ଜମ୍ମୁ-କଶ୍ମୀରରେ ହେବ ନିର୍ବାଚନ! ମୋଦି କରିବେ ସର୍ବଦଳୀୟ ବୈଠକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 18, 2021

ଜମ୍ମୁ-କଶ୍ମୀରରେ ହେବ ନିର୍ବାଚନ! ମୋଦି କରିବେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଲାଗି ରହିଥିବା ଅସ୍ଥିରତା ଶୀଥିଳ ପଡ଼ିବାରେ ଲାଗିଛି। ସୁରକ୍ଷାକର୍ମୀମାନେ ମଧ୍ୟ ଆତଙ୍କବାଦ ବିରୋଧୀ ଅଭିଯାନ ଦ୍ୱାରା ଉପତ୍ୟକାରେ ଶାନ୍ତି ଫେରାଇବାରେ ସକ୍ଷମ ହୋଇଛନ୍ତି। ଏସବୁ ଭିତରେ ଜମ୍ମୁ-କଶ୍ମୀରରେ ନିର୍ବାଚନା ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଉପତ୍ୟକାରେ ନିର୍ବାଚନ କରିବାକୁ ଏବେ ପ୍ରସ୍ତୁତି ଆରମ୍ଭ ହୋଇଛି।

ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କଶ୍ମୀର ଉପରେ ଆଲୋଚନା କରିବା ପାଇଁ ସମସ୍ତ ରାଜନୀତିକ ଦଳ ସହ ବୈଠକ କରିବେ। ଏହି ବୈଠକ ସମ୍ଭବତଃ ଜୁନ୍‌ ୨୪ରେ ଅନୁଷ୍ଠିତ ହେବାର ଅଛି। କିନ୍ତୁ ଚୂଡ଼ାନ୍ତ ତାରିଖ ଏଯାଏ ଜଣାପଡ଼ିନି।

ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ଜମ୍ମୁ-କଶ୍ମୀରରେ ଏକାଧିକ କଟକଣା ଲଗା ଯାଇଥିଲା। ହେଲେ ଧୀରେଧୀରେ ଉପତ୍ୟକାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି। ଇଣ୍ଟରନେଟ୍‌ ସଂଯୋଗ କରାଯିବା ସହ ଅଟକ ରହିଥିବା ରାଜନେତାଙ୍କୁ ମଧ୍ୟ ମୁକ୍ତ କରାଯାଇଛି। ଏବେ ସେଠାରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ମୋଦିଙ୍କ ସର୍ବଦଳୀୟ ବୈଠକ ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଜମ୍ମୁ-କଶ୍ମୀରକୁ ନେଇ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ଏଥିସରେ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ ଯୋଗ ଦେଇଥିଲେ। ଜମ୍ମୁ-କଶ୍ମୀରରେ ନୂଆ ସରକାର ଗଠନ ସହ ୯୦% ଲୋକଙ୍କ ପାଖରେ କେନ୍ଦ୍ରୀୟ ଯୋଜନା ପହଞ୍ଚାଇବା ଓ ୭୫% ଲୋକଙ୍କ ଟିକାକରଣ କରିବାକୁ ଏହି ବୈଠକରେ ଆଲୋଚନା ହୋଇଛି।

ଅନ୍ୟପକ୍ଷରେ ଜମ୍ମୁ-କଶ୍ମୀରର ସୁରକ୍ଷା ବ୍ୟବସ୍ଥାକୁ ନେଇ ଶାହ ଶୁକ୍ରବାର ଏନଏସଏ ଅଜିତ ଡୋଭାଲ, ଗୁଇନ୍ଦା, କେନ୍ଦ୍ରୀୟ ଫୋର୍ସ ଓ ଜମ୍ମୁ-କଶ୍ମୀର ଡିଜିପିଙ୍କ ସହ ଆଲୋଚନା କରିଛନ୍ତି। ଚଳିତ ବର୍ଷ ମେ’ ୩୧ ସୁଦ୍ଧା ଜମ୍ମୁ-କଶ୍ମୀରରେ ୪୦ଟି ଆତଙ୍କବାଦ ଘଟଣା ଘଟିଥିବା ବେଳେ ୨୦୨୦ରେ ଏହା ୨୩୮ ଥିଲା। ୨୦୨୧ର ପ୍ରଥମ ୫ ମାସରେ ୫୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି।

The post ଜମ୍ମୁ-କଶ୍ମୀରରେ ହେବ ନିର୍ବାଚନ! ମୋଦି କରିବେ ସର୍ବଦଳୀୟ ବୈଠକ appeared first on Odisha Reporter.



from Odisha Reporter https://ift.tt/3gCLI6R

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages