ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ନିରନ୍ତର ଭାବରେ କମି ଚାଲିଛି। ହେଲେ ମୃତ୍ୟୁ ହାରରେ ବ୍ରେକ ଲାଗିପାରୁନି। ନିକଟରେ ଦୈନିକ ମୃତ୍ୟୁ ସଂଖ୍ୟା ୩ ହଜାର ତଳକୁ ଖସିଥିଲା ହେଲେ ଏବେ ଏହା ପୁଣିଥରେ ୩ ହଜାର ଉପରେ ରହିଛି। ଯାହାକି ଦେଶ ପାଇଁ ଚିନ୍ତାଜନକ। ବିଗତ ୨୪ ଘଣ୍ଟାରେ ଦେଶରେ କରୋନା ସଂକ୍ରମିତ ସଂଖ୍ୟା ୯୧,୭୦୨ ଜଣ ଚିହ୍ନଟ ହୋଇଥିବା ବେଳେ ୩,୪୦୩ ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା ରିପୋର୍ଟରେ ଏହା କୁହାଯାଉଛି।
ଗୁରୁବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ତୁଳନାରେ ବୁଧବାର ଏହି ସଂଖ୍ୟା ଟିକିଏ କମ୍ ରହିଛି। ଲଗାତର ଚାରି ଦିନ ହେବ ଦେଶରେ ସଂକ୍ରମିତ ସଂଖ୍ୟା ୧ ଲକ୍ଷ ତଳେ ରହିଛି। ନୂଆ ସଂକ୍ରମିତଙ୍କ ସଂଖ୍ୟାକୁ ମିଶାଇଲେ ଦେଶରେ ଏଯାବତ ୨,୯୨,୭୪,୮୨୩ ଜଣ ସଂକ୍ରମିତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଛୁଇଁଛି ୩,୬୩,୦୭୯।
ସୂଚନାଯୋଗ୍ୟ ଯେତେବେଳେ ଯେତେବେଳେ କରୋନା ସଂକ୍ରମଣ ଦୈନିକ ୪ ଲକ୍ଷ ତଳେ ଥିଲା ସେତେବେଳେ ମୃତ୍ୟୁ ସଂଖ୍ୟା ୩ ହଜାର ଉପରେ ରହୁଥିଲା। ଅର୍ଥାତ୍ କରୋନା ସଂକ୍ରମଣ କମିଛି ହେଲେ ଏହି କାରଣରୁ ହେଉଥିବା ମୃତ୍ୟୁରେ ରୋକ୍ ଲାଗିପାରୁନି। ନୂଆ ସଂକ୍ରମିତଙ୍କ ସଂଖ୍ୟା ଓ କରୋନା ଟେଷ୍ଟ ଅନୁଯାୟୀ ଦେଶରେ ଏବେ ପିଜିଟିଭିଟି ୪.୪୯% ରହିଛି। ଲଗାତର ଚାରି ଦିନ ପାଇଁ ଦେଶରେ ପଜିଟିଭିଟି ହାର ୫ % ତଳେ ରହିଛି।
ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ ତାମିଲନାଡୁରେ ସର୍ବାଧିକ ୧୬,୮୧୩ ଜଣ ଚିହ୍ନଟ ହୋଇଥିବା ବେଳେ କେରଳରେ ଏହି ସଂଖ୍ୟା ୧୪,୪୨୪ ରହିଛି ସେହିପରି ମହାରାଷ୍ଟ୍ରରେ ୧୨,୨୦୭ ଏବଂ କର୍ଣ୍ଣାଟକରେ ୧୧,୦୪୨ ରହିଛି।
ସେହିପରି ଦେଶରେ ଏବେ କରୋନା ଚିକିତ୍ସାଧୀନ ସଂଖ୍ୟା ମଧ୍ୟ କମିଚାଲିଛି। ଏବେ ଦେଶରେ ୧୧,୨୧, ୬୭୧ ଜଣ କରୋନାରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଗତକାଲିର ରିପୋର୍ଟକୁ ଦେଖିଲେ ଏବେ ଗୋଟିଏ ଦିନରେ ୪୬,୨୮୧ ଜଣ ଚିକିତ୍ସାଧୀନ ସଂଖ୍ୟା ହ୍ରାସ ପାଇଛି। ସପ୍ତାହ ଆରମ୍ଭରୁ ଏହି ସଂଖ୍ୟା ୧୪ ଲକ୍ଷରେ ଥିବା ବେଳେ ଏବେ ୧୧ ଲକ୍ଷରେ ଆସି ପହଞ୍ଚିଛି। ସେହିପରି ବିଗତ ୨୪ ଘଣ୍ଟାରେ ୧ ଲକ୍ଷ ୩୪ ହଜାର ୫୮୦ ଜଣ ଡିସଚାର୍ଜ ହୋଇଛନ୍ତି। ଆରୋଗ୍ୟ ହାର ଏବେ ୯୪.୯୩%କୁ ବୃଦ୍ଧି ପାଇଛି।
ଏହା ବ୍ୟତୀତ ସାପ୍ତାହିକ ପଜିଟିଭିଟି ହାର ମଧ୍ୟ ୫.୧୪% ରେ ରହିଥିବା ବେଳେ ଦୈନିକ ହାର ୪.୪୯% କୁ ଖସି ଆସିଛି। କ୍ରମାଗତ ୧୮ ଦିନ ପାଇଁ ଏହା ୧୦% ରୁ କମ ରହିଆସୁଛି। ଦେଶରେ ଦ୍ରୁତ ଗତିରେ ଟିକାକରଣ ଏବଂ କରୋନା ସହିତ ମୁକାବିଲା ପାଇଁ ଲାଗୁ ହୋଇଥିବା ଲକଡାଉନ ଏବଂ ଶଟଡାଉନ ଯୋଗୁଁ ପରିସ୍ଥିତିରେ ସୁଧାର ଆସିଛି।
The post କରୋନା ସଂକ୍ରମଣ କମୁଛି, ମୃତ୍ୟୁ ସଂଖ୍ୟା ପୁଣି ୩ ହଜାର ଉପରେ appeared first on Odisha Reporter.
from Odisha Reporter https://ift.tt/3czaSks
No comments:
Post a Comment