ମା’ ହେଲେ ‘ୱଣ୍ଡର ୱିମେନ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 30, 2021

ମା’ ହେଲେ ‘ୱଣ୍ଡର ୱିମେନ୍‌’

ଲସ ଆଞ୍ଜଲିସ: ମା’ ହେଲେ ହଲିଉଡର ‘ୱାଣ୍ଡର ୱିମେନ୍‌’। ହଲିଉଡ ଅଭିନେତ୍ରୀ ଗଲ ଗ୍ୟାଡଟ୍ ତୃତୀୟ ଥର ପାଇଁ ମା’ ହୋଇଛନ୍ତି । ସେ ଏଥର ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏନେଇ ସେ ନିଜେ ନବ ଜନ୍ମିତ ଶିଶୁ ସହ ପୁରା ପରିବାରର ଫଟୋ ସେଆର କରି ଏହି ଖୁସି ଖବର ଜଣାଇଛନ୍ତି।

ଏହି ଫଟୋକୁ ସେ ନିଜ ଇନ୍‌ଷ୍ଟାଗ୍ରାମରେ ସେଆର କରି ଲେଖିଛନ୍ତି, ‘ମୋ ପ୍ରିୟ ପରିବାର, ମୁଁ ବହୁତ କୃତଜ୍ଞ ଓ ଖୁସି। ଆମେ ଡାନିଏଲାଙ୍କୁ ନିଜ ପରିବାରରେ ସାମିଲ କରି ବେଶ୍ ଉତ୍ସାହିତ ଅଛୁ।’

ଫଟୋରେ ତାଙ୍କ ସ୍ୱାମୀ ଆରୋନ୍ ଏବଂ ତାଙ୍କ ଦୁଇ ଝିଅ ମାୟା ଓ ଅଲ୍ମାଙ୍କୁ ଦେଖିବାକୁ ମିଳିଛି । ଗଲ ଗ୍ୟାଡଟ୍ ନିଜ ଝିଅର ନାଁ ଡାନିଏଲା ରଖିଛନ୍ତି।

ଗଲଙ୍କ ଏହି ଫଟୋ ପୋଷ୍ଟରେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନସ୍ ମଧ୍ୟ କମେଣ୍ଟ କରିଛନ୍ତି। ସେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେପଟେ ଗଲଙ୍କୁ ହଲିଉଡ ଜଗତରୁ ଏବଂ ତାଙ୍କ ପ୍ରଶଂସକଙ୍କ ଠାରୁ ଶୁଭେଚ୍ଛାର ସୁଅ ଛୁଟିଛି। ସୂଚନା ଯୋଗ୍ୟ ଯେ, ଗାଲ ମାର୍ଚ୍ଚ ମାସରେ ସେ ଗର୍ଭବତୀ ଥିବା ନେଇ ଘୋଷଣା କରିଥିଲେ।

ହଲିଉଡର ସୁପର ହିଟ୍ ଫିଲ୍ମ ‘ୱଣ୍ଡର ୱିମେନ୍‌’ରେ ଗଲ ଗ୍ୟାଡଟ ଲିଡ୍ ରୋଲରେ ନଜର ଆସିଥିଲେ। ମାର୍ବଲସ ତରଫରୁ ଏହି ଫିଲ୍ମଟି ତିଆରି ହୋଇଥିଲା। ଏହି ଫିଲ୍ମଟି ଜଣେ ସୁପର ପାୱାର ଥିବା ମହିଳାର କାହାଣୀ ଉପରେ ଆଧାରିତ ହୋଇଥିଲା।

 

View this post on Instagram

 

A post shared by Gal Gadot (@gal_gadot)

The post ମା’ ହେଲେ ‘ୱଣ୍ଡର ୱିମେନ୍‌’ appeared first on Odisha Reporter.



from Odisha Reporter https://ift.tt/3qAQXr7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages