ଖୁବଶୀଘ୍ର ଆସିବ ଛୋଟ ଛୁଆଙ୍କ ପାଇଁ କରୋନା ଟିକା, ଦିଲ୍ଲୀ ଏମ୍ସରେ ସ୍କ୍ରିନିଂ ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 6, 2021

ଖୁବଶୀଘ୍ର ଆସିବ ଛୋଟ ଛୁଆଙ୍କ ପାଇଁ କରୋନା ଟିକା, ଦିଲ୍ଲୀ ଏମ୍ସରେ ସ୍କ୍ରିନିଂ ଆରମ୍ଭ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଯଦିଓ କମୁଛି ହେଲେ ବିପଦ ଏବେ ବି ଟଳିନି। ଆଗକୁ କରୋନାର ତତୃୀୟ ଲହର ଆସିବ। ଏହି ସମୟରେ ଛୋଟ ଛୁଆମାନେ ଅଧିକାଂଶ ସଂକ୍ରମିତ ହେବାର ସମ୍ଭାବନା ରହିଛି। ଏହା ପୂର୍ବରୁ ସମସ୍ତ ପ୍ରକାର ପ୍ରସ୍ତୁତି କରୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ତେଣୁ ଭାରତ ଏବେ ଛୋଟ ଛୁଆଙ୍କୁ ଟିକା ଦେବାକୁ ପ୍ରସ୍ତୁତି ଚଳାଉଛି।

ଯେଉଁଥିପାଇଁ କରୋନା କୋଭାକ୍ସିନର ଟିକାକୁ ଆଜିଠାରୁ ଦିଲ୍ଲୀ ଏମ୍ସରେ ପିଲାମାନଙ୍କ ଶରୀର ଉପରେ ପରୀକ୍ଷଣ ଆରମ୍ଭ ହୋଇଛି। ଏହି ପରୀକ୍ଷଣର ପ୍ରଥମ ପର୍ଯ୍ୟାୟରେ ମୋଟ୍ ୧୬ ଜଣ ପିଲା ଅଂଶଗ୍ରହଣ କରିବେ। ପୂର୍ବରୁ ଭାରତ ବାୟୋଟେକ୍ ୧୨ ରୁ ୧୮ ବର୍ଷର ପିଲାମାନଙ୍କୁ ନେଇ ପାଟନା ଏମ୍ସରେ ଟିକା ପରୀକ୍ଷା କରିଥିଲା​।

ପରୀକ୍ଷା ଆରମ୍ଭ କରିବା ପୂର୍ବରୁ ପିଲାମାନଙ୍କର ପୁଙ୍ଖାନୁପୁଙ୍ଖ ସ୍କ୍ରିନିଂ କରାଯିବ। ଯେଉଁଥିରେ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି କି ନାହିଁ ଅନୁଧ୍ୟାନ କରାଯିବ। ପିଲାମାନେ ସୁସ୍ଥ ଥିଲେ ହିଁ ଟିକାକରଣ କରାଯିବ। ଏହା ପୂର୍ବରୁ ପାଟନାର ଏମ୍ସରେ ଏହି ଟିକା ପରୀକ୍ଷା ଚାଲିଛି। ଯେଉଁଠାରେ ଜୁନ୍ ୩ରେ ପିଲାମାନଙ୍କୁ ଏହି ଟିକା ଦିଆଯାଇଥିଲା।

ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI)ଙ୍କ ଅନୁମତି ପାଇବା ପରେ ଏମ୍ସ ଦିଲ୍ଲୀରେ ଏହି ପରୀକ୍ଷା ହେଉଛି। ଆଉ ସ୍କ୍ରିନିଂ ଆରମ୍ଭ ହୋଇଯାଇଛି। ମେ ’୧୨ରେ ଏକ ବିଶେଷଜ୍ଞ କମିଟି (SEC) ଏହାକୁ ସୁପାରିଶ କରିବା ପରେ ଡିସିଜିଆଇର ଅନୁମୋଦନ ପାଇଛି। ପିଲାମାନଙ୍କ ଉପରେ ଟିକାକରଣର କ୍ଲିନିକାଲ୍ ପରୀକ୍ଷା କରିବା ପାଇଁ ଭରତ ବାୟୋଟେକ୍ ମେ ୧୧ରେ ଡିସିଜିଆଇର ଅନୁମତି ଲାଭ କରିଥିଲା। ଏହାପରେ ଗତ ମଙ୍ଗଳବାର ଏମ୍ସ ପାଟନାରେ କୋଭାକ୍ସିନ ଟିକାର ପରୀକ୍ଷା ଆରମ୍ଭ ହୋଇଥିଲା।

ଏମ୍ସ ନିର୍ଦ୍ଦେଶକ ଡକ୍ଟର ପ୍ରଭାତ କୁମାର ସିଂ କହିଛନ୍ତି, “ଏହି ପରୀକ୍ଷା ୬-୧୨ ବର୍ଷ ଏବଂ ପରେ ୨-୬ ବର୍ଷ ମଧ୍ୟରେ ବିଭକ୍ତ କରାଯିବ, କିନ୍ତୁ ବର୍ତ୍ତମାନ ଆମେ ୧୨-୧୮ ବର୍ଷ ବୟସରେ ପରୀକ୍ଷା ଆରମ୍ଭ କରିଛୁ।”

ସୂଚନାଯୋଗ୍ୟ, ଭାରତରେ ଏବେ ତିନୋଟି ଟିକା ଅଛି। ଭରତ ବାୟୋଟେକର କୋଭାକ୍ସିନ, ଆଷ୍ଟ୍ରା ଜେନେକାର କୋଭିଶିଲ୍ଡ ଏବଂ ରଷିଆର ସ୍ପୁଟନିକ୍ ଭି। ଭାରତରେ କୋଭାକ୍ସିନ ଏବଂ କୋଭିଶିଲ୍ଡ ପ୍ରସ୍ତୁତ କରାଯାଉଛି।

The post ଖୁବଶୀଘ୍ର ଆସିବ ଛୋଟ ଛୁଆଙ୍କ ପାଇଁ କରୋନା ଟିକା, ଦିଲ୍ଲୀ ଏମ୍ସରେ ସ୍କ୍ରିନିଂ ଆରମ୍ଭ appeared first on Odisha Reporter.



from Odisha Reporter https://ift.tt/3fYOQdi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages