ଲକ୍ଷ୍ନୌ: କୋଭିଡ୍ ମହାମାରୀ ବେଳେ ଚିକିତ୍ସା ନାଁରେ ଅଧିକରୁ ଅଧିକ ଟଙ୍କା ନେଉଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। ଏହାକୁ ନେଇ ବାରମ୍ୱାର ଅଭିଯୋଗ ଆସିବା ପରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବେ ଆକ୍ସନ ମୋଡରେ। ଯେଉଁ ହସ୍ପିଟାଲ ନାଁରେ ଏଭଳି ଅଭିଯୋଗ ଆସୁଛି ସମସ୍ତ ହସ୍ପିଟାଲର ହିସାବ ମାଗିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ ଆଦିତ୍ୟନାଥ। ହସ୍ପିଟାଲ କର୍ତ୍ତୃପକ୍ଷ ବେଆଇନ୍ ଭାବରେ ପଇସା ନେଉଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯୋଗୀ ପ୍ରଶାସନ କହିଛି।
ଏମିତିକି ୪୬ ଆକ୍ରାନ୍ତଙ୍କ ପରିବାରକୁ ପ୍ରଶାସନ ହସ୍ପିଟାଲ ପାଖରୁ ପଇସା ଆଣି ଫେରାଇଛି। ହାପୁଡରେ ଥିବା ହସ୍ପିଟାଲ ସରକାରଙ୍କ ନିୟମ ବାହାରକୁ ଯାଇ ଆକ୍ରାନ୍ତଙ୍କ ପାଖରୁ ପଇସା ନେଇଥିବା ଅଭିଯୋଗ ହୋଇଥିଲା। ସେହିପରି ମରେଠରେ ୪୯ଟି ଅଭିଯୋଗ ପ୍ରଶାସନ ପାଖରେ ଦାୟର ହୋଇଥିଲା। ପରେ ୧୮ଟି ଅଭିଯୋଗ ଯୁକ୍ତିଯୁକ୍ତ ବୋଲି ଜଣାପଡ଼ିଥିଲା। ଏଥିମଧ୍ୟରୁ ଦୁଇଟି ବଡ଼ ବଡ଼ ହସ୍ପିଟାଲରୁ ୪ ଲକ୍ଷ ଲେଖାଏଁ ପଇସା ପ୍ରଶାସନ ଫେରାଇ ଆଣିଥିବା ବେଳେ ତିନୋଟି ହସ୍ପିଟାଲ ବାବଦରେ ତଦନ୍ତ ଚାଲିଛି।
କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ସରକାର ଏହି ନିର୍ଦ୍ଦାରିତ ଦର ଧାର୍ଯ୍ୟ କରିଛନ୍ତି। ଆଇସୋଲେସନରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ଠାରୁ ୪୮୦୦, ଆଇସିୟୁ ପାଇଁ ୭୮୦୦ ଏବଂ ଆଇସିୟୁ ଭେଣ୍ଟିଲେଟର ପାଇଁ ୯୦୦୦ ଟଙ୍କା ଇତ୍ୟାଦି ଦର ସରକାର ସ୍ଥିର କରିଛନ୍ତି। ହେଲେ ଘରୋଇ କୋଭିଡ ଡାକ୍ତରଖାନାରେ ରୋଗୀଙ୍କଠାରୁ ମନଇଚ୍ଛା ମୂଲ୍ୟ ଫି ନିଆ ଯାଉଥିଲା। ଏ ସମ୍ପର୍କରେ ଅଭିଯୋଗ କ୍ରମାଗତ ଭାବରେ ପ୍ରଶାସନରେ ପହଞ୍ଚୁଥିଲା। ସରକାରଙ୍କ ନିର୍ଦ୍ଦେଶ ପରେ ହାପୁଡର ଜିଲ୍ଲାପାଳ ଦୁଇଟି କୋଭିଡ ଡାକ୍ତରଖାନାକୁ ନୋଟିସ କରିଥିଲେ। ଏହାପରେ ପ୍ରଶାସନ ବିଭିନ୍ନ ହସ୍ପିଟାଲରେ ଅଭିଯୋଗକୁ ଭିତ୍ତି କରି ତଦନ୍ତ କରିଥିଲା।
The post ଯୋଗୀଙ୍କ ନିର୍ଦ୍ଦେଶ ପରେ ରୋଗୀଙ୍କ ପରିବାରକୁ ପଇସା ଫେରାଇଲା ‘ଲୁଟେରା ହସ୍ପିଟାଲ’ appeared first on Odisha Reporter.
from Odisha Reporter https://ift.tt/34HEKH5
No comments:
Post a Comment