ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ) ବାଲ୍ୟ ବିବାହ ହୋଉଥିବା ଅଭିଯୋଗ ପାଇ ପୁଲିସର ଚଢ଼ାଉ । ବାହାଘର ସରି ଯାଇ କନ୍ୟା ବିଦାୟ ବେଳକୁ ପୁଲିସ ଘଟଣାସ୍ଥଳରେ ପହଂଚି ବାହାଘର ବନ୍ଦ କରିବା ସହିତ, ଅଭିଯୁକ୍ତ ବରକୁ ଗିରଫ କରି କୋର୍ଟ ଚାଲାଣ କରିଛି ।ଏମିତି ଘଟଣା ଘଟିଛି ରେଢ଼ାଖୋଲ ଥାନା ତ୍ରୀବଣପୁର ପଞ୍ଚାୟତ ଖଣ୍ଡାମ ଗାଁରେ । ଜଣେ ୧୬ ବର୍ଷୀୟ ନାବାଳିକାକୁ ରେଢ଼ାଖୋଲ ଥାନା ବରଷୀକିଆ ଗାଁର ଅଶୋକ ମୁଣ୍ଡା ନାମକ ଯୁବକ ବରଯାତ୍ରୀ ନେଇ ବାହା ହେବାକୁ ଯାଇଥିଲେ ।
ବାହାଘର ସରିଥିଲା । ଭୋଜିଭାତ ବି ଖାଇସାରିଥିଲେ ଲୋକେ । ଠିକ୍ ବର କନିଆଁ ବିଦାୟ ବେଳକୁ, ବରଗାଡିକୁ ଅଧା ବାଟରେ ଅଟକାଇ ଉଭୟଙ୍କୁ ପୁଲିସ ଅଟକ ରଖିଲା । ରେଢ଼ାଖୋଲ ସିଡିପିଓ ଓପୋଲିସ ଘଟଣାର ତଦନ୍ତ କରି ନାବାଳିକାଙ୍କୁ ସୁଧାର ଗୃହ ଆଶ୍ରମକୁ ପଠେଇ ଥିଲେ । ବାଲ୍ୟ ବିବାହ ଅଭିଯୋଗରେ ଆଜି ଅଭିଯୁକ୍ତ ବର ଅଶୋକ ମୁଣ୍ଡାକୁ କୋର୍ଟ ଚାଲାଣ କରାଯାଇଛି । ଘଟଣା କୁ ନେଇ ଚର୍ଚ୍ଚା ଜୋର ଧରିଛି ହୋଇଛି ।
The post ବାହା ହୋଇ ଫସିଗଲେ, ବେଦିରୁ ଗଲେ ମାମୁଁ ଘର appeared first on Odisha Reporter.
from Odisha Reporter https://ift.tt/2Q7e0fp
No comments:
Post a Comment