ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୪୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୩୦୨କୁ ବୃଦ୍ଧି ପାଇଛି।
ଏହି ୪୫ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ ଥିବା ବେଳେ କଟକରୁ ୪, ଅନୁଗୋଳ, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, ସୁନ୍ଦରଗଡ଼ ଓ ପୁରୀ ଜିଲ୍ଲାରୁ ୩ ଜଣ ଲେଖାଏଁ ଅଛନ୍ତି। ସେହିପରି ବାଲେଶ୍ୱର, ବରଗଡ଼, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ ଲେଖାଏଁଙ୍କ ମୃତ୍ୟୁ ଘଟିଥିବା ବେଳେ ଗଜପତି, ଝାରସୁଗୁଡ଼ା, କଳାହାଣ୍ଡି, ନୟାଗଡ଼ ଓ ନୂଆପଡ଼ା ଜିଲ୍ଲାରୁ ଯାଇଛି ଜଣେ ଲେଖାଏଁଙ୍କ ଜୀବନ।
ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୫୩୪କୁ ବୃଦ୍ଧି ପାଇଥିବା ବେଳେ ଅନୁଗୋଳରେ ୧୫୫, ବାଲେଶ୍ୱରରେ ୧୧୮, ବରଗଡ଼ରେ ୭୩, ଭଦ୍ରକରେ ୪୦, କଟକରେ ୨୧୦, ଢେଙ୍କାନାଳରେ ୫୨, ଗଜପତିରେ ୬୭, ଜଗତସିଂହପୁରରେ ୫୫, ଯାଜପୁରରେ ୩୮, ଝାରସୁଗୁଡ଼ାରେ ୮୬, କଳାହାଣ୍ଡିରେ ୧୪୭, କେନ୍ଦ୍ରାପଡ଼ାରେ ୬୩, କେନ୍ଦୁଘରରେ ୬୦, ମୟୂରଭଞ୍ଜରେ ୧୦୯, ନୟାଗଡ଼ରେ ୫୯, ନୂଆପଡ଼ାରେ ୬୩, ପୁରୀରେ ୧୭୨ ଓ ସୁନ୍ଦରଗଡ଼ରେ ୩୦୭କୁ ବୃଦ୍ଧି ପାଇଛି।
ସେହିପରି ବଲାଙ୍ଗିର ଜିଲ୍ଲାରେ ଏଯାବତ୍ ୭୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବୌଦ୍ଧରେ ୭୧, ଦେବଗଡ଼ରେ ୨୮, ଗଞ୍ଜାମରେ ୨୯୯, କନ୍ଧମାଳରେ ୪୪, କୋରାପୁଟରେ ୪୪, ମାଲକାନଗିରିରେ ୩୪, ନବରଙ୍ଗପୁରରେ ୪୨, ରାୟଗଡ଼ାରେ ୧୨୭, ସମ୍ବଲପୁରରେ ୯୮ ଓ ସୁବର୍ଣ୍ଣପୁର ଜିଲ୍ଲାରେ ୩୫ ଜଣଙ୍କ ମୃତ୍ୟୁ ଘଟିସାରିଛି।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଛି। ଗତ ୨୪ ଘଣ୍ଟାରେ ରାଜ୍ୟରୁ ୪୪୬୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
The post ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୩୦୨କୁ ବୃଦ୍ଧି appeared first on Odisha Reporter.
from Odisha Reporter https://ift.tt/3zwAuIT
No comments:
Post a Comment