ପରିବାର ଲୋକେ ଅନ୍ତିମ ସଂସ୍କାର କରି ଦେଇଥିଲେ, ୧୫ ଦିନ ପରେ ଘରକୁ ଫେରିଲେ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 2, 2021

ପରିବାର ଲୋକେ ଅନ୍ତିମ ସଂସ୍କାର କରି ଦେଇଥିଲେ, ୧୫ ଦିନ ପରେ ଘରକୁ ଫେରିଲେ ମହିଳା

ଅମରାବତୀ: କେବେ ଆପଣ ଶୁଣିଛନ୍ତି ମୃତ ବ୍ୟକ୍ତିର ଅନ୍ତିମ ସଂସ୍କାର ପରେ ପୁଣି ଥରେ ସେ ଘରକୁ ଫେରିଛନ୍ତି? ଯଦି ବି କେହି ଏଭଳି ଖବର ଶୁଣିବ ବା ନିଜ ଆଖିରେ ଦେଖିବ ସେ ହତବାକ ହେବାଟା ସୁନିଶ୍ଚିତ। ଏଭଳି ଏକ ଘଟଣା କିନ୍ତୁ ଘଟିଛି ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲାରେ। ଜଣେ ୭୫ ବର୍ଷୀୟ ମହିଳାଙ୍କର କରୋନାରେ ମୃତ୍ୟୁ ଘଟିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା। ଏହା ପରେ ମୃତକଙ୍କୁ ଏକ ଶବ ଦିଆଯାଇଥିଲା। ପରିବାର ଲୋକେ ଏହି ଶବର ଅନ୍ତିମ ସଂସ୍କାର ମଧ୍ୟ କରି ଦେଇଥିଲେ। ହେଲେ କିଛି ଦିନ ପରେ ମୃତ ଘୋଷିତ ହୋଇଥିବା ବ୍ୟକ୍ତି ପୁଣିଥରେ ଘରକୁ ଫେରିଛି? ପରିବାର ଲୋକେ ଅନ୍ତିମ ସଂସ୍କାର କରି ଦେଇଥିଲେ ହେଲେ ୧୫ ଦିନ ପରେ ଗିରିଜାମ୍ମା ଘରକୁ ଫେରିବା ପରେ ପରିବାର ଲୋକେ ଏବଂ ପଡ଼ୋଶୀ ତାଙ୍କୁ ଦେଖି ହତବାକ ହୋଇଯାଇଛନ୍ତି।

ତେବେ ଘଟଣାଟି କିନ୍ତୁ ଏମିତି ଘଟିଛି ଯାହାକି ଆନ୍ଧ୍ରପ୍ରଦେଶ ସରକାରର କୋଭିଡ୍ ପରିଚାଳନାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ମେ ୧୨ରେ ଗିରିଜାମ୍ମା କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ବିଜୟଓ୍ୱାଡ଼ାର ଏକ ସରକାରୀ ହସ୍ପିଟାଲରେ ପରେ ଚିକିତ୍ସା ପାଇଁ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଏହା ପରେ ଗିରିଜାମ୍ମାଙ୍କ ସ୍ୱାମୀ ହସ୍ପିଟାଲକୁ ଯାଇ ତାଙ୍କ ସ୍ତ୍ରୀର ସ୍ୱାସ୍ଥ୍ୟାବସ୍ଥା କଥା ବୁଝିଥିଲେ। ହେଲେ ମେ ୧୫ରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ।

ଏହାପରେ ଗିରିଜାମ୍ମାଙ୍କ ପୁତୁରା ନାଗୁ କହିବା ଅନୁଯାୟୀ ହସ୍ପିଟାଲ କର୍ତ୍ତୃପକ୍ଷ ଶବ ରଖାଯାଇଥିବା ସ୍ଥାନକୁ ତାଙ୍କୁ ନେଇଥିଲେ। ସମସ୍ତ ମୃତକଙ୍କ ଶରୀରକୁ ଘୋଡ଼ାଇ ହୋଇ ରଖାଯାଇଥିଲା। ସେଠାରେ ତାଙ୍କ ଦାଦା ତାଙ୍କ ସ୍ତ୍ରୀ ଭାବି ଜଣଙ୍କ ଶବକୁ ନେଇ ଆସିଥିଲେ। ଏହାପରେ ଅନ୍ତିମ ସଂସ୍କାର ମଧ୍ୟ କରାଯାଇଥିଲା। ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ ମୃତ୍ୟୁ ପ୍ରମାଣପତ୍ର ରିଲିଜ କରିଥିଲେ। ପରେ ପରେ ଗିରିଜାମ୍ମାଙ୍କ ପୁଅ ରମେଶଙ୍କର ମଧ୍ୟ ମେ ୨୩ରେ ମୃତ୍ୟୁ ଘଟିଥିଲା। ଏହାପରେ ଉଭୟଙ୍କ ପାଇଁ ଗୋଟିଏ ପ୍ରାର୍ଥନା ସଭା କରାଯାଇଥିଲା ବୋଲି ନାଗୁ କହିଛନ୍ତି।

ହେଲେ ଅନ୍ତିମ ସଂସ୍କାରର ୧୫ ଦିନ ପରେ ହଠାତ୍ ଘର ଆଗରେ ଆସି ପହଞ୍ଚିଥିଲେ ଗିରିଜାମ୍ମା। ଯାହାକୁ ଦେଖି ପରିବାର ଲୋକେ ଏବଂ ପଡ଼ୋଶୀ ଲୋକେ ମଧ୍ୟ ହତବାକ୍ ହୋଇଯାଇଥିଲେ। ଏବେ ନାଗୁ କହିଛନ୍ତି ଗିରିଜାମ୍ମାଙ୍କୁ ମୃତ ଘୋଷଣା କରିବା କାହାର ଭୁଲ୍?

The post ପରିବାର ଲୋକେ ଅନ୍ତିମ ସଂସ୍କାର କରି ଦେଇଥିଲେ, ୧୫ ଦିନ ପରେ ଘରକୁ ଫେରିଲେ ମହିଳା appeared first on Odisha Reporter.



from Odisha Reporter https://ift.tt/2Tu3Q9Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages