ମୁମ୍ବାଇ: ବଗିଡିଲା ବଲିଉଡର ବରିଷ୍ଠ ଅଭିନେତା ନାସିରୁଦ୍ଦିନ୍ ଶାହାଙ୍କ ସ୍ୱାସ୍ଥ୍ୟାବସ୍ଥା। ତାଙ୍କୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ନାସିରୁଦ୍ଦିନ ଶାହାଙ୍କ ପତ୍ନୀ ରତ୍ନା ପାଠକ ସୂଚନା ଦେଇଛନ୍ତି।
ପରିବାର ତରଫରୁ ମିଳିଥିବା ସୂଚନା ମୁତାବକ, ସେ ନିମୋନିଆରେ ପୀଡିତ ହେବା ପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଛି । ତାଙ୍କ ଫୁସ୍ଫୁସ୍ ନିମୋନିଆରେ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛି। ଏହାର ଯାଂଚ ପାଇଁ ଦୁଇ ଦିନେ ପୂର୍ବେ ତାଙ୍କୁ ହସ୍ପିଟାଲକକୁ ନିଆଯାଇଥିଲା। ତେବେ ଚିନ୍ତା କରିବାର କୌଣସି କାରଣ ନାହିଁ। ତାଙ୍କୁ କରୋନା କିମ୍ବା ଅନ୍ୟ କୌଣସି ରୋଗ ହୋଇନାହିଁ ବୋଲି ତାଙ୍କ ପତ୍ନୀ କହିଛନ୍ତି।
ସୂଚନାଯୋଗ୍ୟ ଯେ, ତିନି ତିନି ଥର ରାଷ୍ଟ୍ରୀୟ ପୁରସ୍କାର ଜିତି ସାରିଥିବା ୭୦ ବର୍ଷୀୟ ନାସିରୁଦ୍ଦିନ ଶାହାଙ୍କୁ ମୁମ୍ବାଇ ଖାର ସ୍ଥିତି ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ଚିକିତ୍ସା ଚାଲିଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ମଧ୍ୟ ଆସିଛି। ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ ବୋଲି ତାଙ୍କର ସେକ୍ରେଟାରୀ କହିଛନ୍ତି।
ବଲିଉଡର ବର୍ଷିଆନ୍ ଅଭିନେତା ହେଉଛନ୍ତି ନାସିରୁଦ୍ଦିନ ଶାହା। ସେ ୭୦ ଦଶକରୁ ସମାନ୍ତରାଳ ଭାବେ ଫିଲ୍ମ ଜରିଆରେ ବି-ଟାଉନରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କ ଦମଦାର ଅଭିନୟର ଜାଦୁ ସମସ୍ତଙ୍କ ହୃଦୟରେ ଘର କରିପାରିଛି।
The post ହସ୍ପିଟାଲରେ ଭର୍ତ୍ତି ହେଲେ ନାସିରୁଦ୍ଦିନ୍ appeared first on Odisha Reporter.
from Odisha Reporter https://ift.tt/3hnSHzI
No comments:
Post a Comment