ରାଜ୍ୟରେ ଦୈନିକ ସଂକ୍ରମଣ ୭ ହଜାର ତଳକୁ ଖସିଲା, ମୃତ୍ୟୁ ସଂଖ୍ୟା ୩ ହଜାର ଟପିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 6, 2021

ରାଜ୍ୟରେ ଦୈନିକ ସଂକ୍ରମଣ ୭ ହଜାର ତଳକୁ ଖସିଲା, ମୃତ୍ୟୁ ସଂଖ୍ୟା ୩ ହଜାର ଟପିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କମି ଚାଲିଛି ଦୈନିକ କରୋନା ସଂକ୍ରମଣ। ରବିବାର ଆସିଥିବା ରିପୋର୍ଟରେ ୭୦୦୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦର୍ଶାଯାଇଥିବା ବେଳେ ସୋମବାର (ଆଜି) ଆସିଥିବା ରିପୋର୍ଟରେ ଏହି ସଂଖ୍ୟା ଢେର୍ କମିଛି। ସଦ୍ୟ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୧୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଉ ୪୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ ହଜାର ଅତିକ୍ରମ କରିଯାଇଛି।

୬୧୧୮ ଆକ୍ରାନ୍ତଙ୍କ ମଧ୍ୟରୁ ୩୪୫୩ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୬୬୫ଟି ହେଉଛି ଲୋକାଲ୍ କେସ୍‌। କଟକ ଜିଲ୍ଲାରୁ ସର୍ବାଧିକ ୬୪୦ ଜଣ ଚିହ୍ନଟ ହୋଇଥିବା ବେଳେ ପୂର୍ବ ଦିନଗୁଡ଼ିକ ତୁଳନାରେ ଖୋର୍ଦ୍ଧା ଜିଲ୍ଲାରେ ଏହି ସଂଖ୍ୟା ବହୁତ କମ୍ ରହିଛି। ଏହି ଜିଲ୍ଲାରୁ ମାତ୍ର ୪୯୫ ଜଣ ନୂଆ ପଜିଟିଜ୍ ଚିହ୍ନଟ ହୋଇଛନ୍ତି।

ଯାଜପୁର ଜିଲ୍ଲାରୁ ୫୬୩ ଜଣ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୪୧୬, ବାଲେଶ୍ୱରରୁ ୧୯୫, ବରଗଡ଼ରୁ ୧୬୪, ଭଦ୍ରକରୁ ୨୨୮, ବଲାଙ୍ଗିରରୁ ୮୩, ବୌଦ୍ଧରୁ ୧୧୨, ଦେବଗଡ଼ରୁ ୨୯, ଢେଙ୍କାନାଳରୁ ୧୨୩, ଗଜପତିରୁ ୩୦, ଗଞ୍ଜାମରୁ ୯୩, ଜଗତସିଂହପୁରରୁ ୨୧୮, ଝାରସୁଗୁଡ଼ାରୁ ୮୬, କଳାହାଣ୍ଡିରୁ ୮୦, କନ୍ଧମାଳରୁ ୧୪୩, କେନ୍ଦ୍ରାପଡ଼ାରୁ ୨୨୭, କେନ୍ଦୁଝରରୁ ୧୫୫, କୋରାପୁଟରୁ ୧୮୦, ମାଲକାନଗିରିରୁ ୧୦୭, ମୟୂରଭଞ୍ଜରୁ ୩୫୨, ନବରଙ୍ଗପୁରରୁ ୧୬୬, ନୟାଗଡ଼ରୁ ୧୬୧, ନୂଆପଡ଼ାରୁ ୩୬, ପୁରୀରୁ ୩୯୮, ରାୟଗଡ଼ାରୁ ୧୦୮, ସମ୍ବଲପୁରରୁ ୧୦୩, ସୋନପୁରରୁ ୫୨ ଓ ସୁନ୍ଦରଗଡ଼ରୁ ୨୭୨ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୧୦୩ ଜଣ ଚିହ୍ନଟ ହୋଇଛନ୍ତି।

୬୧୧୮ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୧୯ ହଜାର ୨୧୪ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୭ ଲକ୍ଷ ୩୯ ହଜାର ୩୭୬ ଜଣ ସୁସ୍ଥ ହୋଇସାରିଛନ୍ତି। ୭୬ ହଜାର ୭୫୦ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ସେହିପରି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୦୩୫କୁ ବୃଦ୍ଧି ପାଇଛି।

The post ରାଜ୍ୟରେ ଦୈନିକ ସଂକ୍ରମଣ ୭ ହଜାର ତଳକୁ ଖସିଲା, ମୃତ୍ୟୁ ସଂଖ୍ୟା ୩ ହଜାର ଟପିଲା appeared first on Odisha Reporter.



from Odisha Reporter https://ift.tt/357NSVT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages