କରୋନା ଲଢେଇରେ ହାରିଗଲେ ଫ୍ଲାଇଂ ଶିଖ୍ ମିଲଖା ସିଂହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 18, 2021

କରୋନା ଲଢେଇରେ ହାରିଗଲେ ଫ୍ଲାଇଂ ଶିଖ୍ ମିଲଖା ସିଂହ

ଚଣ୍ଡିଗଡ଼: କିମ୍ବଦନ୍ତୀ ଧାବକ ମିଲଖା ସିଂହ ଆଉ ନାହାନ୍ତି। ଶୁକ୍ରବାର ୯୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ୧୯୫୮ କମନୱେଲଥ ଗେମ୍ସ ଚାମ୍ପିଅନ୍ ତଥା ୧୯୬୦ ଅଲିମ୍ପିଆନ୍ ମିଲଖା ସିଂହ ଚଣ୍ଡିଗଡ଼ର ପିଜିଆଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି। ମିଲଖାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ମିଲଖା ସିଂହଙ୍କ ଦେହାନ୍ତ କ୍ରୀଡା ଜଗତରେ ଅପୂରଣୀୟ କ୍ଷତି। ନିଜର ପ୍ରତିଭା ପାଇଁ ଅଗଣିତ ଭାରତୀୟଙ୍କ ହୃଦୟରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରି ପାରିଥିଲେ ମିଲଖା। ତାଙ୍କର ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ପାଇଁ ଅନେକ ତାଙ୍କୁ ଭଲ ପାଉଥିଲେ।

ପିଜିଆଇଏମଇଆର ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ମିଲଖା କୋଭିଡରେ ସଂକ୍ରମିତ ହେବା ପରେ ତାଙ୍କ ଶରୀରରେ ଅନେକ ଜଟିଳତା ଦେଖା ଦେଇଥିଲା।ଏହାପରେ ଶୁକ୍ରବାର ସନ୍ଧ୍ୟାରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଅକ୍ସିଜେନ ସ୍ତର ବହୁତ କମିଯିବା ବେଳେ ଶରୀରରେ ଜ୍ୱର ମଧ୍ୟ ଥିଲା।

ଗତ ମାସରେ ଏହି କିମ୍ୱଦନ୍ତୀ ଧାବକ କୋଭିଡରେ ସଂକ୍ରମିତ ହୋଇଥିଲେ। କିନ୍ତୁ ଦୁଇ ଦିନ ତଳେ ବୁଧବାର ସେ କୋଭିଡ ପରୀକ୍ଷା କରାଇଥିଲେ। ରିପୋର୍ଟ ନେଗେଟିଭ ଆସିଥିଲା। ପରେ ତାଙ୍କୁ କୋଭିଡ ଆଇସିୟୁରୁ ​​ସାଧାରଣ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ଏକ ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଥିଲେ।

ଗୁରୁବାର ରାତିରେ ସେ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ ଏବଂ ତାଙ୍କର ଅକ୍ସିଜେନ ସ୍ତର କ୍ରମଶଃ ହ୍ରାସ ପାଇଥିଲା। ଏହା ପୂର୍ବରୁ କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିଲା।ତାଙ୍କ ପତ୍ନୀ ନିର୍ମଲ କୌର ରବିବାର ଦିନ ମୋହାଲିର ଏକ ଘରୋଇ ଡାକ୍ତରଖାନାରେ କୋଭିଡରେ ସଂକ୍ରମିତ ହୋଇ ଆଖି ବୁଜି ଦେଇଥିଲେ। ଭାରତୀୟ ଭଲିବଲ ଦଳର ପୂର୍ବତନ ଅଧିନାୟକ ହେଉଛନ୍ତି ନିର୍ମଲ କୌର। ମିଲଖା ଏବଂ ନର୍ମଲଙ୍କର ଜଣେ ପୁଅ ଗୋଲଫର ଜୀଭ ମିଲଖା ସିଂ ଏବଂ ତିନି ଝିଅ ରହିଛନ୍ତି।

ମିଲଖା ସିଂହ ଏସିଆନ୍ ଗେମ୍ସରେ ଚାରିଥର ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ୧୯୫୮ କମନୱେଲଥ ଗେମ୍ସର ଚାମ୍ପିଅନ୍ ମଧ୍ୟ ହୋଇଥିଲେ। ଏହାପରେ ୧୯୬୦ ରୋମ୍ ଅଲିମ୍ପିକ୍ ଗେମ୍ସରେ ସେ ୪୦୦ ମିଟରରେ ଅଳ୍ପ ବ୍ୟବଧାନରେ ପଦକ ହରାଇ ଚତୁର୍ଥ ସ୍ଥାନ ହାସଲ କରିଥିଲେ। ସେ ୧୯୫୬ ଏବଂ ୧୯୬୪ ଅଲିମ୍ପିକ୍ ଗେମ୍ସରେ ମଧ୍ୟ ଭାଗ ନେଇଥିଲେ। ସେ ୧୯୫୯ରେ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଥିଲେ।

The post କରୋନା ଲଢେଇରେ ହାରିଗଲେ ଫ୍ଲାଇଂ ଶିଖ୍ ମିଲଖା ସିଂହ appeared first on Odisha Reporter.



from Odisha Reporter https://ift.tt/35y1tpF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages