ଟ୍ୱିଟରକୁ ସରକାର ଦେଲେ ଶେଷ ଚେତାବନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 5, 2021

ଟ୍ୱିଟରକୁ ସରକାର ଦେଲେ ଶେଷ ଚେତାବନୀ

ନୂଆଦିଲ୍ଲୀ: ଦେଶର ନୂଆ ଡିଜିଟାଲ ଆଇନକୁ ପାଳନ କରିବା ପାଇଁ କେନ୍ଦ୍ର ସରକାର ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ ଶେଷ ଚେତାବନୀ ଦେଇଛନ୍ତି। ଆଜି କେନ୍ଦ୍ର ସରକାର ଟ୍ୱିଟରକୁ ନୋଟିସ କରି କହିଛନ୍ତି, ଟ୍ୱିଟର ତୁରନ୍ତ ନୂଆ ଡିଜିଟାଲ ଅନୁଯାୟୀ ଭାରତରେ ଅଭିଯୋଗ ଶୁଣିବା ଓ ସମାଧାନ କରିବା ପାଇଁ ଅଧିକାରୀ ନିଯୁକ୍ତ କରୁ।

ଏହା ଶେଷ ନୋଟିସ। ଯଦି ଏହା ପରେ ବି ଟ୍ୱିଟର ନିୟମକୁ ପାଳନ ନ କରିବ, ତା’ହେଲେ ଏହାର ପରିଣାମ ଅତ୍ୟନ୍ତ ଭୟଙ୍କର ହେବ ବୋଲି ଭାରତ ସରକାର ଚେତାବନୀ ଦେଇଛନ୍ତି।

ସରକାର କହିଛନ୍ତି, “ଟ୍ୱିଟର ଆଇଏନସି.କୁ ନିୟମ ପାଳନ କରିବା ପାଇଁ ଶେଷ ନୋଟିସ ପଠାଯାଉଛି। ଯଦି ଟ୍ୱିଟର ନୂଆ ଡିଜିଟାଲ ନିୟମକୁ ପାଳନ ନ କରିବ, ତା’ହେଲେ ଆଇଟି ଆକ୍ଟ ୨୦୦୦ର ସେକସନ ୭୯ରେ ମିଳୁଥିବା ସୁବିଧାକୁ ପ୍ରତ୍ୟାହାର କରିନିଆଯିବ। ଏହାପରେ ଆଇଟି ଆକ୍ଟ ଓ ଭାରତୀୟ ଆଇନ ଅନୁଯାୟୀ ଟ୍ୱିଟରକୁ ନିୟମ ନ ମାନିବାର ପରିଣାମ ଭୋଗିବାକୁ ପଡ଼ିବ।”

ମେ’ ୨୬ରୁ ଭାରତ ସରକାର ନୂଆ ଆଇଟି ନିୟମ ଲାଗୁ କରିଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଟ୍ୱିଟର ୩ ମାସ ସମୟ ମାଗିଥିଲା। ଟ୍ୱିଟର ଏହା ଉପରେ କହିଛି ଯେ କମ୍ପାନୀ ସବୁବେଳେ ଭାରତରେ ପ୍ରଚଳିତ ନିୟମକୁ ପାଳନ କରୁଛି। ଆଗକୁ ମଧ୍ୟ ସଂସ୍ଥା ଏହାର ପାଳନ କରିବ।

ଭାରତ ସରକାରଙ୍କ ସହ ନୂଆ ନିୟମ ଉପରେ ଆଲୋଚନା ଚାଲିଛି। ନୂଆ କଣ୍ଟେଣ୍ଟ ରେଗୁଲେସନ ନିୟମ ଗୁଡ଼ିକ କାର୍ଯ୍ୟକାରୀ କରିବା ପାଇଁ ଆଇଟି ମନ୍ତ୍ରଣାଳୟ ଆମକୁ ୩ ମାସ ସମୟ ଦିଅନ୍ତୁ ବୋଲି ଟ୍ୱିଟର କହିଥିଲା। ହେଲେ ଭାରତ ସରକାର ବାରମ୍ବାର ଟ୍ୱିଟରକୁ ନୋଟିସ କରି ନୂଆ ନିୟମ ପାଳନ କରିବାକୁ କହିବାରେ ଲାଗିଛନ୍ତି।

ନୂଆ ନିୟମ ଅନୁସାରେ, ସୋଶାଲ ମିଡିଆ ସଂସ୍ଥା ଗୁଡ଼ିକ ଲୋକଙ୍କ ଅଭିଯୋଗ ଶୁଣିବାକୁ ଭାରତରେ ଅଧିକାରୀ ନିଯୁକ୍ତ କରିବେ।

The post ଟ୍ୱିଟରକୁ ସରକାର ଦେଲେ ଶେଷ ଚେତାବନୀ appeared first on Odisha Reporter.



from Odisha Reporter https://ift.tt/3v2YLTr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages