ୟ ସହଯୋଗ ମିଳିବ। ଅଫିସ୍‌ରେ ନିଜର ସ୍ଥିତିକୁ ସୁଦୃଢ଼ କରିବାରେ ସମର୍ଥ ହେବେ।

ସିଂହ: ସ୍ଥଗିତ କାମକୁ ଅତିଶୀଘ୍ର ସମ୍ପନ୍ନ କରିବା ଦିଗରେ ଚେଷ୍ଟା କରି ସଫଳ ହେବେ। ବକେୟା ଅର୍ଥ ଆଦାୟ କରିବା ପାଇଁ ବିଭିନ୍ନ ପ୍ରକାରର କୌଶଳ ଅବଳମ୍ବନ କରିବାକୁ ପଡ଼ିବ।

କନ୍ୟା: କାହା ସହିତ ଝଗଡ଼ା ହୋଇପାରେ। ମନରେ ବିଭିନ୍ନ ଆଶଙ୍କା ଦେଖାଦେବ। କୌଣସି କାର୍ଯ୍ୟ ପାଇଁ ସାମାଜିକ ସ୍ତରରେ ସମାଲୋଚିତ ହୋଇପାରନ୍ତି।

ତୁଳା: ପାରିବାରିକ ଜୀବନରେ ସମସ୍ୟା ଦେଖା ଦେଇପାରେ। ବନ୍ଧୁଙ୍କ ସହ ଆଲୋଚନା ମାଧ୍ୟରେ କୌଣସି ପୁରୁଣା ବିବାଦର ସମାଧାନ କରିବାକୁ ପ୍ରୟାସ କରନ୍ତୁ। କାହାକୁ କଡ଼ା କଥା କୁହନ୍ତୁ ନାହିଁ।

ବିଛା: ପାରିବାରିକ ଜୀବନ ଓ କର୍ମକ୍ଷେତ୍ରରେ ଶୁଭ ଫଳ ମିଳିବ। ତେବେ ଅତ୍ୟଧିକ ଖର୍ଚ୍ଚାନ୍ତ ହେତୁ ମନ ଭଲ ରହିବ ନାହିଁ।

ଧନୁ: ଚାହୁଁଥିବା କାମଗୁଡ଼ିକୁ ସୁବିଧାରେ ଶେଷ କରିବେ। ବକେୟା ଅର୍ଥ ଫେରି ପାଇବେ।

ମକର: ପୂର୍ବ ଯୋଜନା ଅନୁଯାୟୀ ସବୁ କାର୍ଯ୍ୟ ଠିକ୍ ଭାବରେ ହୋଇ ନପାରେ। ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟ ରଖନ୍ତୁ।

କୁମ୍ଭ: ଖାଦ୍ୟ ପେୟରେ ଅନିୟମିତତା ଯୋଗୁ ଶରୀର ଅସୁସ୍ଥ ହୋଇପାରେ। ପରିବାରରେ ପୁତ୍ରକନ୍ୟାଙ୍କ ହେତୁ ସୃଷ୍ଟି କେତେକ ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି।

ମୀନ: ଆଶା ପୂରଣ ହେବ। ସୁସ୍ୱାଦୁ ଖାଦ୍ୟ ଖାଇବେ। ରାସ୍ତାରେ ଯା’ଆସ କଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ।

The post ୫ ମେ’, ବୁଧବାର: ତରବରିଆ ଭାବେ କୌଣସି କାମ କଲେ କ୍ଷତିରେ ପଡ଼ିପାରନ୍ତି appeared first on Odisha Reporter.



from Odisha Reporter https://ift.tt/3eQSBja

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages