ହଠାତ୍‌ ମାଡ଼ି ଆସୁଛି କି ସମସ୍ୟା? ଜାଣନ୍ତୁ କ’ଣ ହୋଇପାରେ କାରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 10, 2021

ହଠାତ୍‌ ମାଡ଼ି ଆସୁଛି କି ସମସ୍ୟା? ଜାଣନ୍ତୁ କ’ଣ ହୋଇପାରେ କାରଣ

ସବୁ କିଛି ଠିକ୍‌ ଚାଲୁଥିବା ବେଳେ ହଠାତ୍‌ ଏପରି କିଛି ସମସ୍ୟା ଆସେ ଯାହା ଆମର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦିଏ। ଏଥିଯୋଗୁ ଘରର ବଜେଟ ପୂରା ବିଗିଡ଼ି ଯାଏ। ଆପଣ କେବେ ଭାବିଛନ୍ତି, ଏହା ପଛରେ କିଛି ବାସ୍ତୁ ଦୋଷ ଥାଇପାରେ। ଆଉ କିଛି ବାସ୍ତୁ ଟିପ୍ସକୁ ଆପଣାଇ ଏଭଳି ସମସ୍ୟାରୁ ମୁକୁଳାଇ ପାରେ।

  • ଯଦି ଘରେ ଥିବା ପାଣି ଟ୍ୟାପ ବନ୍ଦ କରିବା ପରେ ଵି ବୁନ୍ଦା ବୁନ୍ଦା ହୋଇ ପାଣି ବୋହୁଛି, ତା’ହେଲେ ଏହାକୁ ହାଲକା ଭାବେ ନିଅନ୍ତୁ ନାହିଁ। କୁହାଯାଏ, ଯେପରି ଟୋପା ଟୋପା ପାଣି ପଡ଼ି ନଷ୍ଟ ହୋଇଥାଏ, ସେପରି ଆପଣଙ୍କ ଘରର ଧନ ମଧ୍ୟ ଅପବ୍ୟୟ ହୋଇଥାଏ। ତେଣୁ ତୁରନ୍ତ ଏପରି ସମସ୍ୟାର ସମାଧାନ କରନ୍ତୁ। ଟ୍ୟାପ୍‌କୁ ମରାମତି କରନ୍ତୁ ନହେଲେ ନୂଆ ଟ୍ୟାପ୍ ଲଗାନ୍ତୁ।
  • ଆପଣଙ୍କ ଘରୁ ଯେତେ ପାଣି ନିଷ୍କାସିତ ହେଉଛି, ଧ୍ୟାନ ରଖନ୍ତୁ ତାହା ଯେପରି ଘରର ପୂର୍ବ କିମ୍ବା ଉତ୍ତର ଦିଗରୁ ନିଷ୍କାସିତ ହେଉଥିବ। ଏପରି ଦ୍ୱାରା କେବଳ ଧନର ଅପଚୟ ରୋକଯାଇ ପାରିବ ତାହା ନୁହେଁ, ଘରର ଆର୍ଥିକ ସମୃଦ୍ଧି ଵି ହୋଇଥାଏ।
  • ଆପଣ ଘରେ ରଖିଥିବା ଆଲମାରୀକୁ ଏପରି ଭାବେ ରଖନ୍ତୁ, ଯେପରି ଖୋଲିବା ବେଳେ ତାହା ଉତ୍ତର ଦିଗକୁ ଖୋଲିବ। ଏପରି କରିବା ଦ୍ୱାରା ଘରର ଆର୍ଥିକ ସ୍ଥିତି କେବେ ଦୋହଲି ନ ଥାଏ। କୁହାଯାଏ, ଉତ୍ତର ଦିଗ ହିଁ ଧନ ଆଗମନର ଦିଗ।
  • ସାଧାରଣତଃ ସବୁ ହିନ୍ଦୁ ଘର ଅଗଣାରେ ତୁଳସୀ ଗଛକୁ ପୂଜା କରାଯାଏ। ସବୁବେଳେ ତୁଳସୀ ଗଛରେ ଭରପୁର ପତ୍ର ରହିବା ଘର ପାଇଁ ଭଲ। ତୁଳସୀ ଗଛ ଝାଉଁଳି ଗଲେ ତାହାକୁ ତୁରନ୍ତ ବଦଳାଇ ଦିଅନ୍ତୁ। ନଚେତ ଘରର ଆର୍ଥିକ ସମସ୍ୟା ଦେଖାଦେଇ ପାରେ।
  • ଭାଙ୍ଗି ଯାଇଥିବା ଆଇନାକୁ ସବୁବେଳେ ଅଶୁଭ ବୋଲି ଧରାଯାଇଥାଏ। ତେଣୁ ଘରେ କେବେ ଆଇନା ଭାଙ୍ଗିଲେ ତାହାକୁ ତୁରନ୍ତ ବଦଳାଇ ଦିଅନ୍ତୁ। ନଚେତ୍ ଘରେ ଅଚାନକ ଆର୍ଥିକ ସଙ୍କଟ ଦେଖାଦେଇପାରେ।

 

The post ହଠାତ୍‌ ମାଡ଼ି ଆସୁଛି କି ସମସ୍ୟା? ଜାଣନ୍ତୁ କ’ଣ ହୋଇପାରେ କାରଣ appeared first on Odisha Reporter.



from Odisha Reporter https://ift.tt/3pFzayK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages