ବେଙ୍ଗଲରେ ଦିଦି-ମୋଦି କଡ଼ା ଟକ୍କର, କିଏ ଆଗରେ ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 1, 2021

ବେଙ୍ଗଲରେ ଦିଦି-ମୋଦି କଡ଼ା ଟକ୍କର, କିଏ ଆଗରେ ଜାଣନ୍ତୁ

ନୂଆଦିଲ୍ଲୀ: ଭୋଟ ଗଣତି ଆଗକୁ ବଢ଼ିବା ସହ ଟ୍ରେଣ୍ଡ ମଧ୍ୟ ବିଦଳା ଆରମ୍ଭ ହୋଇଛି। ପ୍ରଥମ ଅଧ ଘଣ୍ଟା ପଶ୍ଚିମବଙ୍ଗରେ ବିଜେପି ଆଗରେ ରହିଥିବା ବେଳେ ଏବେ ଟିଏମସି ସବୁକିଛି ଲିଡ୍‌ ହାସଲ କରିଛି। ହେଲେ ଦୁଇ ଦଳ ମଧ୍ୟରେ ଦୂରତା ବହୁତ କମ ରହିଛି। ଅର୍ଥାତ ବେଙ୍ଗଲରେ ଦିଦି ଓ ମୋଦି ଲ‍ଢ଼େଇ ଜୋରଦାର ହୋଇଛି।

ପଶ୍ଚିମବଙ୍ଗ ବିଧାନସଭାର ୨୯୨ଟି ଆସନରୁ ବର୍ତ୍ତମାନ ସୁଦ୍ଧା ଗଣତି ହୋଇଥିବା ୧୭୦ଟି ଆସନରୁ ମମତା ବାନାର୍ଜୀଙ୍କ ଟିଏମସି ୮୬ଟିରେ ଆଗରେ ରହିଛି। ସେହିପରି ବିଜେପି ୮୩ଟି ସିଟ୍‌ରେ ଲିଡ୍‌ କରୁଛି। ଏହା କିଛି ସମୟ ପରେ ବଦଳି ଯିବାର ମଧ୍ୟ ସମ୍ଭାବନା ରହିଛି। ତେବେ କଂଗ୍ରେସ ଓ ବାମମେଣ୍ଟ ଏଯାଏ କୌଣସି ଆସନରେ ବି ଲିଡ୍‌ କରିପାରିନାହାନ୍ତି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବହୁଚର୍ଚ୍ଚିତ ନନ୍ଦିଗ୍ରାମ ଆସନରେ ବିଜେପିର ଶୁଭେନ୍ଦୁ ଅଧିକାରୀ ଆଗରେ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଛରେ ରହିଛନ୍ତି।

ତାମିଲନାଡୁ ୨୩୪ଟି ଆସନରୁ ବର୍ତ୍ତମାନ ୪୮ଟି ସ୍ଥାନରେ ଇଭିଏମ ଖୋଲି। ଏଥିରେ ଡିଏମକେ ୩୫ଟି ଆସନରେ ଆଗରେ ଥିବା ବେଳେ ଶାସକ ଏଆଇଏଡିଏମକେ ମାତ୍ର ୧୨ଟି ଆସନରେ ଲିଡ୍‌ କରିପାରିଛି। ଅନ୍ୟାନ୍ୟ ଦଳ ଗୋଟିଏ ଆସନରେ ଆଗୁଆ ରହିଛନ୍ତି।

ଆସାମରେ ଶାସକ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଏଠାରେ ଏଯାଏ ଗଣତି ହୋଇଥିବା ୨୬ଟି ଆସନରୁ ବିଜେପି ମେଣ୍ଟ ୧୬ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ମେଣ୍ଟ ୬ଟି ଓ ଅନ୍ୟାନ୍ୟ ଦଳ ଗୋଟିଏ ଆସନରେ ଆଗୁଆ ରହିଛନ୍ତି।

କେରଳରେ ଏଲଡିଏଫ ୨୨ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ମେଣ୍ଟ ୧୦ଟି ଓ ବିଜେପି ଗୋଟିଏ ଆସନରେ ଆଗୁଆ ରହିଛି।

The post ବେଙ୍ଗଲରେ ଦିଦି-ମୋଦି କଡ଼ା ଟକ୍କର, କିଏ ଆଗରେ ଜାଣନ୍ତୁ appeared first on Odisha Reporter.



from Odisha Reporter https://ift.tt/3nGzQCX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages