ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ଲାଗିଥିବା ଲକଡାଉନ ସୋମବାର ଠାରୁ ସାମାନ୍ୟ କୋହଳ ହେବ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲକଡାଉନକୁ ସଂପୂର୍ଣ୍ଣ ହଟାଇ ନଥିଲେ ହେଁ କିଛି କୋହଳ ନୀତି ଆପଣାଇଛନ୍ତି। ସୋମବାର ଠାରୁ ଦିଲ୍ଲୀରେ ମଲ ଓ ମାର୍କେଟ ଖୋଲିବ। କିନ୍ତୁ ଅଡ-ଇଭିନ ଫର୍ମୁଲା ଲାଗୁ କରାଯିବ ବୋଲି ସେ କହିଛନ୍ତି।
କେଜ୍ରିୱାଲ କହିଛନ୍ତି, ବିଭିନ କ୍ଷେତ୍ରରେ କୋହଳ ନୀତି ଆପଣା ଯାଇ ଲକଡାଉନକୁ କାର୍ଯ୍ୟକାରୀ କରାଯିବ। ସୋମବାର ଲକଡାଉନ ଶେଷ ହେଉଛି। କିନ୍ତୁ ଏହା ସଂପୂର୍ଣ୍ଣ ହଟିବ ନାହିଁ। ମାର୍କେଟ ଓ ମଲ ଅଡ-ଇଭିନ ଫର୍ମୁଲା ଅନୁଯାୟୀ ସକାଳ ୧୦ଟାରୁ ରାତି ୮ଟା ଯାଏ ଖୋଲିବ।
ମେଟ୍ରୋ ସେବା କ୍ଷମତାର ୫୦% ଲୋକଙ୍କୁ ନେଇ କାର୍ଯ୍ୟକ୍ଷମ ହେବ। ସମସ୍ତ ଏ’ ଗ୍ରୁପ୍ ସରକାରୀ ଅଫିସ ୧୦୦% କର୍ମଚାରୀଙ୍କୁ ନେଇ କାମ କରିବେ। ଅନ୍ୟ ଗ୍ରୁପ୍ର ସରକାରୀ ଅଫିସ ଗୁଡ଼ିକ ୫୦% କର୍ମଚାରୀଙ୍କୁ ନେଇ ଚାଲିବ। ଜରୁରୀ ସାମଗ୍ରୀ ବିକ୍ରି କରୁଥିବା ଦୋକାନଗୁଡ଼ିକ ସବୁଦିନ ଖୋଲା ରହିବ। ଗଳି ଓ ଏକାକୀ ଥିବା ଦୋକାନଗୁଡ଼ିକ ମଧ୍ୟ ସବୁଦିନ ଖୋଲିବ।
ସପ୍ତାହକ ପାଇଁ ପରୀକ୍ଷା ମୂଳକ ଭାବେ ଏହି ନିୟମ ଲାଗୁ କରାଯାଇଛି। ଯଦି ସଂକ୍ରମଣ ନିୟନ୍ତ୍ରଣ ମଧ୍ୟରେ ରହିବ, ତା’ହେଲେ ପରବର୍ତ୍ତୀ ସପ୍ତାହରେ ଆହୁରି କୋହଳ ନୀତି ପ୍ରଚଳନ କରାଯିବ ବୋଲି ସେ କହିଛନ୍ତି।
କେଜ୍ରିୱାଲ ଆହୁରି କହିଛନ୍ତି, ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ପ୍ରାୟ ୪୦୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଏଠାରେ ପଜିଟିଭିଟି ରେଟ ୦.୫% ରହିଛି। ଆମେ ଏବେ ସମ୍ଭାବ୍ୟ ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହେଉଛି। ତୃତୀୟ ଲହରର ପିକ୍ ବେଳେ ଦୈନିକ ୩୭ ହଜାର ଆକ୍ରାନ୍ତ ଚିହ୍ନଟ ହେବାର ଆଶଙ୍କା ରହିଛି।
ଆମେ ଏହାର ମୁକାବିଲା ପାଇଁ ୪୨୦ ଟନ୍ ଅକ୍ସିଜେନ ସଂରକ୍ଷିତ କରି ରଖିବାକୁ ଉଦ୍ୟମ ଆରମ୍ଭ କରିଛୁ। ଏଥିପାଇଁ ୬୪ଟି ଅକ୍ସିଜେନ ପ୍ଲାଣ୍ଟ ଓ ୨୫ଟି ଅକ୍ସିଜେନ ଟ୍ୟାଙ୍କର କିଣିବାକୁ ଯୋଜନା କରାଯାଇଛି ବୋଲି ସେ କହିଛନ୍ତି।
The post ସୋମବାର ଠାରୁ କୋହଳ ହେବ ଲକଡାଉନ, ଅଡ-ଇଭିନ ଫର୍ମୁଲାରେ ଖୋଲିବ ମାର୍କେଟ ଓ ମଲ appeared first on Odisha Reporter.
from Odisha Reporter https://ift.tt/353LaAJ
No comments:
Post a Comment