ନୂଆଦିଲ୍ଲୀ: କରୋନା ବିରୋଧରେ ଆଇଭେରମେକଟିନ ଟ୍ୟାବଲେଟ ବ୍ୟବହାର କରିବାକୁ ଗୋଆ ସରକାର ଅନୁମତି ଦେବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। କେଉଁ ଆଧାରରେ ଆଇଭେରମେକଟିନ୍ ଟ୍ୟାବଲେଟ ବ୍ୟବହାର କରିବାକୁ ଗୋଆ ସରକାର ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଅନୁମତି ଦେଲେ, ତା’କୁ ନେଇ ପ୍ରଶ୍ନ ଉଠିଛି।
ଏସବୁ ଭିତରେ ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଇଭେରମେକଟିନ୍କୁ କରୋନା ଚିକିତ୍ସାରେ ବ୍ୟବହାର କରିବାକୁ ବାରଣ କରିଛି। ବିନା କୌଣସସି ଟ୍ରାଏଲରେ ଏହାକୁ କରୋନା ବିରୋଧରେ ବ୍ୟବହାର କରିବା ଘାତକ ହୋଇପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡା ସୌମ୍ୟା ସ୍ୱାମୀନାଥନ କହିଛନ୍ତି। ତାଙ୍କ ମତରେ ଏହି ଔଷଧ କରୋନା ବିରୋଧରେ ଆଦୌ ସୁରକ୍ଷିତ ନୁହେଁ।
ସେ କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଇଭେରମେକଟିନ୍ର ବ୍ୟବହାର ବିରୋଧରେ ରହିଛି। କୌଣସି ନୂଆ ଔଷଧକୁ ବ୍ୟବହାର କରିବା ପୂର୍ବରୁ ପ୍ରଥମେ ଏହାର ସୁରକ୍ଷା ଓ ପ୍ରଭାବକୁ ଧ୍ୟାନ ଦେବାକୁ ପଡ଼ିଥାଏ। ବିନା କ୍ଲିନିକାଲ ଟ୍ରାଏଲରେ କୌଣସି ବି ଔଷଧକୁ ବ୍ୟବହାର କରାଯାଇ ପାରିବ ନାହିଁ। ନୂଆ ରୋଗ ଉପରେ ପୁରୁଣା ଔଷଧକୁ ମନଇଚ୍ଛା ବ୍ୟବହାର ହୋଇପାରିବ ନାହିଁ ବୋଲି ସେ କହିଛନ୍ତି।
ଏଥିସହ ଡା ସୌମ୍ୟା ସ୍ୱାମୀନାଥନ ତାଙ୍କ ଟ୍ୱିଟରେ ଆଇଭେରମେକଟିନ ଟ୍ୟାବଲେଟ୍ ପ୍ରସ୍ତୁତ କରିଥିବା ମର୍କ ଆଣ୍ଡ କୋର ଗୋଟିଏ ବୟାନକୁ ମଧ୍ୟ ଉଲ୍ଲେଖ କରିଛନ୍ତି। ଔଷଧ ନିର୍ମାତା ମଧ୍ୟ ଏହାର ବ୍ୟବହାରକୁ ବାରଣ କରିଛନ୍ତି। ଏଥିରେ ନିର୍ମାଣକାରୀ ସଂସ୍ଥା କହିଛି ଯେ ବୈଜ୍ଞାନିକମାନେ ଆଇଭେରମେକଟିନ କରୋନା ଚିକିତ୍ସା ପାଇଁ ବ୍ୟବହାର କରାଯାଇ ପାରିବ କି ନାହିଁ, ତା’ର ରିସର୍ଚ୍ଚ କରୁଛନ୍ତି।
ଏଯାଏ ଏହି ଔଷଧ କରୋନା ବିରୋଧରେ ଫଳପ୍ରଦ କି ନୁହେଁ, ତା’ହା ଜଣାପଡ଼ିନି। ଏହାର କ୍ଲିନିକାଲ ଟ୍ରାଏଲ ଚାଲିଥିବା କମ୍ପାନୀ କହିଛି। ଦ୍ୱିତୀୟ ଥର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଇଭେରମେକଟିନ ବିରୋଧରେ ମତ ଦେଇଛି। ମାର୍ଚ୍ଚ ମାସରେ ଆଇଭେରମେକଟିନ୍ କୌଣସି ପ୍ରକାରରେ କରୋନା ମୃତ୍ୟୁହାର କିମ୍ବା ହସ୍ପିଟାଲ ଚିକିତ୍ସା ଅବଧିକୁ ହ୍ରାସ କରିପାରୁ ନଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଥିଲା।
Safety and efficacy are important when using any drug for a new indication. @WHO recommends against the use of ivermectin for #COVID19 except within clinical trials https://t.co/dSbDiW5tCW
— Soumya Swaminathan (@doctorsoumya) May 10, 2021
ସୂଚନାଯୋଗ୍ୟ, ଗତକାଲି ଗୋଆ ସରକାର ୧୮ରୁ ଅଧିକ ସମସ୍ତ ବୟସ୍କଙ୍କୁ ୫ ଦିନ ପାଇଁ ୧୨ ଏମଜିର ଆଇଭେରମେକଟିନ ଟ୍ୟାବଲେଟ ଖାଇବାକୁ ଅନୁମତି ଦେଇଥିଲେ। କରୋନା ଲକ୍ଷଣ ଥାଉ କି ନ ଥାଉ ଏହି ଔଷଧକୁ ବ୍ୟବହାର କରିବାକୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱନାଇ ରାଣେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।
The post ଆଇଭେରମେକଟିନ୍ ଔଧଷ ବ୍ୟବହାର କରିବାକୁ ମନା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ appeared first on Odisha Reporter.
from Odisha Reporter https://ift.tt/3o4mLDJ
No comments:
Post a Comment