ସୋନୁ କହିଲେ ଭୁଲ୍ ମାନିବାକୁ ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 10, 2021

ସୋନୁ କହିଲେ ଭୁଲ୍ ମାନିବାକୁ ହେବ

ମୁମ୍ବାଇ: କରୋନା ମହାମାରୀ ସମୟର ଭାରତର ସୁପର ହିରୋ ସୋନୁ ସୁଦ । ସଙ୍କଟ ସମୟରେ ସେ ପାଳଟିଛନ୍ତି ସଙ୍କଟ ମୋଚକ । ଲଗାତର ଲୋକଙ୍କ ସହାୟତା କରି ଚାଲିଛନ୍ତି ସୋନୁ । କରୋନା କାଳରେ ହସ୍ପିଟାଲ ବେଡ୍ ଠାରୁ ଆରମ୍ଭ କରି ଅକ୍ସିଜେନ ଯାଏଁ ସବୁ କିଛି ବନ୍ଦୋବସ୍ତ କରିବାରେ ଲାଗିପଡିଛନ୍ତି । ସୋସାଲ ମିଡିଆରେ ଲଗାତାର ଲୋକେ ତାଙ୍କୁ ସହାୟତା ପାଇଁ ଗୁହାରି କରି ଚାଲିଛି । ଏ ସବୁ ଭିତରେ କରୋନା ମହାମାରୀକୁ ନେଇ ରିଆଲ୍ ହିରୋ ସୋନୁ ଏକ ବଡ କଥା କହିଛନ୍ତି ।
ନିକଟରେ ଏକ ସାକ୍ଷାତକାରରେ ସୋନୁ କହିଛନ୍ତି, କରୋନା ମୁକାବିଲା କରିବାରେ ଭାରତ ବିଫଳ ହୋଇଛି । ଏହି ଭୁଲ୍ ଆମକୁ ମାନିବାକୁ ପଡିବ । ଆମ ଦେଶରେ ମାତ୍ର ୧ରୁ ୨% ଜିଡିିପି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିନିଯୋଗ ହେଉଛି । ତେଣୁ ଭାରତ ଭଳି ଦେଶ କେବେବି କରୋନା ଭଳି ମହାମାରୀ ସହ ଲଢ଼ିବା ପାଇଁ ପ୍ରସ୍ତୁତ ନଥିଲା ବୋଲି ଆମେ ଭାବିବାକୁ ହେବ ।
ସୋନୁଙ୍କ ମତରେ ଭାରତ ଏକ ଜନସଂଖ୍ୟା ବହୁଳ ଦେଶ । ତେବେ ଏହାକୁ ଆମେ ହେଳା କରିବା ଉଚିତ ନୁହେଁ । ଭାରତ କରୋନା ଲଢ଼େଇରେ ବିଫଳ ହୋଇଛି । ଆମକୁ ନିଜ ଭୁଲ୍ ମାନିବାକୁ ପଡିବ ଓ ଏହାକୁ ସ୍ୱୀକାର କରିବାକୁ ପଡିବ ବୋଲି ସେ କହିଛନ୍ତି ।
ସୋନୁ ଏବେ ଚୀନ୍‌, ଫ୍ରାନ୍ସ ଓ ତାଇୱାନ ସହ ମିଳିତ ସହଯୋଗରେ ଭାରତରେ ଅକ୍ସିଜେନ ପ୍ଲାଣ୍ଟ ବସାଇବାରେ ବ୍ୟସ୍ତ ଅଛନ୍ତି । ଫ୍ରାନ୍ସଠାରୁ ଅକ୍ସିଜେନ ପ୍ଲାଣ୍ଟ ଏବଂ ଉପକରଣ କିଣି ଦେଶର ଦିଲ୍ଲୀ, ପଂଜାବ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶକୁ ଅକ୍ସିଜେନ ଯୋଗାଣ ନେଇ ଉଦ୍ୟମ ଜାରି ରଖିଛନ୍ତି । ସୋନୁଙ୍କ ଟିମ୍‌ରେ ଏବେ ୪୦୦ରୁ ଅଧିକ ସ୍ୱେଚ୍ଛାସେବୀ ସାମିଲ ହୋଇ ଗାଁ ଗାଁରେ ଲୋକଙ୍କ ସହାୟତା ଜାରି ରଖିଛନ୍ତି ।
କରୋନାର ତୃତୀୟ ଲହରକୁ ନେଇ ଆଇସିଏମ୍‌ଆର୍ ସତର୍କ କରାଇଛି । ତେବେ ଏହାକୁ ଦୃଷ୍ଟିରେ ରଖି ଦେଶରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ମହଜୁଦ ରଖିବା ପାଇଁ ସୋନୁ ଉଦ୍ୟମ ଚଳାଇଛନ୍ତି । ଅକ୍ସିଜେନ ଅଭାବରୁ ଯେପରି କାହାର ଜୀବନ ନଯାଉ ସେଥିପ୍ରତି ମଧ୍ୟ ସଜାଗ ହେଉଛନ୍ତି ସୋନୁ । ଏଥିଲାଗି ପର୍ଯ୍ୟାପ୍ତ ପରିମାଣରେ କରୋନା ପ୍ଲାଣ୍ଟ ବସାଇବାକୁ ଚେଷ୍ଟା ଜାରି ରଖିଛନ୍ତି ଅଭିନେତା ସୋନୁ ସୁଦ ।

The post ସୋନୁ କହିଲେ ଭୁଲ୍ ମାନିବାକୁ ହେବ appeared first on Odisha Reporter.



from Odisha Reporter https://ift.tt/2QYCrwh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages