ଆଳି (ବନମାଳୀ ସାହୁ): ବାପାର ମୃତ୍ୟୁ ଖବର ପାଇ ସ୍କୁଟିରେ ଘରକୁ ଫେରୁଥିଲା ପୁଅ। ହେଲେ ବାଟରେ ଘଟିଲା ଦୁର୍ଘଟଣା। ଆଉ ଚାଲି ଗଲା ପୁଅର ଜୀବନ। ଏମିତି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଭମଣ୍ଡା ଗାଁରେ।
ଗାଁର ବଶିଷ୍ଟ ସାମଲ କର୍କଟ ରୋଗରେ ପୀଡିତ ହୋଇଥିଲେ। ଗତ ୧ ତାରିଖରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଦେହାନ୍ତ ଖବର ପାଇ ଢେଙ୍କାନାଳରେ ରହୁଥିବା ତାଙ୍କ ପୁଅ ତାପସ ସ୍କୁଟି ଯୋଗେ ଘର ଅଭିମୁଖେ ବାହାରିଥିଲେ। ସାଙ୍ଗରେ ତାଙ୍କ ପିଉସୀ ଝିଅ ରଶ୍ମିତା ମଧ୍ୟ ଥିଲେ। ହେଲେ କେନ୍ଦ୍ରାପଡ଼ା ଦୁରିଆ ଓମ୍ଫେଡ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ କାର ସହିତ ତାଙ୍କ ସ୍କୁଟିର ମୁହାଁମୁହିଁ ଧକ୍କା ହୋଇଥିଲା।
ଦୁର୍ଘଟଣାରେ ଉଭୟ ତାପସ ଓ ରଶ୍ମିତା ଗୁରୁତର ଭାବେ ଆହତ ହୋଇଥିଲେ। ସେମାନଙ୍କୁ ସଙ୍ଗେ ସଙ୍ଗେ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଗତ କାଲି ଚିକିତ୍ସାଧୀନ ଅବସ୍ଥାରେ ତାପସଙ୍କର ମୃତ୍ୟୁ ହୋଇଯାଇଥିଲା। ଗୋଟିଏ ଦିନ ବ୍ୟବଧାନରେ ବାପପୁଅଙ୍କ ମୃତ୍ୟୁ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
The post ବାପାଙ୍କ ମୃତ୍ୟୁ ଖବର ପାଇ ଘରକୁ ଆସୁଥିବା ବେଳେ ଚାଲିଗଲା ପୁଅର ଜୀବନ appeared first on Odisha Reporter.
from Odisha Reporter https://ift.tt/3fNPCtv
No comments:
Post a Comment