ଆର୍ଥିକ ରାଜଧାନୀରେ କରୋନା ସ୍ଥିତିରେ ସୁଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 4, 2021

ଆର୍ଥିକ ରାଜଧାନୀରେ କରୋନା ସ୍ଥିତିରେ ସୁଧାର

ମୁମ୍ୱାଇ: ଦେଶରେ କୋଭିଡର ହଟସ୍ପଟ ପାଲଟିଥିବା ମହାରାଷ୍ଟ୍ରରେ କୋଭିଡ ଜନିତ ମୃତ୍ୟୁ ଏବଂ ସଂକ୍ରମିତ ସଂଖ୍ୟା ବଢ଼ି ଚାଲିଛି। କିନ୍ତୁ ଆର୍ଥିକ ରାଜଧାନୀ ମୁମ୍ବାଇର ସ୍ଥିତିରେ ସୁଧାର ଆସିଛି। ମଙ୍ଗଳବାର ମହାରାଷ୍ଟ୍ରରେ ମୋଟ ମୃତ୍ୟୁ ସଂଖ୍ୟା ୭୧ହଜାରରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଅଧିକାରୀମାନେ ସୂଚନା ଦେଇଛନ୍ତି। ସୋମବାର ୫୬୭ ଜଣ ଏବଂ ମଙ୍ଗଳବାର ୮୯୧ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଦୁଇ ଦିନର ମୃତ୍ୟୁ ସଂଖ୍ୟାକୁ ମିଶାଇଲେ ମୋଟ ମୃତ୍ୟୁ ସଂଖ୍ୟା ୭୧,୭୪୨ରେ ପହଞ୍ଚିଛି।

ତେବେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ପୁଣିଥରେ ୫୦ ହଜାର ଉପରେ ରହିଛି। ମଙ୍ଗଳବାର ୫୧,୮୮୦ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ରହିଛି। ଏହାକୁ ମିଶାଇ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ଏଯାବତ ୪୮,୨୨,୯୦୨ରେ ପହଞ୍ଚିଛି।

ମୁମ୍ବାଇରେ ୨୫୫୪ ଜଣ ସଂକ୍ରମିତ ଗତକାଲି ଚିହ୍ନଟ ହୋଇଥିଲା। ଏହାକୁ ମିଶାଇ ମୁମ୍ୱାଇରେ ସଂକ୍ରମିତଙ୍କ ସଂଖ୍ୟା ୬୬୧,୧୭୫ ରେ ପହଞ୍ଚିଛି। ସୋମବାର ମୃତ୍ୟୁ ସଂଖ୍ୟା ୭୮ ଥିଲା, ଯାହା ମଙ୍ଗଳବାର ଦିନ ୬୨କୁ ହ୍ରାସ ପାଇଛି। ଦେଶର ବାଣିଜ୍ୟିକ ରାଜଧାନୀରେ ଏପର୍ଯ୍ୟନ୍ତ ୧୩,୪୩୪ ଲୋକ କରୋନାରେ ପ୍ରାଣ ହାରିଛନ୍ତି।

ତୃତୀୟ ଦିନରେ ରାଜ୍ୟରେ ମୃତ୍ୟୁ ହାର ୧.୪୯ ପ୍ରତିଶତ ରହି ଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୬୪୧,୯୧ କୁ ହ୍ରାସ ପାଇଛି।

The post ଆର୍ଥିକ ରାଜଧାନୀରେ କରୋନା ସ୍ଥିତିରେ ସୁଧାର appeared first on Odisha Reporter.



from Odisha Reporter https://ift.tt/3ekifxK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages