ଚରମ ସୀମାରେ କଂଗ୍ରେସ କଳି: ‘ନବଜୋତ ସିଂ ସିଦ୍ଧୁ ନିଖୋଜ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 2, 2021

ଚରମ ସୀମାରେ କଂଗ୍ରେସ କଳି: ‘ନବଜୋତ ସିଂ ସିଦ୍ଧୁ ନିଖୋଜ’

ଚଣ୍ଡିଗଡ: ପଞ୍ଜାବର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ନିଖୋଜ। ଅମୃତସର (ପୂର୍ବ)ରେ ସେ ନିଖୋଜ ହୋଇଥିବା ନେଇ ଏକ ପୋଷ୍ଟର ଲାଗିଛି। ସିଦ୍ଧୁ ଅମୃତସର (ପୂର୍ବର)ର ବିଧାୟକ ହୋଇଥିବା ବେଳେ ଏଭଳି ପୋଷ୍ଟର କିଏ ମାରିଲା ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ପୋଷ୍ଟରରେ ଉଲ୍ଲେଖ ରହିଛି ଯିଏ ଖୋଜି ଆଣିଦେବେ ସିଦ୍ଧୁଙ୍କୁ ତାଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ପୁରସ୍କାର ମିଳିବ। ଏହା ପୂର୍ବରୁ ଅମୃତସରରେ ମଧ୍ୟ ସମାନ ପୋଷ୍ଟର ଦେଖିବାକୁ ମିଳିଥିଲା। ତେବେ ଅମୃତସର (ପୂର୍ବ)ରେ ଏହି ପୋଷ୍ଟର ଏକ ଏନଜିଓ ଦ୍ୱାରା ଲଗାଯାଇଛି ବୋଲି ଜଣାପଡ଼ିଛି। ଏନଜିଓ ସଂସ୍ଥାଟି ପୋଷ୍ଟରରେ ଉଲ୍ଲେଖ କରିଛି ଯେ, ନବଜୋତ ସିଂହ ସିଦ୍ଧୁ ବିଧାୟକ ହେବା ପରେ ନିଜ ନିର୍ବାଚନ ମଣ୍ଡଳୀରୁ ଗାଏବ ରହିଛନ୍ତି। ତେଣୁ ତାଙ୍କୁ ଖୋଜି ଆଣିବା ଦରକାର।

ସୂଚନାଯୋଗ୍ୟ, ପଞ୍ଜାବ କଂଗ୍ରେସରେ ଏବେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବଂ ସିଦ୍ଧୁଙ୍କ ମଧ୍ୟରେ ବିବାଦ ଚରମସୀମାରେ ପହଞ୍ଚିଛି। ଏହି ମାମଲାରେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହସ୍ତକ୍ଷେପ କରି ଆଜି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ମଙ୍ଗଳବାର ସିଦ୍ଧୁ କଂଗ୍ରେସର ତିନି ଜଣିଆ କମିଟି ଆଗରେ ହାଜର ହୋଇ ନିଜର ପକ୍ଷ ରଖିଥିଲେ।

ପଞ୍ଜାବ କଂଗ୍ରେସର ବିବାଦର ସମାଧାନ ପାଇଁ ଦିଲ୍ଲୀରେ ଏବେ କଂଗ୍ରେସ ମାରାଥନ ବୈଠକ କରୁଛି। ଗତ ତିନି ଦିନ ମଧ୍ୟରେ ପ୍ରାୟ ସମସ୍ତ ବିଧାୟକ ଏବଂ ସାଂସଦଙ୍କୁ ଭେଟିବା ପରେ ମଲ୍ଲିକାର୍ଜୁନ ଖାଡଗେ, ହରିଶ ରାୱତ ଏବଂ ଜେପି ଅଗ୍ରୱାଲଙ୍କୁ ନେଇ ଏକ ପ୍ୟାନେଲ ବିଧାନସଭା ନିର୍ବାଚନରେ ​​ହାରିଥିବା ପ୍ରାର୍ଥୀଙ୍କୁ ଡାକିଛନ୍ତି।

ଏହି ପ୍ୟାନେଲ ଆଜି ସାଂସଦ ମନୀଷ ତେୱାରୀଙ୍କ ସହ କଥା ହେବେ। କିନ୍ତୁ ଅପେକ୍ଷା କେବେ ଆସିବେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ। ସେ ଆଜି ଆସିବାର କାର୍ଯ୍ୟକ୍ରମ ରହିଛି ହେଲେ ସରକାରୀ କାର୍ଯ୍ୟକ୍ରମ ପାଇଁ ଆଜି କ୍ୟାପଟେନ ଅମରିନ୍ଦର ଆସିନପାରନ୍ତି ଦିଲ୍ଲୀ । ଗତ କିଛି ସପ୍ତାହ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଏବଂ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଅନ୍ୟ କଂଗ୍ରେସ ବିଧାୟକ ଓ ନେତା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି। ସିଦ୍ଧୁ ମଙ୍ଗଳବାର ଏହି କମିଟିକୁ ଭେଟି ତାଙ୍କ ମତାମତ ଦେଇ ସାରିଛନ୍ତି।

The post ଚରମ ସୀମାରେ କଂଗ୍ରେସ କଳି: ‘ନବଜୋତ ସିଂ ସିଦ୍ଧୁ ନିଖୋଜ’ appeared first on Odisha Reporter.



from Odisha Reporter https://ift.tt/3uNkvCi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages