କଅଁଳ ହାତରେ ଭାଇର ସ୍ୱପ୍ନ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 13, 2021

କଅଁଳ ହାତରେ ଭାଇର ସ୍ୱପ୍ନ…

ଜଳେଶ୍ୱର (ଅଜିତ କୁମାର ଦାସ): ନିଷ୍ଠୁର ହେଲା ଦଇବ। କଅଁଳ ବୟସରେ ବାପା-ମାଆଙ୍କୁ ଛଡ଼ାଇ ନେଲା। ଦୁନିଆକୁ ଭଲ କରି ଦେଖିବା ଆଗରୁ ଅନାଥ ହୋଇଗଲେ କୁନି ଭାଇ-ଭଉଣୀ। ଅଫେରା ରାଇଜକୁ ବାପା-ମାଆ ଚାଲିଗଲା ପରେ କାନ୍ଦୁଥିବା ୨ ମାସର ଭାଇକୁ ଝୁଲଣାରେ ଝୁଲାଇ ବୁଝାଇ ଦେଉଛି ୭ ବର୍ଷର ବଡ଼ ଭଉଣୀ। ଝୁଲଣାରେ ଝୁଲାଇ ସାନ ଭାଇକୁ ସିନା ବୁଝାଇ ଦେଉଛି। ହେଲେ ନିଜ ଛାତି ଭିତରେ କୋହକୁ ସମ୍ଭାଳି ପାଳୁନି। କେହି ନଥିବା ବେଳେ ବାପା-ମାଆଙ୍କ ଫଟୋ ଧରି କଇଁ କଇଁ ହୋଇ କାନ୍ଦୁଛି କୁନି ଝିଅ କ୍ରିଷ୍ଣା କୁମାରୀ ପଣ୍ଡା। ଆଉ ମନେ ମନେ କହୁଛି, ବାପା-ମାଆ ଏବେ କେଉଁଠି?

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ଅନ୍ତର୍ଗତ ନିମାତପୁର ଗାଁରର ରାମନାରାୟଣ ପଣ୍ଡାଙ୍କ ସାନ ପୁଅ କମଳେଶ। ପେଶାରେ ଇଷ୍ଟକୋଷ୍ଟ ରେଳବାଇ ମୁଖ୍ୟାଳୟର ସେଫ୍ଟି ଡିପାର୍ଟମେଣ୍ଟର କର୍ମଚାରୀ ଭାବେ ଭୁବନେଶ୍ୱରରେ କାର୍ଯ୍ୟରତ ଥିଲେ। ତାଙ୍କ ପତ୍ନୀ ସସ୍ମିତା ପଣ୍ଡା କଟକ ଆଚାର୍ଯ୍ୟ ହରିହର କର୍କଟ ହସ୍ପିଟାଲରେ ଷ୍ଟାଫ୍‌ ନର୍ସ ଭାବେ କାମ କରୁଥିଲେ। ସେମାନଙ୍କର ଜଣେ ୭ ବର୍ଷର ଝିଅ ରହିଛି। ନାଁ ହେଉଛି କ୍ରିଷ୍ଣା କୁମାରୀ ପଣ୍ଡା। ସସ୍ମିତା ୯ ମାସ ଗର୍ଭବତୀ ଥିବା ସତ୍ତ୍ୱେ ନିୟମିତ ମେଡିକାଲ୍‌ ଡ୍ୟୁଟିକୁ ଯାଉଥିଲେ।

ଏପ୍ରିଲ ୧୫ ତାରିଖରେ ସସ୍ମିତା ହଠାତ୍‌ ଅସୁସ୍ଥ ହୋଇ ପଡ଼ିଲେ। ପରେ ତାଙ୍କର କରୋନା ଟେଷ୍ଟ ହେବାରୁ ରିପୋର୍ଟ ପଜିଟିଭ୍‌ ଆସିଥିଲା। ତାଙ୍କୁ ଏସ୍‌ସିବି କୋଭିଡ୍‌ ହସ୍ପିଟାଲରେ ଭର୍ଭି କରାଯାଇଥିଲା। କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହେବାର ୭ ଦିନ ପରେ ସେଠାରେ ସେ ପୁତ୍ର ସନ୍ତାନ ଜନ୍ମ କରିଥିଲେ। ଜନ୍ମିତ ଶିଶୁପୁତ୍ର କରୋନା ନେଗେଟିଭ୍‌ ଥିଲେ। ପୁଅ ଜନ୍ମର ୭ ଦିନ ପରେ ସସ୍ମିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ା ଗଲା। ଡାକ୍ତରଙ୍କ ସତ ଚେଷ୍ଟା ସତ୍ତ୍ୱେ ଆଖି ବୁଜିଲେ ସସ୍ମିତା। ଜନ୍ମ ହେଉ ହେଉ ମାଆ ଛେଉଣ୍ଡ ହୋଇଗଲା କୁନି ପୁଅ ଓ କ୍ରିଷ୍ଣା।

ପତ୍ନୀ ଆଖି ବୁଜିବା କମଳେଶ ଭାଙ୍ଗି ପଡ଼ିଥିଲେ। ପୁଅ ଓ ଝିଅକୁ ଧରି ଗାଁକୁ ଫେରିଲେ। ବଡ଼ଭାଇ ଓ ଭାଉଜଙ୍କ ହାତରେ ପୁଅ-ଝିଅକୁ ଟେକି ଦେଇଥିଲେ। ସୁରକ୍ଷା ଦୃଷ୍ଟିରୁ ଜଳେଶ୍ୱରପୁର ସିଏଚ୍‌ସିରେ ନିଜ କରୋନା ଟେଷ୍ଟ କରାଇନେଲେ କମଳେଶ। ହେଲେ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ମାତ୍ର ତାଙ୍କର କରୋନା ଲକ୍ଷଣ ଦେଖା ଦେଇଦେଲା। ସେ ଭୁବନେଶ୍ୱରରେ ପୁଣି ଥରେ ନିଜର କରୋନା ଟେଷ୍ଟ କରିଥିଲେ। ସେଠାରେ ତାଙ୍କର ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହା ପରେ ସେ ରେଲବାଇ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ ହୋଇଥିଲେ।

ଘରୋଇ ହସ୍ପିଟାଲ୍‌ର ଆଇସିୟୁରେ କମଳେଶଙ୍କୁ ଭର୍ତ୍ତି କରାଯାଇଥିଲା। ଆଇସିୟୁରେ ୧୫ ଦିନ ରହିବା ପରେ ଆଖିବୁଜିଲେ। ଗତ ବୁଧବାର ସକାଳ ୫ଟା ୧୦ରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁରେ ନିମାତପୁର ଗାଁରେ ଶୋକର ଛାୟା ଖେଳି ଯାଇଛି। ଅନ୍ୟପକ୍ଷରେ ସେମାନଙ୍କ ଛୋଟ୍‌ ଝିଅ ଓ ପୁଅକୁ କେମିତି ଲାଳନ ପାଳନ କରିବେ? ତା’କୁ ନେଇ ବଡ଼ଭାଇ ଦେବାଶିଷ ଓ ମାମୁ ଘର ଲୋକ ଏବେ ବିବ୍ରତ ହୋଇପଡ଼ିଛନ୍ତି।

 

The post କଅଁଳ ହାତରେ ଭାଇର ସ୍ୱପ୍ନ… appeared first on Odisha Reporter.



from Odisha Reporter https://ift.tt/3gkSPB6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages