ପ୍ରଶାନ୍ତଙ୍କୁ ମୁଖ୍ୟ ପରାମର୍ଶଦାତା ଭାବରେ ନିଯୁକ୍ତି, ସରକାରଙ୍କ ଜବାବ ମାଗିଲେ ସୁପ୍ରିମକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 9, 2021

ପ୍ରଶାନ୍ତଙ୍କୁ ମୁଖ୍ୟ ପରାମର୍ଶଦାତା ଭାବରେ ନିଯୁକ୍ତି, ସରକାରଙ୍କ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିଭିନ୍ନ ରାଜନୀତିକ ଦଳ ପାଇଁ ନିର୍ବାଚନ ରଣନୀତି ତିଆରି କରୁଥିବା ପ୍ରଶାନ୍ତ କିଶୋରଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ତାଙ୍କର ମୁଖ୍ୟ ପରାମର୍ଶଦାତା ଭାବରେ ନିଯୁକ୍ତ କରିଛନ୍ତି। ଏଥିସହ କ୍ୟାବିନେଟ ପାହ୍ୟା ଦେଇଛନ୍ତି। ଏହାକୁ ବେଆଇନ୍ ଦର୍ଶାଇ ଜଣେ ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏବେ ସୁପ୍ରିମକୋର୍ଟ ପଞ୍ଜାବ ସରକାରକୁ ସମନ କରି କେଉଁ ଆଧାରରେ ପ୍ରଶାନ୍ତ କିଶୋରଙ୍କୁ କ୍ୟାବିନେଟ ପାହ୍ୟା ଓ ପରାମର୍ଶଦାତା ଭାବରେ ନିଯୁକ୍ତି ଦିଆଯାଇଛି ତାର ଜବାବ ମାଗିଛନ୍ତି।

ନିକଟରେ ସମାନ ଆବେଦନକୁ ପଞ୍ଜାବ ଏବଂ ହରିଆଣା ହାଇକୋର୍ଟଙ୍କ ଖାରଜ କରିଦେଇଥିଲେ। ଏହାପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆବେଦନକାରୀ।  ଜଷ୍ଟିସ ସଞ୍ଜୟ କିଶାନ କିଷାନ କୌଲ ଏବଂ ହେମନ୍ତ ଗୁପ୍ତା ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି ଯେ, ପ୍ରଶାନ୍ତ କିଶୋର ଯେତେବେଳେ ବିଭିନ୍ନ ରାଜନୀତିକ ଦଳ ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଛନ୍ତି ସେତେବେଳେ ଏଭଳି ନିଯୁକ୍ତି କାହିଁକି?

ଲବ ସିଂ ଏବଂ ଅନ୍ୟ ଜଣେ ଆବେଦନକାରୀଙ୍କ ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ୍ ବାଲଟେଜ ସିଂ ସିଦ୍ଧୁ କୋର୍ଟରେ କହିଛନ୍ତି ଯେ ପ୍ରଶାନ୍ତ କିଶୋରଙ୍କୁ ମୁଖ୍ୟମନ୍ତ୍ରୀ ମୁଖ୍ୟ ପରାମର୍ଶଦାତା ଭାବରେ ନିଯୁକ୍ତ କରିବା ମଧ୍ୟ ଲୋକଙ୍କ ଟିକସରେ କ୍ୟାବିନେଟ ମନ୍ତ୍ରୀ ପଦରେ ରହିବା ଠିକ୍ ନୁହେଁ। ଆବେଦନକାରୀ କହିଛନ୍ତି ଯେ ପ୍ରଶାନ୍ତ କିଶୋର ୨୦୧୭ରେ ପଞ୍ଜାବ କଂଗ୍ରେସ ପାଇଁ ନିର୍ବାଚନ ରଣନୀତି ଭାବରେ କାମ କରିଥିଲେ।

ଆବେଦନକାରୀମାନେ ଦାବି କରିଛନ୍ତି ଅମରିନ୍ଦର ସିଂ ଚଳିତ ବର୍ଷ ମାର୍ଚ୍ଚରେ ପ୍ରଶାନ୍ତ କିଶୋରଙ୍କୁ ନିଯୁକ୍ତ କରିଥିଲେ। ନିଯୁକ୍ତି ପାଇଁ କୌଣସି ବିଜ୍ଞପ୍ତି କିମ୍ବା ଇଣ୍ଟରଭ୍ୟୁ ହୋଇନାହିଁ। ଯାହାକି ସମ୍ବିଧାନର ଧାରା ୧୪ ଏବଂ ୧୬କୁ ଉଲ୍ଲଂଘନ କରୁଛି।

ତେବେ ପଞ୍ଜାବ ଓ ହରିଆଣା ହାଇକୋର୍ଟ ସମାନ ଆବେଦନକୁ ଖାରଜ କରିବା ବେଳେ କହିଥିଲେ ମୁଖ୍ୟମନ୍ତ୍ରୀ ଜଣେ ନିର୍ବାଚିତ ପ୍ରତିନିଧି। ସେ ରାଜ୍ୟରେ ସୁଶାସନ ଯୋଗାଇବା ପାଇଁ କାହାକୁ ପରାମର୍ଶଦାତା ବାଛିବାରେ କ୍ଷମତା ରଖିଛନ୍ତି।

ସୂଚନାଯୋଗ୍ୟ, ନିକଟରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ଟିଏମସି ପାଇଁ ନିର୍ବାଚନ ରଣନୀତି ତିଆରି କରିଥିଲେ ପ୍ରଶାନ୍ତ କିଶୋର। ଆଉ ସେ ଦଳକୁ କ୍ରମାଗତ ତୃତୀୟ ଥର ପାଇଁ ବିଜୟୀ କରାଇଥିଲେ। ଏହାପରେ କିନ୍ତୁ ପ୍ରଶାନ୍ତ ଘୋଷଣା କରିଛନ୍ତେ ସେ ଆଉ ତାଙ୍କ ପେଶାରେ ରହିବେନି। ଅର୍ଥାତ୍ ଆଗକୁ ପ୍ରଶାନ୍ତ ନିର୍ବାଚନ ରଣନୀତି ଭାବରେ କାମ କରିବେ ନାହିଁ।

The post ପ୍ରଶାନ୍ତଙ୍କୁ ମୁଖ୍ୟ ପରାମର୍ଶଦାତା ଭାବରେ ନିଯୁକ୍ତି, ସରକାରଙ୍କ ଜବାବ ମାଗିଲେ ସୁପ୍ରିମକୋର୍ଟ appeared first on Odisha Reporter.



from Odisha Reporter https://ift.tt/3hddpnw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages