ନୂଆଦିଲ୍ଲୀ: ଭାରୀ ଶିଳ୍ପ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ପ୍ରକାଶ ଜାଭଡେକର ମଙ୍ଗଳବାର ଇନ୍ଦୋର ଠାରେ ଏସିଆର ସବୁଠାରୁ ଦୀର୍ଘ ଏନଏଟିଆରଏଏକ୍ସ- ହାଇସ୍ପିଡ ଟ୍ରାକର (ଏଚଏସଟି) ଉଦଘାଟନ କରିଛନ୍ତି । ୧ ହଜାର ଏକର ଜମିରେ ବିକଶିତ ଏନଏଟିଆରଏଏକ୍ସରେ ଦୁଇ ଚକିଆ ଠାରୁ ଆରମ୍ଭ କରି ଓଜନିଆ ଟ୍ରାକ୍ଟର ଟ୍ରେଲର ପର୍ଯ୍ୟନ୍ତ ବିସ୍ତୃତ ବାହାନ ଶ୍ରେଣୀର ସମସ୍ତ ପ୍ରକାର ହାଇସ୍ପିଡ କ୍ଷମତା ଏଥିରେ ପରୀକ୍ଷଣ ହୋଇପାରିବ।
ଭାରତ ଅଟୋମୋବାଇଲ, ନିର୍ମାଣ ଓ ସ୍ପେୟାର ପାର୍ଟସ ମାନୁଫାକ୍ଚରିଂ ହବ ପାଲଟିବ ବୋଲି ବିଶ୍ୱସ୍ତରୀୟ ୧୧.୩ କିଲୋମିଟର ହାଇସ୍ପିଡ ଟ୍ରାକର ଇ-ଉଦଘାଟନ ଅବସରରେ ଜାଭଡେକର ଏହା କହିଛନ୍ତି। ଆତ୍ମନିର୍ଭର ଭାରତ ଦିଗରେ ଆମେ ଅଗ୍ରସର ହେଉଛୁ ଓ ଏ ନେଇ ସବୁପ୍ରକାର ଉଦ୍ୟମ ଜାରି ରହିଛି । ଭାରତକୁ ଅଟୋ ମ୍ୟାନୁଫାକ୍ଚରିଂ ହବ୍ ଭାବେ ଗଢି ତୋଳିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ମନ୍ତ୍ରାଳୟ ପ୍ରତିଶ୍ରୁତିବଦ୍ଧ। ଅଟୋମୋବାଇଲ ଓ ମାନୁଫାକ୍ଚରିଂ ଶିଳ୍ପର ବିସ୍ତାର ନିଯୁକ୍ତି ସୃଷ୍ଟିରେ ସହାୟକ ହେବ । ଦୃଢ ରାଜନୀତିକ ଇଚ୍ଛାଶକ୍ତି ଯୋଗୁଁ ଦୀର୍ଘଦିନ ଧରି ପଡିରହିଥିବା ରେଳବାଇ, ରାଜପଥ ଓ ଜଳପଥ ପ୍ରକଳ୍ପଗୁଡିକ ସମ୍ପୂର୍ଣ୍ଣ ହେବାକୁ ଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।
ଦେଶର ବ୍ୟାପକ ସଶକ୍ତିକରଣ ପାଇଁ ସରକାର ମାନୁଫାକ୍ଚରିଂ ଓ ଅଟୋମୋବାଇଲ ଉଦ୍ୟୋଗକୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି ଏହି ଅବସରରେ ଭାଷଣ ଦେଇ ଭାରୀ ଶିଳ୍ପ ଓ ସାଧାରଣ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ୱାଲ କହିଛନ୍ତି।
High-Speed Track is the heart of any proving ground for the auto sector. Today, inaugurated the longest high-speed track in Asia at Indore.
A proud moment for India and a key initiative in realising PM Shri @narendramodi 's vision of #AatmaNirbharBharat pic.twitter.com/lTnaz0ppQv
— Prakash Javadekar (@PrakashJavdekar) June 29, 2021
ଏନଏଟିଆରଏଏକ୍ସ କେନ୍ଦ୍ରରେ ସର୍ବାଧିକ ଗତି, ଆକ୍ସଲେରସନ, ନିରନ୍ତର ଗତିରେ ଇନ୍ଧନ ଖର୍ଚ୍ଚ, ରିଅଲ ରୋଡ ଡ୍ରାଇଭିଂ ସିମୁଲେସନ ମାଧ୍ୟମରେ ପ୍ରଦୂଷଣ ପରୀକ୍ଷଣ ଓ ଉଚ୍ଚ ଗତି ନିୟନ୍ତ୍ରଣ ଓ ଲେନ ବଦଳାଇବା ବେଳେ ଗାଡିର ସ୍ଥିରତା ମାପିବା ଭଳି ବହୁମୁଖୀ ପରୀକ୍ଷଣ ହୋଇପାରେ ଓ ଯାନବାହାନ ଗତିଶୀଳତା ମାପିବା ପାଇଁ ଏହା ସେଣ୍ଟର ଅଫ ଏକ୍ସଲେନ୍ସ।
ବିଏମଡବ୍ଲୁ, ମର୍ସିଡିସ, ଅଡି, ଫେରାରି, ଲାମ୍ବୋରଗିନି, ଟେସଲା ଭଳି ହାଇ-ଏଣ୍ଚ କାରର ସର୍ବାଧିକ ଗତି କ୍ଷମତା ମାପିବା ପାଇଁ ଏଚଏସଟି ବ୍ୟବହାର କରାଯାଏ । କୌଣସି ଭାରତୀୟ ପରୀକ୍ଷଣ ଟ୍ରାକରେ ଏହା ଏପର୍ଯ୍ୟନ୍ତ ମପା ଯାଇ ପାରୁନାହିଁ । ମଧ୍ୟପ୍ରଦେଶର କେନ୍ଦ୍ର ସ୍ଥଳରେ ଥିବାରୁ ପ୍ରମୁଖ ଓଇଏମଗୁଡିକ ଏହାକୁ ସହଜରେ ବ୍ୟବହାର କରିପାରିବେ । ବିଦେଶୀ ଓଇଏମଗୁଡିକ ଭାରତୀୟ ପରିବେଶରେ ପ୍ରୋଟୋଟାଇପ କାରର ବିକାଶ ପାଇଁ ଏନଏଟିଆରଏଏକ୍ସ-ଏଚଏସଟି ପ୍ରତି ଆଗ୍ରହୀ ହେବେ । ଏବେ ବିଦେଶୀ ଓଇଏମ ଉଚ୍ଚ ଗତି ପରୀକ୍ଷଣ ଆବଶ୍ୟକତା ପୂରଣ ପାଇଁ ବିଦେଶରେ ଥିବା ନିଜର ହାଇ ସ୍ପିଡ ଟ୍ରାକକୁ ଯାଉଛନ୍ତି ।
Many projects in the railways, highways etc. which were languishing for years are today getting completed because of the strong political will. NATRAX- the high speed track completed and inaugurated today is another example that shows how Modi govt. works. pic.twitter.com/MsHNxG8mB4
— Prakash Javadekar (@PrakashJavdekar) June 29, 2021
ବିଶ୍ୱର ସବୁଠାରୁ ବଡ ଏଚଏସଟି ଭାବେ ସମସ୍ତ ପ୍ରକାର ଉଚ୍ଚ ଗତି ପ୍ରଦର୍ଶନ ପରୀକ୍ଷଣ ପାଇଁ ଏହା ସମାଧାନ ଆଣିଦେଇଛି । ଦୁଇ ଚକିଆ ଠାରୁ ଆରମ୍ଭ କରି ଓଜନିଆ ଟ୍ରାକ୍ଟର ଟ୍ରେଲର ପର୍ଯ୍ୟନ୍ତ ବିସ୍ତୃତ ବାହାନ ଶ୍ରେଣୀର ସମସ୍ତ ପ୍ରକାର ହାଇସ୍ପିଡ କ୍ଷମତା ପରୀକ୍ଷଣ ହୋଇପାରିବ । ଗାଡିଗୁଡିକ ସର୍ପିଳ ରାସ୍ତାରେ ୩୭୫ କିଲୋମିଟର ସର୍ବାଧିକ ସ୍ପିଡ ହାସଲ କରିପାରିବେ ଓ ଏହାର ଲିଏଟ୍ରାକ ଅଣ୍ଡାକୃତି ହୋଇଥିବାରୁ ଏହା ବିଶ୍ୱର ସବୁଠାରୁ ସୁରକ୍ଷିତ ପରୀକ୍ଷଣ ଟ୍ରାକ ହୋଇପାରିଛି ।
The post ଏସିଆର ସବୁଠାରୁ ଦୀର୍ଘ ହାଇ ସ୍ପିଡ ଟ୍ରାକର ଉଦଘାଟନ appeared first on Odisha Reporter.
from Odisha Reporter https://ift.tt/3y7LCu1
No comments:
Post a Comment