ରାତି ପାହିଲେ ସରିବ କଟକଣା, ଜୁଲାଇ ଗାଇଡଲାଇନ୍‌କୁ ନେଇ ଚର୍ଚ୍ଚା ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 29, 2021

ରାତି ପାହିଲେ ସରିବ କଟକଣା, ଜୁଲାଇ ଗାଇଡଲାଇନ୍‌କୁ ନେଇ ଚର୍ଚ୍ଚା ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଲକ୍‌ଡାଉନ୍‌ ଅବଧିର ଶେଷ ଦିନ। ଆସନ୍ତାକାଲି ସକାଳ ୬ଟାରେ ଶେଷ ହେଉଛି ଲକଡାଉନ୍ ଅବଧି  । ତେବେ ଆସନ୍ତାକାଲିଠୁ ଲକଡାଉନ୍‌ ଅବଧି ପୁଣି ଥରେ ବଢିବ ନା କୋହଳ ହେବ ତାକୁ ନେଇ ଆରମ୍ଭ ହୋଇଗଲାଣି କଳ୍ପନାଜଳ୍ପନା। ପ୍ରାୟ ଦୁଇ ମାସର ଲକ୍‌ଡାଉନ୍‌, ସପ୍ତାହାନ୍ତ ସଟ୍‌ଡଉନ୍‌ ଓ ପୁଣି ଆଂଶିକ  ଲକ୍‌ଡାଉନ୍‌  ପରେ ଏବେ ସମସ୍ତଙ୍କ ନଜର ଜୁଲାଇ ଗାଇଡଲାଇନ୍‌ ଉପରେ ।

ଆସନ୍ତାକାଲି ଆଂଶିକ ଲକ୍‌ଡାଉନ୍‌ ଅବଧି ଶେଷ ହେଉଥିବାରୁ କେଉଁ ଜିଲ୍ଲାରେ କଟକଣା କେତେ ମାତ୍ରାରେ କୋହଳ ହେବ, ନୂଆ ନିୟମାବଳୀ କଣ ହେବ, ତା ଉପରେ ବିଚାର ବିମର୍ଶ ଚଳାଇଛି ସ୍ୱାସ୍ଥ୍ୟ ବିଭାଗ ।

ଏବେ ବି ୧୦ଟି ଜିଲ୍ଲାରେ ଟେଷ୍ଟ ପଜିଟିଭିଟି ରେଟ୍ ୫ ପ୍ରତିଶତ ଉପରେ ରହିଛି । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ ଜିଲ୍ଲାକୁ A- କାଟାଗୋରୀରେ ରଖି ସକାଳୁ ୬ରୁ ସଂଧ୍ୟା ୫ ଯାଏଁ ସବୁ ଦୋକାନ ଖୋଲିବାକୁ ଯେପରି ଅନୁମତି ଦିଆଯାଇଥିଲା, ସେହି ଫର୍ମୁଲା ଉପକୂଳ ଓଡ଼ିଶାରେ ଲାଗୁ ହେବାର ସମ୍ଭାବନା ରହିଛି । ବିଭିନ୍ନ ରାଜ୍ୟରେ ୫୦ ପ୍ରତିଶତ ଲୋକଙ୍କୁ ନେଇ ଜିମ୍, ମଲ୍ ଓ ବସ୍ ସେବାକୁ ଅନୁମତି ମିଳିଥିବାରୁ ଜୀବିକାକୁ ଆଖି ଆଗରେ ରଖି ଆମ ରାଜ୍ୟରେ ବି ସେହି ଲାଇନ୍‌ରେ ନିଷ୍ପତ୍ତି ନିଆଯାଇପାରେ ।

ତେବେ ପଜିଟିଭିଟି ରେଟ୍ ଅଧିକ ରହୁଥିବା ଜିଲ୍ଲାଗୁଡ଼ିକରେ ନାଇଟ୍ କର୍ଫ୍ୟୁ  ଓ ସପ୍ତାହାନ୍ତ ସଟଡାଉନ୍‌ ଜାରି ରହିପାରେ । କିମ୍ବା ସମସ୍ତ ଜିଲ୍ଲାକୁ ହାଇରିସ୍କ, ମୋଡେରେଟ୍ ରିସ୍କ ଓ ଲୋ ରିସ୍କରେ ବିଭକ୍ତ କରି ଅଲଗା ଅଲଗା ନିୟମାବଳୀ ଲାଗୁ କରାଯାଇପାରେ । ବିଶେଷକରି ଯେଉଁ ଜିଲ୍ଲାଗୁଡ଼ିକରେ ପଜିଟିଭିଟି ରେଟ୍ ବହୁତ କମ୍ ରହିଛି ସେଠାରେ ନିୟମ ଅଧିକ କୋହଳ କରାଯିବାର ସମ୍ଭାବନା ରହିଛି ।

ସେପଟେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କିନ୍ତୁ ଚେତାଇ ଦେଇଛନ୍ତି ସଂକ୍ରମଣ କମୁଥିଲେ ବି ଆଶଙ୍କା ଦୂର ହୋଇନି । ନିୟମ ନମାନିଲେ ପଜିଟିଭ୍ ସଂଖ୍ୟା ବଢିବ ।

The post ରାତି ପାହିଲେ ସରିବ କଟକଣା, ଜୁଲାଇ ଗାଇଡଲାଇନ୍‌କୁ ନେଇ ଚର୍ଚ୍ଚା ଆରମ୍ଭ appeared first on Odisha Reporter.



from Odisha Reporter https://ift.tt/2Tc8Bp9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages