ରାଜ୍ୟରେ ଆହୁରି କମିଲା ଦୈନିକ କରୋନା ସଂକ୍ରମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 12, 2021

ରାଜ୍ୟରେ ଆହୁରି କମିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୪୬୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ଲଗାତାର ଦ୍ୱିତୀୟ ଦିନ ପାଇଁ ରାଜ୍ୟରେ ଦୈନିକ ସଂକ୍ରମଣ ୫ ହଜାର ତଳେ ରହିଛି। ସେହିପରି ଆଉ ୪୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଏହି ୪୪୬୯ ଆକ୍ରାନ୍ତଙ୍କ ମଧ୍ୟରୁ ୨୫୪୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୯୨୩ଟି ହେଉଛି ଲୋକାଲ୍ କେସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୧୨ ଜଣ ଚିହ୍ନଟ ହୋଇଥିବା ବେଳେ ଏହା ତଳକୁ ରହିଛି କଟକ। ଏହି ଜିଲ୍ଲାରୁ ୪୧୩ ଜଣ ଚିହ୍ନଟ ହୋଇଥିବା ବେଳେ ଯାଜପୁର ଜିଲ୍ଲାରୁ ୩୭୦ ଜଣ ଚିହ୍ନଟ ହୋଇଛନ୍ତି।

ଅନୁଗୋଳ ଜିଲ୍ଲାରୁ ୨୨୬ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୧୮, ବରଗଡ଼ରୁ ୮୫, ଭଦ୍ରକରୁ ୧୬୫, ବଲାଙ୍ଗିରରୁ ୫୬, ବୌଦ୍ଧରୁ ୯୦, ଦେବଗଡ଼ରୁ ୨୩, ଢେଙ୍କାନାଳରୁ ୨୫୨, ଗଜପତିରୁ ୨୬, ଗଞ୍ଜାମରୁ ୪୩, ଜଗତସିଂହପୁରରୁ ୧୪୦, ଝାରସୁଗୁଡ଼ାରୁ ୨୭, କଳାହାଣ୍ଡିରୁ ୯୨, କନ୍ଧମାଳରୁ ୨୮, କେନ୍ଦ୍ରାପଡ଼ାରୁ ୫୯, କେନ୍ଦୁଝରରୁ ୯୬, କୋରାପୁଟରୁ ୮୭, ମାଲକାନଗିରିରୁ ୭୫, ମୟୂରଭଞ୍ଜରୁ ୨୧୬, ନବରଙ୍ଗପୁରରୁ ୧୧୮, ନୟାଗଡ଼ରୁ ୧୨୮, ନୂଆପଡ଼ାରୁ ୧୪, ପୁରୀରୁ ୨୪୩, ରାୟଗଡ଼ାରୁ ୧୩୭, ସମ୍ବଲପୁରରୁ ୬୧, ସୋନପୁରରୁ ୬୦ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୦୩ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୧୦୬ ଜଣ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି।

୪୪୬୯ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ୭୮୨ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୭ ଲକ୍ଷ ୮୯ ହଜାର ୯୬ ଜଣ ସୁସ୍ଥ ହୋଇସାରିଲେଣି। ୫୯ ହଜାର ୩୬୧ ଜଣ ଚିକିତ୍ସାଧୀନ ଅଛନ୍ତି। ଆଉ ୪୫ ଜଣ ଆଖି ବୁଜିବା ପରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୩୦୨କୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ଗତକାଲି ଯେଉଁ ରିପୋର୍ଟ ଆସିଥିଲା ସେଥିରେ ୪୮୫୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦର୍ଶାଯାଇଥିଲା।

The post ରାଜ୍ୟରେ ଆହୁରି କମିଲା ଦୈନିକ କରୋନା ସଂକ୍ରମଣ appeared first on Odisha Reporter.



from Odisha Reporter https://ift.tt/2TRpt4f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages